ସିଏସ୍‌ପି ପ୍ଲସ୍‌କୁ ମୋ’ ସେବାକେନ୍ଦ୍ରକୁ ପ୍ରଦାନ ଦାବି

ଛତ୍ରପୁର,୯ା୧୦(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ସିଏସ୍‌ପି ପ୍ଲସ୍‌କୁ ମୋ’ ସେବା କେନ୍ଦ୍ରକୁ ପ୍ରଦାନ କରିବା ଲାଗି ଦାବି ହୋଇଛି। ଏହିି ଦାବି ନେଇ ସୋମବାର ଗଞ୍ଜାମ ଜିଲା ମୋ’ ସେବା କେନ୍ଦ୍ର ପରିଚାଳକ ସଂଘ ପକ୍ଷରୁ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳ ଲୀନା କୁମାରୀ ଖେସଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଦାବିଗୁଡ଼ିକ ମଧ୍ୟରେ ଗୋଟିଏ ପଞ୍ଚାୟତରେ ଗୋଟିଏ ମୋ’ ସେବା କେନ୍ଦ୍ର ଖୋଲିବା, ନୂତନ ଭାବେ ଖୋଲିବାକୁ ଥିବା ସି.ଏସ୍‌ପି ପ୍ଲସକୁ ପଞ୍ଚାୟତରେ ଯୋଗାଇଆସୁଥିବା ମୋ’ ସେବାକେନ୍ଦ୍ରକୁ ସି.ଏସ୍‌ପି ପ୍ଲସ ପ୍ରଦାନ, ସମସ୍ତ ସରକାରୀ ସର୍ଭିସ ପବ୍ଲିକ ପୋର୍ଟାଲକୁ ନ ଦେଇ ମୋ’ ସେବା କେନ୍ଦ୍ର ମାଧ୍ୟମରେ ପ୍ରଦାନ, ପାରିଶ୍ରମିକ ପ୍ରଦାନ, ମୋ’ ସେବାକେନ୍ଦ୍ରରେ ସର୍ଭିସ ଦିଆଯାଉଥିବା ମୋ’ ସେବା କେନ୍ଦ୍ର ନାଁରେ ରହିବା,୫ଟି ଅନ୍ତର୍ଭୁକ୍ତ ଏକ ଯୋଜନାରେ ଥିବାରୁ ପ୍ରାଧାନ୍ୟ ଦେବା ଆଦି ରହିଛି। ଏମାନଙ୍କ କହିବାନୁଯାୟୀ ଗତ ୩ ବର୍ଷ ହେଲା ମୋ’ ସେବାକେନ୍ଦ୍ର ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ହୋଇ ଘରଭଡ଼ା, ବିଦ୍ୟୁତ୍‌ ବିଲ୍‌, ଇଣ୍ଟରନେଟ ବିଲ୍‌ ଆଦିର ସେବା ପ୍ରଦାନ କରାଯାଇଆସୁଛି।