Categories: ଜାତୀୟ

ମନ୍ଦିର ପ୍ରବେଶକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ପଥର ମାଡ଼: ୧୪ ଆହତ

ଭୋପାଳ,୧୯।୨: ମଧ୍ୟପ୍ରଦେଶର ସାନୱାଡ ଅଞ୍ଚଳର ଚାପ୍ରା ଗ୍ରାମରେ ମହାଶିବରାତ୍ରିରେ ଏକ ଅଘଟଣ ଘଟିଛି। ଦୁଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ହୋଇ ୧୪ ଜଣ ଆହତ ହୋଇଛନ୍ତି।
ଦଳିତ ସମ୍ପ୍ରଦାୟର ସଦସ୍ୟମାନେ ଅଭିଯୋଗ କରିଛନ୍ତି ଯେ, ଉଚ୍ଚ ଜାତିର କିଛି ଲୋକ ତାଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ବାରଣ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇ ସଂଘର୍ଷର ରୂପ ନେଇଥିଲା। ଏପରି କି ଉଭୟ ଗୋଷ୍ଠୀ ମଧ୍ୟରେ ପଥରମାଡ଼ ହୋଇଥିଲା। ଏଥିରେ ୧୪ ଜଣ ଆହତ ହୋଇଛନ୍ତି। ଏନେଇ ଉଭୟ ପକ୍ଷରୁ ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି। ପୋଲିସ ଅଭିଯୋଗକୁ ଭିତ୍ତିକରି ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଛି। ଅନ୍ୟପକ୍ଷେ ପୋଲିସ ଆହତମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। ଗାଁରେ ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୋଲିସ ମୁତୟନ କରାଯାଇଛି।

Share