Categories: ଜାତୀୟ

ଶୋଭାଯାତ୍ରାବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ପଥର ମାଡ଼: ୨ ହୋମଗାର୍ଡ ମୃତ

ଚଣ୍ଡିଗଡ,୧।୮: ହରିୟାଣାର ନୁହରେ ଶୋଭାଯାତ୍ରାବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଏହି ସଂଘର୍ଷରେ ୨ ହୋମଗାର୍ଡଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଛନ୍ତି। ଗୁରୁଗ୍ରାମର ପୋଲିସ ଟିମ ମଓ୍ବେତକୁ ଯାଉଥିବାବେଳେ ଏହି ଘଟଣା ଘଟିଛି। ହୋମଗାର୍ଡ ନୀରଜ ଏବଂ ହୋମ ଗାର୍ଡ ଗୁରୁସେବକଙ୍କ ମୃତ୍ୟୁ ଘଟିଛି।
ଏହି ଘଟଣା ସହ ଜଡିତ ସୋସିଆଲ ମିଡିଆରେ କୌଣସି ପୋଷ୍ଟ ନ ରଖିବାକୁ ପୋଲିସ ଲୋକଙ୍କୁ ନିବେଦନ କରିଛି। ଯଦି କେହି ସୋସିଆଲ ମିଡିଆ କିମ୍ବା ଇଣ୍ଟରନେଟରେ ଏପରି ପୋଷ୍ଟ ରଖନ୍ତି, ତେବେ ଗୁରୁଗ୍ରାମ ପୋଲିସ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ନୁହରେ ଇଣ୍ଟରନେଟ ସେବା ସ୍ଥଗିତ ରଖାଯାଇଛି। ସେଠାରେ ଧାରା ୧୪୪ ଲାଗୁ କରାଯାଇଛି । ଏକ ହଜାରରୁ ଅଧିକ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି।
ପ୍ରତିବର୍ଷ ଭଳି, ଚଳିତ ବର୍ଷ ମଧ୍ୟ ବ୍ରିଜ ମଣ୍ଡଳ ଜଳାଭିଶେକ ଯାତ୍ରା ବାହାରିଥିଲା। ଏଥିରେ ଗୁରୁଗ୍ରାମର ଶତାଧିକ ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା ଭଗବାନ ଶିବଙ୍କ ଜଳାବିଶେକ କରିବା ପାଇଁ ମେୱତର ଏକ ଶିବମନ୍ଦିରକୁ ଯାଉଥିଲେ। ଏହି ସମୟରେ ସେମାନଙ୍କ ଉପରେ ପଥର ମାଡ ହୋଇଥିଲା।

Share