Categories: ଜାତୀୟ

ପଶ୍ଚିମବଙ୍ଗରେ ପୁଣି ପୋଲିସ-ପ୍ରଦର୍ଶନକାରୀ ମୁହାଁମୁହିଁ, ପଥରମାଡ଼

କୋଲକାତା,୧୧।୬: ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଦିଆଯାଇଥିବା ବିବାଦୀୟ ବୟାନକୁ ନେଇ ଏବେ ଦେଶର ବିଭିନ୍ନ ପ୍ରାନ୍ତରେ ହିଂସାକାଣ୍ଡ ଘଟିବା ସହ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ପଥରମାଡ଼ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ସ୍ଥିତିରେ ଶନିବାର ପୁଣି ପଶ୍ଚିମବଙ୍ଗର ହାଓ୍ବାଡାରେ ହିଂସାକାଣ୍ଡ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ହାଓ୍ବାଡାର ପଞ୍ଚଲା ବଜାରରେ ପୋଲିସ ଓ ବିକ୍ଷୋଭକାରୀ ମୁହାଁମୁହିଁ ହୋଇଛନ୍ତି। ପ୍ରଦର୍ଶନକାରୀମାନେ ପୋଲିସଙ୍କ ଉପରେ ପଥରମାଡ଼ କରିଥିବା ବେଳେ ପୋଲିସ ମଧ୍ୟ ହିଂସାକୁ ପ୍ରତିହତ କରିବାକୁ ଯାଇ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି। ଏଥିସହ ଜୁନ ୧୫ଯାଏ ସହରରେ ୩ କିମ୍ବା ତା’ଠାରୁ ଅଧିକ ଲୋକଙ୍କ ସମାବେଶ ଉପରେ ପ୍ରଶାସନ ପକ୍ଷରୁ ରୋକୋ ଲଗାଯାଇଛି। ଅନ୍ୟପଟେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଲାଗି ସହରରେ ୧୪୪ଧାରା ଲାଗୁ କରାଯାଇଥିବା ବେଳେ ସୋମବାର ଯାଏ ହାଓ୍ବାଡାରେ ଇଣ୍ଟରନେଟ ସେବାକୁ ବନ୍ଦ ରଖାଯାଇଛି।

Share