ଗୋଷ୍ଠୀ ସଂଘର୍ଷ: ୩୦ ମୃତ, ଅନେକ ଆହତ

ଆବୁଜା,୧୭।୫: କେନ୍ଦ୍ରୀୟ ନାଇଜେରିଆରେ ମଙ୍ଗଳବାର ୨ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଫଳରେ ୩୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଜଣେ ସ୍ଥାନୀୟ ଅଧିକାରୀ ଏହି ସୂଚନା ଦେଇଛନ୍ତି। ନାଇଜେରିଆରେ ଅଧିକାଂଶ ମୁସଲମାନ ଉତ୍ତର ଅଞ୍ଚଳରେ ରହୁଥିବାବେଳେ ଖ୍ରୀଷ୍ଟିଆନମାନେ ଦକ୍ଷିଣରେ ରୁହନ୍ତି। ବିଭାଜନକୁ ନେଇ ଏହି ଦୁଇ ସମ୍ପ୍ରଦାୟ ମଧ୍ୟରେ ପ୍ରାୟତଃ ସଂଘର୍ଷ ଲାଗିଥାଏ। ଏଠାରେ ଲୋକମାନେ ବର୍ଷ ବର୍ଷ ଧରି ଜାତି ଓ ଧାର୍ମିକ ହିଂସା ସହ ସଂଗ୍ରାମ କରିଆସୁଛନ୍ତି।

କେନ୍ଦ୍ରୀୟ ନାଇଜେରିଆର ସୂଚନା ଏବଂ ଯୋଗାଯୋଗ କମିଶନର ଡାନ ମାଞ୍ଜାଙ୍ଗ କହିଛନ୍ତି, ମେଷପାଳକ ଓ ଚାଷୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ଘଟଣାରେ ୩୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଲୋକ ଆହତ ହୋଇଛନ୍ତି। । ଏଥିରେ ମେଷପାଳକମାନେ ମୁସଲମାନ ଏବଂ କୃଷକମାନେ ଖ୍ରୀଷ୍ଟିଆନ ଧର୍ମର ଥିଲେ।

ମାଙ୍ଗୁ ଜିଲାର ବାଭୋଇର ବିଭିନ୍ନ ଗ୍ରାମରେ ଏହି ହିଂସା ଘଟିଥିବା ପୋଲିସ କହିଛି। କେନ୍ଦ୍ରୀୟ ନାଇଜେରିଆ ପୋଲିସର ମୁଖପାତ୍ର ଆଲଫ୍ରେଡ ଆଲାବୋ କହିଛନ୍ତି, ଯେ ପୂର୍ବାହ୍ନ ୧୧:୫୬ ମିନିଟରେ ଆମକୁ ଏକ ଏମରଜେନ୍ସି କଲ ଆସିଥିଲା ଯେଉଁଥିରେ ଗୁଳି ବିନିମୟ ହୋଇଥିବାର ସୂଚନା ଦିଆଯାଇଥିଲା।

Share