ରୋଗୀ ମୃତ୍ୟୁ ପରେ ଟଙ୍କା ଦାବି କରିବାରୁ ଉତ୍ତେଜନା

ଗୋପାଳପୁର,୧୨ା୯(ନବିନ ରାଜ ଆଚାରୀ): ଗଞ୍ଜାମ ଜିଲା ଶିତଲାପଲ୍ଲୀସ୍ଥିତ ଏକ ଘରୋଇ ହସ୍ପିଟାଲରେ ଗୁରୁବାର ଜଣେ ଚିକିତ୍ସାଧୀନ ରୋଗୀଙ୍କ ମୃତ୍ୟୁ ପରେ ହସ୍ପିଟାଲ କର୍ତ୍ତୃପକ୍ଷ ଅଧିକ ବିଲ କରି ଟଙ୍କା ଦାବି କରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ବାବୁଲାପଲ୍ଲୀ ଗ୍ରାମର ଗୁରୁତର ଜି.ଭୀମସେନ (୭୦)ଗତ ୧୦ ତାରିଖ ମଙ୍ଗଳବାର ସନ୍ଦ୍ୟାରେ ଉକ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ବୁଧବାର ରାତି ୧୧ଟାରେ ଆଇସିୟୁକୁ ନିଆଯାଇଥିଲା l ଗୁରୁବାର ସକାଳ ୮ଟାରେ ଭୀମସେନଙ୍କ ମୃତ୍ୟୁ ଘଟିଥିଲା। ହେଲେ ହସ୍ପିଟାଲ କର୍ତ୍ତୃପକ୍ଷ ଭୀମସେନଙ୍କ ମୃତ୍ୟୁ ସମ୍ପର୍କରେ କିଛି ସୂଚନା ନ ଦେଇ ପରିବାର ଲୋକଙ୍କୁ ୨୫ ହଜାର ଟଙ୍କା ଡିପୋଜିଟ କରିବାକୁ କହିଥିଲେ ବୋଲି ତାଙ୍କ ପୁଅ ଜି.ମୂରଲୀ ଅଭିଯୋଗ କରିଛନ୍ତି। ଏହାକୁ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା।