ନୂଆଦିଲ୍ଲୀ, ୧୩ା୫(ପି.ଟି.): ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଶୁକ୍ରବାର ‘ଇ-ଫାଇଲିଂ ୨.୦’ର ଶୁଭାରମ୍ଭ କରିଛନ୍ତି। ଏହାଦ୍ୱାରା ବୈଦ୍ୟୁତିକ ମାଧ୍ୟମରେ ୨୪ ଘଣ୍ଟା ମାମଲା ଦାଏର କରିବା ସୁବିଧା ଉପଲବ୍ଧ ହେବ ବୋଲି ସେ ଆଇନଜୀବୀମାନଙ୍କୁ କହିଥିଲେ। ଏଥିସହିତ ସୁପ୍ରିମକୋର୍ଟ ପରିସରରେ ଏକ ଇ-ସେବା କେନ୍ଦ୍ରକୁ ସିଜେଆଇ ଉଦ୍ଘାଟନ କରିଛନ୍ତି। ସବୁ ଆଇନଜୀବୀ ଏହାର ସୁବିଧା ନେବାକୁ ସିଜେଆଇ ନିବେଦନ କରିଥିଲେ। କୋର୍ଟରୁମ୍ରେ ଅନ୍ୟ ଆଇନଜୀବୀମାନଙ୍କ ସହ ଉପସ୍ଥିତ ଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏହି ପଦକ୍ଷେପର ଉଚ୍ଚ ପ୍ରଶଂସା କରିଥିଲେ।