Posted inଜାତୀୟ

ବେଆଇନ ଗଛକଟା: ଶୁଣାଣିରୁ ଓହରିଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ ,୧୮ା୧୧(ପି.ଟି.):ଦିଲ୍ଲୀ ରିଜ୍‌ ଅଞ୍ଚଳରୁ ବେଆଇନ ଭାବେ ଅନେକ ଶହ ଗଛ କଟାଯାଇଥିବା ଅଭିଯୋଗ ଉପରେ ଏକାଧିକ ପିଟିଶନ୍‌ର ଶୁଣାଣିରୁ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ସଞ୍ଜୀବ ଖାନ୍ନା ସୋମବାର ଓହରିଯାଇଛନ୍ତି। ପୂର୍ବତନ ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ମାମଲାରେ ଦିଲ୍ଲୀ ଉପରାଜ୍ୟପାଳ ଭି.କେ. ସାକ୍ସେନାଙ୍କଠାରୁ ବ୍ୟକ୍ତିଗତ ସତ୍ୟପାଠ ମାଗିଥିଲେ। ଡିଡିଏର କେତେଜଣ ଅଧିକାରୀଙ୍କ ନାଁରେ ଅଦାଲତ ଅବମାନନା ମୋକଦ୍ଦମା ଚଳାଇବା ପାଇଁ ସାକ୍ସେନାଙ୍କ ଅନୁମତି ମଗାଯାଇଥିଲା। ବର୍ତ୍ତମାନର ସିଜେଆଇ ଜଷ୍ଟିସ୍‌ ଖାନ୍ନା କହିଛନ୍ତି, ସେ ଯେତେବେଳେ ଜାତୀୟ ଆଇନ ସେବା କର୍ତ୍ତୃପକ୍ଷ (ଏନ୍‌ଏଏଲ୍‌ଏସ୍‌ଏ) ଅଧ୍ୟକ୍ଷ ଥିଲେ, ବିଭିନ୍ନ ଜେଲ୍‌ ପରିଦର୍ଶନ ପାଇଁ ଦିଲ୍ଲୀ ଉପରାଜ୍ୟପାଳଙ୍କ ସହ ପାଟନା ଯାଇଥିଲେ। ତେଣୁ ଉକ୍ତ ଗଛକଟା ମାମଲାର ଶୁଣାଣିରେ ସେ ରହିବା ଠିକ୍‌ ହେବ ନାହିଁ ବୋଲି ସିଜେଆଇ କହିଛନ୍ତି। ସିଜେଆଇ ନ ଥିବା ଖଣ୍ଡପୀଠରେ ଉକ୍ତ ମାମଲାର ଶୁଣାଣି ନିମନ୍ତେ ତାଲିକାଭୁକ୍ତ କରିବା ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପରେ ବଦଳିଗଲା ଲୁକ୍: ଟ୍ରୋଲ୍ ହେଲେ ସ୍ଵରା ଭାସ୍କର

ନୂଆଦିଲ୍ଲୀ,୧୮।୧୧: ବିବାହ ପରେ ବଦଳି ଯାଇଛି ବଲିଉଡ ସୁନ୍ଦରୀ ସ୍ଵରା ଭାସ୍କରଙ୍କ ଲୁକ୍। ୩୬ ବର୍ଷୀୟ ଅଭିନେତ୍ରୀଙ୍କ ଜୀବନରେ ଆସିଛି ବଡ ପରିବର୍ତନ। ଯେ କେହି...

ଆମେରିକାରେ ଧରାପଡ଼ିଲେ ଲରେନ୍ସ ବିଷ୍ଣୋଇଙ୍କ ଭାଇ ଅନମୋଲ

କାଲିଫର୍ନିଆ,୧୮।୧୧: ଆମେରିକାର କାଲିଫର୍ନିଆରେ ଲରେନ୍ସ ବିଷ୍ଣୋଇଙ୍କ ଭାଇ ଅନମୋଲଙ୍କୁ କାବୁ କରାଯାଇଛି। ଗତ ମାସରେ ଭାରତ ସରକାର ତାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି...

