Categories: ଜାତୀୟ

ପ୍ରଧାନ ବିଚାରପତି ଅସୁସ୍ଥ: ମଣିପୁର ମହିଳାଙ୍କ ସହ ହୋଇଥିବା ଅସଦାଚରଣ ମାମଲା ଉପରେ ଆଜି ହେବନାହିଁ ଶୁଣାଣି

ନୂଆଦିଲ୍ଲୀ,୨୮।୭: ସୁପ୍ରିମକୋର୍ଟରେ ମଣିପୁର ହିଂସା ଏବଂ ଦୁଇ ଜଣ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ମାମଲାର ଶୁଣାଣି କରିବାକୁ ସିଜେଆଇ ଡି.ଓ୍ବାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ ମନୋଜ ମିଶ୍ରାଙ୍କ ଏକ ବେଞ୍ଚ ଶୁଣାଣି କରିବାର ଥିଲା। ତେବେ ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ ଶୁକ୍ରବାର ଉପଲବ୍ଧ ନ ଥିବାରୁ ତାଙ୍କ ବେଞ୍ଚ ଶୁକ୍ରବାର ଶୁଣାଣି କରିବ ନାହିଁ। କୁହାଯାଉଛି ଚନ୍ଦ୍ରଚୂଡଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନାହିଁ। ଏଭଳି ପରିସ୍ଥିତିରେ ଆଜି ମଣିପୁର ମାମଲାର ଶୁଣାଣି ହେବ ନାହିଁ।

ମଣିପୁରରେ ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ମାମଲାରେ ସୁପ୍ରିମକୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କଠାରୁ ଉତ୍ତର ମାଗିଥିଲେ। ସେମାନେ କ’ଣ ପଦକ୍ଷେପ ନେଇଛନ୍ତି ବୋଲି ସୁପ୍ରିମକୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପଚାରିଥିଲେ। ଏହା ପରେ ମଣିପୁର ଭିଡିଓ ମାମଲାର ଶୁଣାଣିର ଗୋଟିଏ ଦିନ ପୂର୍ବରୁ ଗୁରୁବାର କେନ୍ଦ୍ର ସରକାର ଏକ ଆଫିଡେଭିଟ ଦାଖଲ କରିଥିଲେ।

Share