Posted inଖେଳ

୧୪ରୁ ସିକେ ନାଇଡୁ ଟ୍ରଫି କ୍ରିକେଟ

ସମ୍ବଲପୁର,୧୧ା୧(ବି.ଶଙ୍କର): ଓଡ଼ିଶା ଓ ଝାଡ଼ଖଣ୍ଡ ମଧ୍ୟରେ ୨୩ବର୍ଷରୁ କମ୍‌ ସର୍ବଭାରତୀୟ କର୍ନେଲ ସିକେ ନାଇଡୁ ଟ୍ରଫି କ୍ରିକେଟ ମ୍ୟାଚ ଆସନ୍ତା ୧୪ରୁ ୧୭ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ସ୍ଥିତ ବୀର ସୁରେନ୍ଦ୍ର ସାଏ (ଭିଏସ୍‌ଏସ୍‌) ଷ୍ଟାଡିୟମଠାରେ ଅନୁଷ୍ଠିତ ହେବ। ଏଥିସକାଶେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଘରୋଇ ଓଡ଼ିଶା ଦଳର ଖେଳାଳିମାନେ ବୁଧବାର ରାତ୍ରିରେ ସମ୍ବଲପୁରରେ ପହଞ୍ଚତ୍ଛନ୍ତି। ଗୁରୁବାର ସକାଳେ ଝାଡ଼ଖଣ୍ଡ ଦଳ ସମ୍ବଲପୁରରେ ପହଞ୍ଚତ୍ବା କାର୍ଯ୍ୟକ୍ରମ ରହିଛି। ବୁଧବାର ଧ୍ରୁବ ପାଣ୍ଡପ ପ୍ୟାଭିଲିୟନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସମ୍ବଲପୁର ଜିଲା କ୍ରୀଡା ସଂଘ କର୍ମକର୍ତ୍ତା ଏହି ସୂଚନା ଦେଇଛନ୍ତି।
ମ୍ୟାଚରେ ଭଲ ସ୍କୋର ହେବା ସହ ଫଳାଫଳ ବାହାରିବା ଆଶା ରହିଛି। ଉଭୟ ବୋଲର ଓ ବ୍ୟାଟ୍ସମ୍ୟାନଙ୍କୁ ସୁହାଇବା ଭଳି ପିଚ୍‌ ପ୍ରସ୍ତୁତ କରାଯାଇଛି। ଓଡ଼ିଶା ଦଳରେ ସମ୍ବଲପୁରର ଆଶୁତୋଷ ଛୁରିଆ ଓ ଅଭିନବ ନନ୍ଦ ସାମିଲ ଅଛନ୍ତି। ଫଜିଲ ମହମ୍ମଦ ମ୍ୟାଚ ରେଫରି ଥିବାବେଳେ ତାମିଲନାଡୁର ରାକେଶ ରାଘବନ ଓ ରାୟପୁରର ବିକାଶ ଭଟ୍ଟ ଅମ୍ପାୟର ଦାୟିତ୍ୱ ତୁଲାଇବେ। ମ୍ୟାଚ ପରିଚାଳନା ସକାଶେ ଓଡ଼ିଶା କ୍ରିକେଟ ଆସୋସିଏଶନ ୫ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଥିବା ନେଇ ସଂଘ ସାଧାରଣ ସମ୍ପାଦକ ସୁନୀଲ କୁମାର ସାହୁ, ଉପସଭାପତି ଦୁଲାଲ ଚନ୍ଦ୍ର ପ୍ରଧାନ, କ୍ରିକେଟ ସମ୍ପାଦକ ଅଭିନାଶ ନନ୍ଦ, ଆଥ୍‌ଲେଟିକ ସମ୍ପାଦକ ବିକାଶ କୁମାର ମିଶ୍ର, କାଉନ୍‌ସିଲ ସଭ୍ୟ ପଦ୍ମନାଭ ନାଏକ, ରତିକାନ୍ତ ମହାନ୍ତି, ଲକ୍ଷ୍ମୀଚନ୍ଦ୍ର ମହାକୁର, ଶାନ୍ତନୁ ନନ୍ଦ, ମହମ୍ମଦ ଇସାକ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ପଞ୍ଚାୟତିରାଜ ଦିବସ: ୮୨ ପଞ୍ଚାୟତକୁ ପ୍ରୋତ୍ସାହନ ରାଶି ବଣ୍ଟନ

ଛତ୍ରପୁର,୨୪ା୪(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଗଞ୍ଜାମ ଜିଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ଛତ୍ରପୁରଠାରେ ଗୁରୁବାର ପାଳିତ ହୋଇଯାଇଛି। ଜିଲା ପ୍ରଶାସନ ତରଫରୁ ଆୟୋଜିତ ସମାରୋହ ପ୍ରାରମ୍ଭରେ ଜମ୍ମୁ...

