ନୂଆଦିଲ୍ଲୀ, ୧୬।୭ : ଭାରତର ପ୍ରଧାନ ବିଚାରପତି (ସିଜେଇ) ଏନ.ଭି ରମନା ନ୍ୟାୟପାଳିକାରେ ବହୁ ସଂଖ୍ୟକ ବିଚାରାଧୀନ ମାମଲା ପାଇଁ କେନ୍ଦ୍ର ସରକାରଙ୍କୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ ସରକାରଙ୍କ ଦ୍ୱାରା ନ୍ୟାୟିକ ପଦବୀ ପୂରଣ କରିବା ଯୋଗୁ ବିଚାରାଧିନ ମାମଲାର ସଂଖ୍ୟା ବୃଦ୍ଧି ଘଟିବାର ମୁଖ୍ୟ କାରଣ।
ଜୟପୁରରେ ଅଲ ଇଣ୍ଡିଆ ଲିଗାଲ ସର୍ଭିସେସ ଅଥରିଟି ବୈଠକରେ ଆଇନ ଓ ନ୍ୟାୟ ମନ୍ତ୍ରୀ କିରେନ ରିଜିଜୁଙ୍କ ମନ୍ତବ୍ୟ ପରେ ସିଜେଆଇ ପକ୍ଷରୁ ଏହି ପ୍ରତିକ୍ରିୟା ଆସିଛି।
ରମନା କହିଛନ୍ତି, ଆଇନ ମନ୍ତ୍ରୀଙ୍କ ଦ୍ୱାରା ଉଲ୍ଲେଖ କରାଯାଇଥିବା ଗୋଟିଏ କିମ୍ବା ଦୁଇଟି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେବା ମୋର ଦାୟିତ୍ୱ ଅଟେ। ମୁଁ ଖୁସି ଯେ ସେ ବିଚାରାଧିନ ମାମଲା ପ୍ରସଙ୍ଗ ଉଠାଇଛନ୍ତି। ଯେତେବେଳେ ଆମର ବିଚାରପତି ଦେଶ ବାହାରକୁ ଯାଆନ୍ତି , ସେମାନଙ୍କୁ ମଧ୍ୟ ସମାନ ପ୍ରଶ୍ନର ସାମ୍ନା କରିବାକୁ ପଡିଥାଏ। ଏକ ମାମଲା କେତେ ବର୍ଷ ଚାଲିବ? ପେଣ୍ଡେନ୍ସିର କାରଣ ଆପଣ ସମସ୍ତେ ଜାଣିଛନ୍ତି। ମୋର ଏହା ଉପରେ ବିସ୍ତୃତ ଭାବେ କହିବାର ଆବଶ୍ୟକତା ନାହିଁ। ଆପଣ ସମସ୍ତେ ଜାଣନ୍ତି ଯେ ମୁଖ୍ୟ କାରଣ ହେଉଛି ନ୍ୟାୟିକ ପଦବୀ ପୂରଣ ନକରିବା ଏବଂ ନ୍ୟାୟିକ ଭିତ୍ତିଭୂମିରେ ଉନ୍ନତି ନ ଆଣିବା।
ରମନା କହିଛନ୍ତି, ଏହି ସବୁ ସମସ୍ୟାର ସମାଧାନ ପାଇଁ ଜୁଡିସିଆଲ ସର୍ବଦା ଆଗରେ ଅଛି। ମୋର ଏକମାତ୍ର ଅନୁରୋଧ ହେଉଛି ସରକାରଙ୍କୁ ଭିତ୍ତିଭୂମି ଯୋଗାଇବା ସହିତ ଖାଲିଥିବା ପଦବୀ ପୂରଣ କରିବାକୁ ପଡିବ। ନାଲସା ହେଉଛି ସର୍ବୋତ୍ତମ ମଡେଲ। ଏହା ଏକ ସଫଳତାର କାହାଣୀରେ। ତେଣୁ ଆମେ ଗତ ବିଚାରପତିଙ୍କ ସମ୍ମିଳନୀରେ ଏକ ନ୍ୟାୟିକ ଭିତ୍ତିଭୂମି ପ୍ରାଧିକରଣର ପରାମର୍ଶ ଦେଇଥିଲୁ। ଦୁର୍ଭାଗ୍ୟବଶତଃ ଏହା ନିଆଯାଇ ନ ଥିଲା। ତଥାପି ମୁଁ ଆଶା କରେ ଏବଂ ବିଶ୍ୱାସ କରେ ଯେ ଏହି ପ୍ରସଙ୍ଗର ପୁନର୍ବିଚାର କରାଯିବ। ଗତ ବର୍ଷ ପ୍ରାୟ ୨ କୋଟି ମକଦ୍ଦମା ଏବଂ ୧ କୋଟି ବିଚାରାଧୀନ ମାମଲାର ସମାଧାନ କରିଥିବା ଜାତୀୟ ଆଇନ ସେବା ପ୍ରାଧିକରଣର ଉଦାହରଣ ରମନା ପ୍ରଦାନ କରିଛନ୍ତି।