Categories: ବାଣିଜ୍ୟ

ସିପେଟ୍‌ ପକ୍ଷରୁ ସ୍ବଚ୍ଛତା ଦିବସ

ଭୁବନେଶ୍ୱର,୩।୧୦: ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ପେଟ୍ରୋକେମିକାଲ୍‌ସ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ସିପେଟ୍‌)ର ଆଇପିଟି ଭୁବନେଶ୍ୱର ପକ୍ଷରୁ ‘ସ୍ବଚ୍ଛତା ଦିବସ’ ଶିଖରଚଣ୍ଡୀ ପାଦ ଦେଶ ସମ୍ମୁଖରେ ଆୟୋଜନ କରାଯାଇଥିଲା। ବିଶେଷକରି ଉକ୍ତ ସ୍ଥାନରେ ସିପେଟ ପକ୍ଷରୁ ଏକ ଘଣ୍ଟିକିଆ ସ୍ବଚ୍ଛତା କାର୍ଯ୍ୟକ୍ରମ (ଶ୍ରମଦାନ) କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅବସରରେ ସିପେଟ ଭୁବନେଶ୍ୱରର ମୁଖ୍ୟ ତଥା ନିର୍ଦ୍ଦେଶକ ପ୍ରମୋଦ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ସିପେଟର ସମସ୍ତ କର୍ମଚାରୀ ଏବଂ ଛାତ୍ରୀଛାତ୍ରମାନେ ଅଂଶଗ୍ରହଣ କରି ପାହାଡ ପାଦଦେଶରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ସାହୁ କହିଥିଲେ, ନିଜର ଆଖପାଖ ସଫାସୁତୁରା ରଖିବା ଦ୍ୱାରା ପରିବେଶ ସୁରକ୍ଷା ଓ ସୁରକ୍ଷିତ ହୋଇଥାଏ। ସେହିପରି ପରିବେଶର ସୁରକ୍ଷା ଏବଂ ଭବିଷ୍ୟତ ଉପରେ ସାହୁ ସମ୍ୟକ ଆଲୋକପାତ କରିଥିଲେ। ପରିଶେଷରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

Share