ଆରଆଇ, ଅମିନ ପରୀକ୍ଷା ବାତିଲ କରିବାକୁ ଦାବି, ଆଡମିଟ୍‌ କାର୍ଡକୁ ଡଙ୍ଗା କରି ଭସାଇଲେ ଆଶାୟୀ

ଭୁବନେଶ୍ୱର,୧୦।୧୦: ଆରଆଇ ଓ ଅମିନ ପରୀକ୍ଷା ବାତିଲ ଦାବିକୁ ନେଇ ଆଶାୟୀ ଜୋରଦାର ଆନ୍ଦୋଳନ କରୁଛନ୍ତି। କଟକରେ ପ୍ରତିବାଦ କରି ଆଡମିଟ୍‌ କାର୍ଡକୁ ଡଙ୍ଗା କରି ଆଶାୟୀ କାଠଯୋଡ଼ି ନଦୀରେ ଭସାଇଥିବା ଦେଖିବାକୁ ମିଳିଛି। ପରୀକ୍ଷା ବାତିଲ ସହ ପୁନଃ ପରୀକ୍ଷା କରିବା ଦାବିରେ ଆଶାୟୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୩୦ରୁ ଆରମ୍ଭ ହୋଇଥିବା ଆରଆଇ, ଅମିନ ପରୀକ୍ଷାରେ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ନିକଟରେ ରାଜଧାନୀ ଭୁବନେଶ୍ୱରରେ ଏକ ସାଇବର କାଫେରେ ଗ୍ରୁପ-ସି ଚାକିରି ପାଇଁ ପରୀକ୍ଷା କରାଯାଉଥିବା ଅଭିଯୋଗ ହୋଇଥିଲା। ଓଡ଼ିଶା ସବୋର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନ(ଓଏସଏସଏସସି) ଦ୍ୱାରା ଆର୍‌ଆଇ, ଏଆର୍‌ଆଇ, ଆଇସିଡିଏସ ସୁପର ଭାଇଜର, ଅମିନ ପରୀକ୍ଷା ହେଉଥିବା ବେଳେ ପରୀକ୍ଷା କେନ୍ଦ୍ରରେ ବିଳମ୍ବରେ ପରୀକ୍ଷା ଆରମ୍ଭ ହେବାକୁ ନେଇ କେନ୍ଦ୍ରରେ ଉତ୍ତେଜନା ସୃଷ୍ଟି ହୋଇଥିଲା।

ପରୀକ୍ଷାର୍ଥୀମାନେ ଅଭିଯୋଗ କରିଥିଲେ, ଓଏସଏସଏସସି ସାଇବର କାଫେରେ ପରୀକ୍ଷା କରୁଛି। ପରୀକ୍ଷା କେନ୍ଦ୍ର ତଳେ ହୋଟେଲ ରହିଥିବାରୁ ବିନା ଆଇ କାର୍ଡରେ ଲୋକମାନେ ମନଇଚ୍ଛା ଭିତରକୁ ପ୍ରବେଶ କରୁଛନ୍ତି। ଫଳରେ ପରୀକ୍ଷାରେ ସ୍ବଚ୍ଛତା ରହୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିର ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମରେ ଯୋଗ ଦେଲେନି ଅମର, ପ୍ରତିକ୍ରିୟାରେ କହୁକହୁ କହିଦେଲେ…

ଯାଜପୁର,୧୦ା୧୦: ଯାଜପୁର ବିଜେଡି ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମରେ ଅମର ଶତପଥୀ ଯୋଗ ନ ଦେବାକୁ ନେଇ ରାଜ୍ୟ ରାଜନୀତି ଚର୍ଚ୍ଚା ଜୋର୍‌ ଧରିଛି। ଅମର କାହିଁକି...

ବୁର୍ଲା କନଷ୍ଟେବଳଙ୍କ ଆକ୍ରମଣକାରୀଙ୍କୁ ପୋଲିସର ଏନ୍‌କାଉଣ୍ଟର, ଜଙ୍ଗଲରେ ଲୁଚିଥିବାବେଳେ…

ସମ୍ବଲପୁର,୧୦ା୧୦(ପ୍ରମୋଦ ବହିଦାର): ପୋଲିସ କନଷ୍ଟେବଳଙ୍କୁ ଆକ୍ରମଣ କରି ପାପୁଲି ଛିଣ୍ଡାଇଥିବା ଅଭିଯୁକ୍ତ କମଲୁ ପ୍ରଧାନ ପୋଲିସ ଏନ୍‌କାଉଣ୍ଟରେ ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଗୁରୁବାର...