ଡିକି ଭାଙ୍ଗି ଲୁଟି ନେଲେ ସାଢେ ୩ ଲକ୍ଷ ଟଙ୍କା: ସିସିଟିଭିରେ କଏଦ ହେଲା ଲୁଟର ଦୃଶ୍ୟ

ବଣାଇଁ,୨୪।୪(ପ୍ରଦୀପ ତ୍ରିପାଠୀ): ଜଣେ ଅବସରପ୍ରାପ୍ତ କର୍ମଚାରୀ ପୁଅ ବାହାଘର ପାଇଁ ଟଙ୍କା ରଖିଥିଲେ। ଗୁରୁବାର ବ୍ୟାଙ୍କରେ ରଖିଥିବା ସଞ୍ଚିତ ଟଙ୍କା ବାହାରି କରି ଏକ ବାଇକ୍‌...

ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ମଧ୍ୟରେ ଭାରତୀୟ ନୌସେନା କଲା ‘INS ସୁରତ’ର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ,୨୪।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ-ପାକିସ୍ତାନ ସମ୍ପର୍କ ଏକ ଉତ୍ତେଜନାପୂର୍ଣ୍ଣ ପର୍ଯ୍ୟାୟ ଦେଇ ଗତି କରୁଛି। ଏହି ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ପରେ,...

ଜାତୀୟ ପଞ୍ଚାୟତ ରାଜ ଦିବସରେ ହିତାଧିକାରୀଙ୍କୁ ମିଳିଲା ନୂତନ ରାଶନ କାର୍ଡ

କର୍ଲାମୁଣ୍ଡା,୨୪।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଡ଼ିଓ ଦେବେନ୍ଦ୍ର...

“ସେନାର ଆବଶ୍ୟକତା ନାହିଁ, ଆତଙ୍କବାଦୀଙ୍କୁ ଆମ ହାତରେ ଦେଇଦିଅ”: ମୃତ ଘୋଡ଼ା ଚାଳକଙ୍କ ମାଉସୀ

ନୂଆଦିଲ୍ଲୀ,୨୪।୪: ଜମ୍ମୁ ଓ କାଶ୍ମୀରର ପାହାଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ କେବଳ ଜଣେ ସ୍ଥାନୀୟ ବ୍ୟକ୍ତି, ସୟେଦ ଆଦିଲ ହୁସେନଙ୍କର ମୃତ୍ୟୁ ଘଟିଛି। ଆଦିଲ ପର୍ଯ୍ୟଟକମାନଙ୍କୁ...

Pahalgam Terror Attack: କେମିତି ଥିଲା ଆତଙ୍କବାଦୀଙ୍କ ଚେହେରା, କୁନି ପୁଅ ବଖାଣିଲା…

ଶ୍ରୀନଗର,୨୪।୪: ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ଏବଂ ଅଳ୍ପକେ ରକ୍ଷା ପାଇଥିବା ଲୋକଙ୍କ ଦୁଃଖର କାହାଣୀ ବିଶ୍ୱକୁ ଶୁଣାଉଛନ୍ତି। ଏହି Terror...

ଡାଇବେଟିସ୍‌ ରୋଗୀ ଖାଇପାରିବେ କି ତରଭୁଜ: ଜାଣନ୍ତୁ କ’ଣ କୁହନ୍ତି ଏକ୍ସପର୍ଟ

ଗ୍ରୀଷ୍ମ ଋତୁରେ ପ୍ରାୟ ସବୁଠାରେ ତରଭୁଜ ବିକ୍ରି ହେଉଥିବା ଦେଖିବାକୁ ମିଳେ। ଏହା କେବଳ ସ୍ବାଦରେ ମିଠା ନୁହେଁ ବରଂ ଶରୀରକୁ ଥଣ୍ଡା ମଧ୍ୟ କରିଥାଏ।...

ଦୀର୍ଘ ୩ ଦିନ ପରେ ପାଗଳ ମାଙ୍କଡ଼କୁ କାବୁ କଲା ବନ ବିଭାଗ

ଗଞ୍ଜାମ,୨୪ା୪(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ଗତ କିଛି ଦିନ ହେବ ମାଙ୍କଡ଼ ଆତଙ୍କରେ ଲୋକେ ଅତିଷ୍ଠ ହୋଇ ପଡ଼ିଥିଲେ। ଗତ ମଙ୍ଗଳବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image