Categories: ଖେଳ

ଭାରତୀୟ କ୍ରିକେଟ ସହ ଜଡିତ ବଡ ଖବର: ୫ କ୍ରିକେଟରଙ୍କ ପାଖରୁ ମିଳିଲା ୨୭ ମଦ ବୋତଲ, ୨ ପେଟି ବିୟର

ନୂଆଦିଲ୍ଲୀ,୨୯।୧: ଭାରତୀୟ କ୍ରିକେଟ ସହ ଜଡିତ ବଡ ଖବର ବାହାରକୁ ଆସୁଛି। ବାସ୍ତବରେ ଚଣ୍ଡିଗଡ଼ ବିମାନବନ୍ଦରରେ ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନର ଅଣ୍ଡର -୨୩ ଦଳ ପାଖରୁ ୨୭ ମଦ ବୋତଲ ଏବଂ ଦୁଇ ପେଟି ବିୟର ଜବତ କରାଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନର ଅଣ୍ଡର -୨୩ ଦଳର ୫ କ୍ରିକେଟରଙ୍କ ପାଖରେ ମଦ ବୋତଲ ଏବଂ ବିୟର ମିଳିଛି। ଯେଉଁ କ୍ରିକେଟରଙ୍କଠାରୁ ମଦ ବୋତଲ ଏବଂ ବିୟର ମିଳିଥିଲା ସେମାନେ ସି.କେ ନାଇଡୁ ଟ୍ରଫିରେ ସୌରାଷ୍ଟ୍ରର ଅଣ୍ଡର -୨୩ ଦଳର ଅଂଶ ଅଟନ୍ତି।

ଜାନୁଆରୀ ୨୫ରେ, ସୌରାଷ୍ଟ୍ର ଦଳ ସି.କେ ନାଇଡୁ ଟ୍ରଫିରେ ଆୟୋଜକ ଚଣ୍ଡିଗଡ଼କୁ ପରାସ୍ତ କରିଥିଲେ। ଏହା ପରେ ଯେତେବେଳେ ସୌରାଷ୍ଟ୍ର କ୍ରିକେଟରମାନେ ରାଜକୋଟକୁ ଫେରୁଥିଲେ, ସେତିକିବେଳେ ଚଣ୍ଡିଗଡ ବିମାନବନ୍ଦରରେ ଯାଞ୍ଚ କରାଯାଇଥିଲା। ଏହି ସମୟରେ ସୌରାଷ୍ଟ୍ରର ୫ କ୍ରିକେଟରଙ୍କ ପାଖରେ ୨୭ ମଦ ବୋତଲ ଏବଂ ୨ଟି ବିୟର ମିଳିଥିଲା। ତେବେ ଖବର ଲେଖିବା ପର୍ଯ୍ୟନ୍ତ ପୋଲିସ ଦ୍ୱାରା କୌଣସି ମାମଲା ରୁଜୁ ହୋଇନାହିଁ।

Share