Categories: ଜାତୀୟ

ୟୁପି ନିର୍ବାଚନ: ଭାଜପା, ସମାଜବାଦୀ ପାର୍ଟି କର୍ମୀ ମୁହାଁମୁହିଁ

ଲକ୍ଷ୍ନୌ,୧୯ ।୨: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ଦି୍ୱତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ଏବେ ତୃତୀୟ ପର୍ଯ୍ୟାୟ ମତଦାନକୁ ନେଇ ରାଜନୀତି ହୋଇଛି ବେଶ ସରଗରମ । ଶୁକ୍ରବାର ରାତିରେ ଅଯୋଧ୍ୟାରେ ଭାରତୀୟ ଜନତା ପାର୍ଟି(ଭାଜପା) ଓ ସମାଜବାଦୀ ପାର୍ଟି ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ଏଥିରେ କିଛି ରାଉଣ୍ଡ ଗୁଳି ବି ଫୁଟିଛି । ଏହି ଘଟଣା ମହରାଜଗଞ୍ଜର କବିରପୁରରେ ହୋଇଛି । ଏହାପରେ ସମାଜବାଦୀ ପାର୍ଟି ଟୁଇଟ କରି କହିଛି ଗୋସାଇଗଞ୍ଜ ବିଧାନସଭା ଆସନରୁ ସମାଜବାଦୀ ପାର୍ଟି ପ୍ରାର୍ଥୀ ଅଭୟ ସିଂଙ୍କ ଉପରେ ଭାଜପା ସମର୍ଥିତଙ୍କ ଆକ୍ରମଣ ନିନ୍ଦନୀୟ । ସମାଜବାଦୀ ପାର୍ଟିକୁ ଜନତାଙ୍କର ସମର୍ଥନ ହେଉଛି ଭାଜପାକୁ ଜବାବ । ସମାଜବାଦୀ ପାର୍ଟି ପକ୍ଷରୁ ଏ ନେଇ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରାଯାଇଛି । ଏପଟେ ପୋଲିସ କହିଛି ଉଭୟ ପକ୍ଷର ଲୋକେ ଆହତ ହୋଇଛନ୍ତି ।

Share