ମାଗଣା ମେଡିସିନ ଦେବାକୁ ଲାଞ୍ଚ ନେଉଥିଲେ ଏସ୍‌ସିବି ଡାଟା ଏଣ୍ଟ୍ରି ଅପରେଟର, ଧରିଲା ଭିଜିଲାନ୍ସ

କଟକ,୧୦ା୧୦(କାର୍ତ୍ତିକ ସାହୁ): କଟକ ଏସ୍‌ସିବି ମେଡିକାଲର ଡାଟାଏଣ୍ଟ୍ରି ଅପରେଟର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଡାଟାଏଣ୍ଟ୍ରି ଅପରେଟର ସ୍ମୃତି ରଞ୍ଜନ ସାହୁ ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କଠାରୁ ୨...

ଟ୍ରାକ୍‌ରେ ଯାଉଥିଲା ରାଉରକେଲା-ଜଗଦଲପୁର ଏକ୍ସପ୍ରେସ୍‌, ଟନେଲ୍‌ରୁ ଖସିଲା ପଥର, ଆଉ ତା’ ପରେ…

କୋରାପୁଟ/ଲକ୍ଷ୍ମୀପୁର,୧୦ା୧୦(ଅମିତାଭ ବେହେରା/ଅନନ୍ତ ନାୟକ): ବୁଧବାର ବିଳମ୍ବିତ ରାତିରେ କୋରାପୁଟ-ରାୟଗଡ଼ା ରେଳପଥରେ ଟନେଲ ମଧ୍ୟରୁ ପଥର ଖସି ରେଳ ଧାରଣା ଉପରେ ପଡ଼ିଲା। ଛିଣ୍ଡିଗଲା ଓଭର ହେଡେ୍‌ଡ...

ଭାରତର ଉଦ୍ୟୋଗୀ ମନୋଭାବର ଏକ ଉଜ୍ଜ୍ୱଳ ଆଲୋକ ଥିଲେ ରତନ ଟାଟା, ନବୀନ କହିଲେ ସମଗ୍ର ବିଶ୍ୱରେ…

ଭୁବନେଶ୍ୱର,୧୦ା୧୦: ବିଶିଷ୍ଟ ଶିଳ୍ପପତି ତଥା ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ରତନ ଟାଟାଙ୍କ ବୁଧବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୮୬ ବର୍ଷ...

ଓଡ଼ିଶାରେ ମାଗଣା ଚାଉଳ ଅବଧି ବୃଦ୍ଧି ହେବ କି ନାହିଁ, ମନ୍ତ୍ରୀ ଦେଲେ ବଡ଼ ସୂଚନା

ଭୁବନେଶ୍ୱର,୧୦।୧୦: କେନ୍ଦ୍ର ପରେ ରାଜ୍ୟ ବଢ଼ାଇବ ଗରିବଙ୍କୁ ମାଗଣା ଚାଉଳ ଅବଧି। ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି,...

କେବେ ଆସିବ ନୂଆ ରାଶନ କାର୍ଡ, ଖାଦ୍ୟ ଯୋଗାଣ ମନ୍ତ୍ରୀ ଦେଲେ ବଡ଼ ସୂଚନା

ଭୁବନେଶ୍ୱର,୧୦।୧୦: ରାଶନ କାର୍ଡ E-KYC ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂଚନା ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପାଖାପାଖି ୨ କୋଟି ୩୦ ଲକ୍ଷ...

ଓଡ଼ିଶା ସହ ଏମିତି ଥିଲା ରତନ ଟାଟାଙ୍କ ସମ୍ପର୍କ…

ମୁମ୍ବାଇ/ଭୁବନେଶ୍ୱର,(୧୦ା୧୦): ବିଶିଷ୍ଟ ଶିଳ୍ପପତି ତଥା ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ରତନ ଟାଟାଙ୍କ ବୁଧବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri