ନୂଆଦିଲ୍ଲୀ,୧୮।୪: ସୁଦାନ ଉପରେ ନିୟନ୍ତ୍ରଣକୁ ନେଇ ଦେଶର ସେନା ତଥା ଏକ ଶନ୍ତିଶାଳୀ ଅର୍ଦ୍ଧସାମରିକ ବଳଙ୍କ ମଧ୍ୟରେ ସୋମବାର ଲଗାତାର ତୃତୀୟ ଦିନରେ ବି ସଂଘର୍ଷ ଜାରି ରହିଥିଲା। ଏହି ସଂଘର୍ଷରେ ଏବେ ପର୍ଯ୍ୟନ୍ତ ପ୍ରାୟ ୧୦୮ ଜଣଙ୍କ ମତ୍ୟୁ ହେଲାଣି। ସୋମବାର ରାଜଧାନୀ ଖାରତୁମ ଓ ଏହାର ନିକଟବର୍ତ୍ତି ସହର ଓମଡର୍ମନରେ ବିମାନ ଆକମ୍ରଣ ଓ ଗୁଳିକାଣ୍ଡ ଘଟଣା ବୃଦ୍ଧି ହୋଇଛି। ଇତିମଧ୍ୟରେ ତାଜା ପରାମର୍ଶରେ ଭାରତୀୟ ଦୂତାବାସ ସେଠାରେ ଥିବା ଭାରତୀୟଙ୍କୁ ଘରୁ ବାହରକୁ ନ ବାହାରିବାକୁ ଓ ଶାନ୍ତ ରହିବାକୁ କହିଛି।
ଭାରତୀୟ ମିଶନ ଚେତାବନୀ ଦେଇଛି କି ସମସ୍ତ ଭାରତୀୟ ଅତ୍ୟଧିକ ସାବଧାନ ରୁହନ୍ତୁ, କାରଣ ସ୍ଥିତି ନିୟନ୍ତ୍ରଣରେ ନାହିଁ। ସେଥିପାଇଁ ଅପଡେଟ ସୂଚନା ପାଇଁ ଅପେକ୍ଷା ରଖନ୍ତୁ। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଖାରତୁମରେ ଗୁଳିବାଜି ଜଣେ ଭାରତୀୟଙ୍କ ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କରିଛି। ଏପଟେ ଖାରତୁମ ଓ ଓମଡର୍ମନରେ ଘରେ ବିଜୁଳି ନ ଥିବାରୁ ଚୋରି ଘଟଣା ବୃଦ୍ଧି ପାଇଛି।