ସୋରଡ଼ା,୯ା୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ଗାଁ ସାଥୀ ସଂଘର ୪ ଦଫା ଦାବିପତ୍ର ବିଡିଓ ସୀମାଞ୍ଚଳ ମଣ୍ଡଳଙ୍କୁ ଗୁରୁବାର ପ୍ରଦାନ କରାଯାଇଛି। ସଂଘ ସଭାନେତ୍ରୀ କୁମାରୀ ତୁନି ବେହେରାଙ୍କ ସଭାପତିତ୍ୱରେ ବଡ଼କାଳୀମନ୍ଦିର ପରିସରରେ ଆୟୋଜିତ ବୈଠକରେ ଗ୍ରାମସାଥୀମାନଙ୍କ ବିକାଶ ଓ ମନରେଗା କାମରେ ସମ୍ପୃକ୍ତି ଉପରେ ଆଲୋଚନା ହୋଇଥିଲା। ୨୦୦୮ରୁ ନିଯୋଜିତ ଗ୍ରାମସାଥୀମାନଙ୍କ ପ୍ରାପ୍ୟ ଶ୍ରମିକମାନଙ୍କ ପ୍ରାପ୍ୟ ସହ ଏକା ସାଙ୍ଗରେ ପ୍ରଦାନ,ଏମାନଙ୍କ ନାମରେ କାର୍ଯ୍ୟାଦେଶ ପ୍ରଦାନ, ଇଣ୍ଡିଭିଜୁଆଲ ପ୍ରକଳ୍ପରେ ସାମିଲ,ଉଚ୍ଚ ନ୍ୟାୟାଳୟଙ୍କ ପି (ସି )୨୭୫୭୩/୨୦୨୧କୁ ସମ୍ମାନ ଜଣାଇ ତଥା ପଞ୍ଚାୟତିରାଜଙ୍କ ଚିଠି ୬୯୬୬/୧୯/୦୪/୨୦୨୨ର ୧୬ ନମ୍ବର ପଏଣ୍ଟରେ ଥିବା ବିଷୟକୁ ପ୍ରତ୍ୟାହାର ଉପରେ ଦାବି କରାଯାଇଛି।