Categories: ଜାତୀୟ

ଶୋଭାଯାତ୍ରା ବେଳେ ଉତ୍ତେଜନା: ଇଣ୍ଟରନେଟ୍‌ ସେବା ବନ୍ଦ, ୧୪୪ ଧାରା ଲାଗୁ

ଚଣ୍ଡିଗଡ,୩୧।୭: ହରିୟାଣାର ନୁହରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷର ଖବର ସାମ୍ନାକୁ ଆସୁଛି। ପୋଲିସ ଘଟଣାସ୍ଥଳରେ ମଧ୍ୟ ଉପସ୍ଥିତ ଅଛି। କୁହାଯାଉଛି ଯେ ବ୍ରିଜ ମଣ୍ଡଳ ଯାତ୍ରା ସମୟରେ ଏହି ପଥର ଫିଙ୍ଗିବା ଓ ଗୁଳିକାଣ୍ଡ ହୋଇଥିଲା। ସୂଚନା ଅନୁଯାୟୀ, ପ୍ରତିବର୍ଷ ଭଳି ବ୍ରିଜ ମଣ୍ଡଳ ଜଳାଭିଷେକ ଯାତ୍ରା ମଧ୍ୟ ବାହାରି ଯାଇଥିଲା। ଯେଉଁଥିରେ ଗୁରୁଗ୍ରାମରୁ ଶହ ଶହ ଗାଡିରେ ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ କର୍ମୀମାନେ ଭଗବାନ ଶିବଙ୍କ ଜଳାଭିଷେକ କରିବା ପାଇଁ ନଲ ହଡ ଶିବ ମନ୍ଦିର ମେଗାତକୁ ଯାଇଥିଲେ।

ଏହି ଘଟଣା ପରେ ନୁହରେ ଇଣ୍ଟରନେଟ୍‌ ସେବା ବନ୍ଦ କରିଦିଆଯାଇଛି। ହେଲେ ଅଧିକାଂଶ ସ୍ଥାନରେ ଇଣ୍ଟରନେଟ ଚାଲୁଛି। ଏହା ବ୍ୟତିତ ନୁହରେ ୧୪୪ ଧାରା ଲାଗୁ କରାଯାଇଛି। ଏକ ହଜାରରୁ ଅଧିକ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି। ମାଇକ୍‌ ମାଧ୍ୟମରେ ଲୋକଙ୍କୁ ନିଜ ଘରେ ରହିବାକୁ କ୍ରମାଗତ ଭାବରେ ନିର୍ଦ୍ଦେଶ ଦିଆଯାଉଛି।

Share