ନୂଆଦିଲ୍ଲୀ,୨୯ା୬: ୟୁସିସି କୌଣସି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ପାଇଁ ନୁହେଁ, ବରଂ ସମଗ୍ର ସମାଜ ଲାଗି ଉଦ୍ଦିଷ୍ଟ। ଏହାକୁ ସାମ୍ପ୍ରଦାୟିକ ଶିଳ୍ପୀମାନଙ୍କ ହାତରୁ ମୁକ୍ତ କରିବା ସମୟ ଉପନୀତ। ଏହି ପ୍ରସଙ୍ଗରେ କଂଗ୍ରେସ ନିଜ ଆଭିମୁଖ୍ୟ ସ୍ପଷ୍ଟ କରୁ ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ମୁଖ୍ତାର ଆବ୍ବାସ ନକ୍ଭି କହିଛନ୍ତି। ବିରୋଧୀ ଦଳ ୟୁସିସି ପ୍ରତି ସାମ୍ବିଧାନିକ ପ୍ରତିଶ୍ରୁତିବଦ୍ଧତା ସହ ନା ଏହାକୁ କାର୍ଯ୍ୟକାରୀ କରାଇବାରେ ‘ସାମ୍ପ୍ରଦାୟିକ ଷଡ଼ଯନ୍ତ୍ର’ ସହ ରହିଛି, ସେନେଇ ସ୍ପଷ୍ଟ କରିବା ଉଚିତ ବୋଲି ସେ ପରାମର୍ଶ ଦେଇଛନ୍ତି।