କଟକ ବାଲିଯାତ୍ରାକୁ ବିଶ୍ୱ ସାଂସ୍କୃତିକ ଐତିହ୍ୟ ମାନ୍ୟତା ଦାବି

କଟକ,୨୩ା୩ (କାର୍ତ୍ତିକ ସାହୁ): ଐତିହାସିକ କଟକ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଦାବି ପରେ ଏବେ ଉଠିଛି ବିଶ୍ୱ ସାଂସ୍କୃତିକ ଐତିହ୍ୟ ମାନ୍ୟତା ଦାବି। ବିଶ୍ୱ ସାଂସ୍କୃତିକ ଐତିହ୍ୟ ମାନ୍ୟତା ପ୍ରଦାନ ପ୍ରସଙ୍ଗରେ କଟକ ମହାନଗର ନିଗମ(ସିଏମ୍‌ସି) ମେୟର ସୁବାସ ସିଂ ଶୁକ୍ରବାର ରାଜ୍ୟ ସଂସ୍କୃତି ନିର୍ଦ୍ଦେଶକ ଦିଲୀପ କୁମାର ରାଉତରାୟଙ୍କୁ ଭୁବନେଶ୍ୱରସ୍ଥିତ ତାଙ୍କ କାର୍ଯ୍ୟାଳୟରେ ଭେଟି ଆଲୋଚନା କରିଛନ୍ତି। କଟକ ବାଲିଯାତ୍ରାକୁ ବିଶ୍ୱ ସାଂସ୍କୃତିକ ଐତିହ୍ୟର ମାନ୍ୟତା ପ୍ରଦାନ ପାଇଁ ଅଧିକ ତଥ୍ୟ ସଂଗ୍ରହ କରି କେନ୍ଦ୍ର ସଂସ୍କୃତି ବିଭାଗ ଜରିଆରେ ଜାତିସଂଘକୁ ପ୍ରଦାନ କରିବା ନିମନ୍ତେ ମେୟର ରାଜ୍ୟ ସଂସ୍କୃତି ନିର୍ଦ୍ଦେଶକଙ୍କୁ ନିବେଦନ କରିଛନ୍ତି। ଉଭୟଙ୍କ ସାକ୍ଷାତ୍‌ ଆଲୋଚନାବେଳେ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସମସ୍ତ ତଥ୍ୟ ପ୍ରଦାନ କରିବାକୁ ମେୟର ଅନୁରୋଧ କରିଥିବା ଜଣାପଡିଛି।
ସୂଚନାଯୋଗ୍ୟ, ୨୦୧୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ପ୍ରଦାନ ପାଇଁ କେନ୍ଦ୍ର ସଂସ୍କୃତି ବିଭାଗକୁ ଚିଠି ଲେଖି ଅନୁରୋଧ କରିଥିଲେ। ବର୍ତ୍ତମାନର ମେୟର ତଥା ତତ୍କାଳୀନ ରାଜ୍ୟ ସଭା ସଦସ୍ୟ ସୁବାସ ସିଂ ୨୦୨୨ ମସିହାରେ ୯ ଜଣ ଏମ୍‌ପିଙ୍କୁ ନେଇ ତତ୍କାଳୀନ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଡ. ମୀନାକ୍ଷୀ ଲେଖିଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ୨୦୨୨ ମସିହା ବାଲିଯାତ୍ରା ଚାଲିଥିବା ସମୟରେ ସୁଦୂର ଇଣ୍ଡୋନେସିଆର ବାଲି ସହରରୁ ଏକ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟକ ବାଲିଯାତ୍ରାର ପ୍ରଶଂସା କରିଥିଲେ। ୨୦୨୪ରେ ଏହି ଜାତୀୟ ମାନ୍ୟତା ପାଇଁ ମେୟର ସିଂ ପୁନର୍ବାର ଅନୁରୋଧ କରିଥିଲେ। ଏ ସଂକ୍ରାନ୍ତରେ କେନ୍ଦ୍ର ସଂସ୍କୃତି ବିଭାଗ ଚିଠି ଦ୍ୱାରା କେନ୍ଦ୍ର ଗୃହ ବିଭାଗକୁ ଅନୁରୋଧ କରିବାକୁ ମେୟର ସିଂ ଚିଠି ଲେଖି ଜଣାଇଥିଲେ। ଏଥିସହ ରାଜ୍ୟ ସଭା ସଦସ୍ୟ ସୁଜିତ୍‌ କୁମାର ମଧ୍ୟ ପୁନର୍ବାର ସଂସଦରେ କଟକ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ପ୍ରଦାନ ପାଇଁ ପ୍ରସଙ୍ଗ ଉଠାଇଥିଲେ। ଜାତୀୟ ମାନ୍ୟତା ମିଳି ନ ଥିବାବେଳେ ଏବେ ଜାତିସଂଘ କଟକ ବାଲିଯାତ୍ରାକୁ ବିଶ୍ୱ ସାଂସ୍କୃତିକ ଐତିହ୍ୟ ମାନ୍ୟତା ପ୍ରଦାନ କରିବା ପାଇଁ ଚିଠି ଲେଖିଛନ୍ତି ମେୟର। ଏ ସମ୍ପର୍କରେ କଟକ ଜିଲାପାଳ ବିନୀତ୍‌ ଭରଦ୍ୱାଜଙ୍କ ସହ ଆଲୋଚନା କରି ରାଜ୍ୟ ସଂସ୍କୃତି ନିର୍ଦ୍ଦେଶକଙ୍କୁ ମଧ୍ୟ ଅନୁରୋଧ କରାଯାଇଛି। ଏହି ସାକ୍ଷାତ ସମୟରେ ମେୟର ସିଂଙ୍କ ସମେତ ରାଜୀବ ମହାନ୍ତି, ଦେବେନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ପାଇଁ ଅଛି ୧୩୦ଟି ପରମାଣୁ ବୋମା, ଧମକ ଦେଲେ ପାକିସ୍ତାନ ମନ୍ତ୍ରୀ

ନୂଆଦିଲ୍ଲୀ,୨୭ା୪: ପହଲଗାମ ଆକ୍ରମଣ ପରେ ବଢୁଥିବା ଉତ୍ତେଜନା ମଧ୍ୟରେ ପାକିସ୍ତାନ ମନ୍ତ୍ରୀ ହାନିଫ ଅବ୍ବାସୀ ଭାରତକୁ ପରମାଣୁ ପ୍ରତିଶୋଧର ଖୋଲା ଧମକ ଦେଇଛନ୍ତି, ଚେତାବନୀ ଦେଇଛନ୍ତି...

୪ ବର୍ଷର ଶିଶୁ କନ୍ୟାଙ୍କୁ  ଚକଲେଟ ଓ ଚିପ୍ସ ଦେଇ  ନିର୍ମାଣାଧୀନ ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ବଳାତ୍କାର କରି ହତ୍ୟା କରିଥିଲେ ମାମୁ:  ବାନ୍ଧିଲା ପୋଲିସ 

ଦିଗପହଣ୍ଡି, ଛତ୍ରପୁର,୨୭।୪(ଅଶେଷ ନାଥ ମିଶ୍ର/ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମରେ ଲଜ୍ଜ୍ୟାଜନକ ହୃଦୟବିଦାରକ ଘଟଣା ଘଟିଛି। ଶୁକ୍ରବାର ସନ୍ଧ୍ୟାରୁ ନିଖୋଜ ଥିବା...

ଗୋରୁ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ, ୩ ଗୋରୁ ମୃତ

ଧୂଷୁରୀ, ୨୭।୪( ଦୀପ୍ତି ରଞ୍ଜନ ନାୟକ ): ଭଦ୍ରକ ଜିଲାର ଧୂଷୁରୀ ଥାନା ଅଧୀନ ଅସୁରାଳିଠାରେ ଶନିବାର ଭୋର ୪ଟାରେ ଗୋରୁ ବୋଝେଇ ଏକ ପିକ୍‌ଅପ୍‌...

ଢ଼ାବାରେ ପୋଲିସ ଚଢ଼ାଉ: ଜଣେ ଗିରଫ

ଧର୍ମଗଡ,୨୬।୪(ଘାସିରାମ ଜଗତ): ବେଆଇନ ମଦ କାରବାର ଉପରେ ଅଙ୍କୁଶ ଲଗାଇବା ଲାଗି ଧର୍ମଗଡ ଥାନାରେ ନୂତନ ଭାବେ ଯୋଗ ଦେଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର...

ଏଇ ଭାରତରେ

କାଗଜ ପାଇଁ ବହୁସଂଖ୍ୟାରେ ଗଛ ଓ ବାଉଁଶ କଟାଯାଉଛି, ଯାହା ପରିବେଶ ପାଇଁ କ୍ଷତିକାରକ। ତେବେ ଏହାର ସମାଧାନ ବାଟ ପାଇଛନ୍ତି ରୂପଙ୍କର ଭଟ୍ଟାଚାର୍ଯ୍ୟ ଏବଂ...

ନିକୃଷ୍ଟ ବିଚାର

ଆମେରିକା କହୁଛି ବାଣିଜ୍ୟରେ ବିଶ୍ୱ ତାହାକୁ ଲୁଟିଛି ଏବଂ କ୍ଷତିପୂରଣ ଚାହେଁ। ଦେଖିବାକୁ ଗଲେ ଏହି ଲୁଣ୍ଠନ ନିଜେ ଆମେରିକା ଦ୍ୱାରା ହୋଇଛି କାରଣ ଏକ...

ଭୁବନେଶ୍ୱର ବିମାନବନ୍ଦରରେ ୧୨ ଘଣ୍ଟାରୁ ଅଧିକ ସମୟ ଅଟକି ରହିବା ପରେ କ୍ରୁଦ୍ଧ ଯାତ୍ରୀଙ୍କ ହଙ୍ଗାମା

ଭୁବନେଶ୍ୱର,୨୭ା୪: ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ଯାତ୍ରୀମାନେ ଅଟକି ରହିବା କାରଣରୁ ଉତ୍ତେଜନା ସୃଷ୍ଟି ହୋଇଛି। ୧୨ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ...

Video: ଭୁବନେଶ୍ୱରରେ ବ୍ୟବସାୟୀଙ୍କ ଘରେ ପଶି ସୁନା ଅଳଙ୍କାର, ନଗଦ ଟଙ୍କା ଲୁଟ୍; ସାମ୍ନାକୁ ଆସିଲା CCTV ଫୁଟେଜ୍

ଭୁବନେଶ୍ୱର,୨୭ା୪: କିଛି ଦିନର ନୀରବତା ପରେ ରାଜଧାନୀ ଭୁବନେଶ୍ୱରରେ ପୁନର୍ବାର ଏକ ବଡ଼ ଧରଣର ଲୁଟ୍ ଘଟଣା ଘଟିଛି। ଲୁଟେରାମାନେ ଜଣେ ବ୍ୟବସାୟୀଙ୍କ ଘରେ ପଶି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image