ନୂଆଦିଲ୍ଲୀ,୨୧ ।୩: କାଲିଫର୍ନିଆ ବିଶ୍ୱବିଦ୍ୟାଳୟରେ ପ୍ରଫେସର ତଥା ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଅରବିନ୍ଦ ପନଗରିଆ କହିଛନ୍ତି କୋଭିଡ-୧୯ ମହାମାରୀ ସମୟରେ ଦେଶରେ ଗରିବ ଓ ଅସମାନତା ବୃଦ୍ଧି ଦାବି କରାଯାଇଥିବା ବେଳେ ଏହା ସମ୍ପୂର୍ଣ୍ଣ ଭୁଲ ବୋଲି ସେ କହିଛନ୍ତି । ପାନଗରିଆ ଇଂଟେଲିକ ଆଡଭଟାଇର୍ସଙ୍କ ସହ ମିଶି ‘ଭାରତରେ ଦାରିଦ୍ରତା ଓ ଅସମାନତା: କୋଭିଡ ୧୯ ପୂର୍ବରୁ ଏବଂ ପରେ’ ଶୀର୍ଷକରେ ଏକ ଅନୁସନ୍ଧାନ ପେପରରେ ଏହା ଲେଖିଛନ୍ତି ।
କଲମ୍ବିଆ ବଶ୍ୱିଦ୍ୟାଳୟର ଆଗାମୀ ସମ୍ମିଳନୀରେ ଏହି ଗବେଷଣା ଉପସ୍ଥାପନ କରାଯିବ । ପାନଗରିଆ କହିଛନ୍ତି, ଭାରତ ସମ୍ପର୍କିତ ଏହି ଦାବି ବିଭିନ୍ନ ସର୍ଭେ ଉପରେ ଆଧାରିତ, ଯାହାକୁ ତୁଳନା କରାଯାଇ ପାରିବ ନାହିଁ । ପାନଗରିଆଙ୍କ ଅନୁଯାୟୀ, କୋଭିଡ ସମୟରେ ଭାରତରେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ତଥା ଜାତୀୟ ସ୍ତରରେ ଅସମାନତା ହ୍ରାସ ପାଇଛି ।
Posted inକରୋନା ଭାଇରସ୍, ଜାତୀୟ