ମୋଦିଙ୍କ ପରେ ‘ସାବରମତି ରିପୋର୍ଟ’କୁ ପ୍ରଶଂସା କଲେ ଅମିତ ଶାହା

ନୂଆଦିଲ୍ଳୀ,୧୮।୧୧: ବିକ୍ରାନ୍ତ ମାସେଙ୍କ ଫିଲ୍ମ ‘ସାବରମତି ରିପୋର୍ଟ’ ରିଲିଜ ହେବା ପୂର୍ବରୁ ବିବାଦ ଲାଗି ରହିଛି। ୨୦୦୨ ଗୋଧ୍ରା ଘଟଣାରେ ନିର୍ମିତ ଫିଲ୍ମ ବିଷୟରେ ଦର୍ଶକଙ୍କୁ...

ମୁଁ ମୁଖ୍ୟମନ୍ତ୍ରୀ ରେସ୍‌ରେ ନାହିଁ: କାହିଁକି ଏମିତି କହିଲେ ଏକନାଥ ଶିନ୍ଦେ

ପୁଣେ,୧୮।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ମଧ୍ୟରେ ଶିବସେନା ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି, ମୁଁ ମହାରାଷ୍ଟ୍ର...

୧୦ ଲକ୍ଷ ଟପିଲା ଆୟୁଷ୍ମାନ ବୟବନ୍ଦନା କାର୍ଡରେ ହିତାଧିକାରୀଙ୍କ ପଞ୍ଜୀକରଣ

ନୂଆଦିଲ୍ଲୀ,୧୮।୧୧: ଦେଶର ବରିଷ୍ଠ ନାଗରିକଙ୍କ ପାଇଁ ଆରମ୍ଭ ହୋଇଥିବା ଆୟୁଷ୍ମାନ ବୟବନ୍ଦନା କାର୍ଡରେ ପଞ୍ଜୀକରଣ ୧୦ ଲକ୍ଷରୁ ଅଧିକ ହୋଇଛି । ଏହି କାର୍ଡ ମାଧ୍ୟମରେ...

ପ୍ରତିଦିନ ୪୯ ସିଗାରେଟର ଧୂଆ ଟାଣୁଛନ୍ତି ଦିଲ୍ଲୀବାସୀ! ଚିନ୍ତାରେ…

ନୂଆଦିଲ୍ଲୀ,୧୮।୧୧: ଜାତୀୟ ରାଜଧାନୀ ଦିଲ୍ଲୀ ଏବଂ ଏନସିଆର ସହରରେ ପ୍ରଦୂଷଣ ବିପଜ୍ଜନକ ସ୍ତରରେ ରହିଛି। ଦିଲ୍ଲୀର ଅନେକ ଅଞ୍ଚଳ ଅଛି ଯାହା ପ୍ରଦୂଷଣକୁ ନେଇ ରେଡ...

ଠକେଇ ମାମଲାରେ ଫସିଲେ ଗୌତମ ଗମ୍ଭୀର: ହାଇକୋର୍ଟ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୮।୧୧:ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ଅଡୁଆ ଥମିବାର ନାଁ ଧରୁନି। ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଏବଂ ଶ୍ରୀଲଙ୍କା ବିପକ୍ଷ ଦିନିକିଆ...

ଏକମାତ୍ର ପୁଅଙ୍କୁ ଲଞ୍ଚ କରିବାକୁ ଚାହୁଁଛନ୍ତି କି ନୀତୀଶ କୁମାର? ବିହାରରେ ନୂଆ କ୍ରେଜ୍‌

ପାଟନା,୧୮।୧୧: ରାଜନୈତିକ ମହଲରେ କଳ୍ପନାଜଳ୍ପନା ରହିଛି ଯେ ନୀତୀଶ କୁମାର ଆସନ୍ତା ୨୦୨୫ ବିଧାନସଭା ନିର୍ବାଚନରେ ତାଙ୍କ ପୁଅ ନିଶାନ୍ତ କୁମାରଙ୍କୁ ଲଞ୍ଚ କରିପାରନ୍ତି। ରାଜନୈତିକ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri