Posted inଫୁରସତ

ବିବାହ ଭୋଜିରେ ପନିର୍‌କୁ ନେଇ ଖଣ୍ଡଯୁଦ୍ଧ: ମଣ୍ଡପରେ ଉଡ଼ିଲା ଚେୟାର, ଟେବୁଲ, ଭିଡିଓ ଦେଖିଲେ…

ଘରେ ଯେତେ ପନିର ଖାଆନ୍ତୁନା କାହିଁକି ବଡ଼ ରେଷ୍ଟୁରାଣ୍ଟକୁ ଯାଇ ପନିର ଡିସ୍‌ ଅର୍ଡର କଲେ ମଧ୍ୟ ବିବାହରେ ପନିର ଖାଇବାର ଆନନ୍ଦ କିଛି ଅଲଗା ଥାଏ। ଏହି କାରଣରୁ ଆପଣ ଦେଖିବେ ଧନୀ ଲୋକମାନେ ମଧ୍ୟ ବିବାହ ସମୟରେ ପନିପରିବାଠାରୁ ପନିର ବ୍ୟବସ୍ଥା କରିଥାନ୍ତି। ଅନେକ ଥର ଲୋକମାନେ ଭୋଜିରେ ପନିର ନ ପାଇ ଖଣ୍ଡପ୍ରଳୟ କରିଥାନ୍ତି। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଏକ ବିବାହ ଭୋଜିରେ ଲୋକମାନେ ପନିର ଖାଇବାକୁ ନ ପାଇ ଖଣ୍ଡଯୁଦ୍ଧ କରିଛନ୍ତି।

@ harkekalesh ନାମକ ଏକ ପେଜ୍‌ରେ ଭିଡିଓଟି ପୋଷ୍ଟ କରାଯାଇଛି। ଏହି ଭିଡିଓରେ ଅନେକ ଲୋକ ବିବାହ ହଲ୍‌ ଭିତରେ ମାଡ୍‌ପିଟ୍‌ ଲାଗୁଥିବା ଦେଖିବାକୁ ମିଳିଛି। ଅତିଥିମାନେ ପରସ୍ପର ଉପରକୁ ଚେୟାର ଟେବୁଲ ଫିଙ୍ଗୁଥିବା ବି ଦେଖିବାକୁ ମିଳିଛି। ଭିଡିଓ ଶେୟାର କରାଯାଇ ଏଥିରେ କ୍ୟାପ୍‌ଶନ ଲେଖାଯାଇଛି, ଏମାନେ ପୁଅ ଏବଂ ଝିଅ ପକ୍ଷ ଲୋକ। ଲଢ଼େଇର କାରଣ ହେଲା ମଟର-ପନିର। ଥାଳିରେ ପନିର ନ ମିଳିବାରୁ ଘଟିଛି ଏପରି କାଣ୍ଡ। କିଛି ଲୋକ ନୀରବରେ ଠିଆ ହୋଇ ଏହି ଦୃଶ୍ୟକୁ ଦେଖୁଛନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ୍‌ ତୀବ୍ର ବେଗରେ ଭାଇରାଲ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟିଲ୍‌ ପରି କାନ

ମହିଳାମାନେ କାନ ଫୋଡାନ୍ତି କାନରେ ଝୁମୁକା ଲଗାଇବା ପାଇଁ। କେହି କେହି ପୁରୁଷ ବି କାନ ଫୋଡ଼ାଇଥାନ୍ତି। ତେବେ ଯଦି ଝୁମୁକା ଓଜନିଆ ହୋଇଯାଏ କାନରେ...

ଗଛ ବୟଫ୍ରେଣ୍ଡ

କୁହାଯାଏ ପ୍ରେମ ଅନ୍ଧ। କାହିଁକି ନା ପ୍ରେମ ଦେଖେନା ଜାତି, ଧର୍ମ କି ଧନୀ ଗରିବର ଭେଦଭାବ। ତେବେ ଆଜିକାଲି ବୋଧହୁଏ ପ୍ରେମ ଅଧିକ ଅନ୍ଧ...

ଅସ୍ତଗାମୀ ସୂର୍ଯ୍ୟକୁ ଦେଖି ମାରନ୍ତି ତାଳି

ଏଇ ପୃଥିବୀରେ ଯେତିକି ଦେଶ ଅଛି ସେତିକି ପ୍ରଥା ପରମ୍ପରା ବି ଅଛି। ସେଥିମଧ୍ୟରୁ ଅନେକ ଅଜବ ପରମ୍ପରା ବି ଥାଏ। ଯେମିତି କି ଏକ...

କୁକୁଡ଼ା ନୁହେଁ ହୋଟେଲ

ଫଟୋଟିକୁ ଦେଖିଲେ ଭାବୁଥିବେ ଏତେ ବଡ଼ ଗଞ୍ଜା କୁକୁଡ଼ା ଭଲା କୁଆଡୁ ଆସିଲା? ସତରେ କ’ଣ ଏତେ ବଡ଼ କୁକୁଡ଼ା ଅଛି? ତେବେ ପ୍ରକୃତ କଥା...

ଗବେଷଣାରେ ମୂଷାଙ୍କୁ ବ୍ୟବହାର କରାଯାଏ କାହିଁକି

ପ୍ରାୟ ସମସ୍ତେ ଜାଣନ୍ତି ଯେ, ବୈଜ୍ଞାନିକମାନେ ତିଆରି କରୁଥିବା ନୂଆ ଔଷଧକୁ ମଣିଷ ଉପରେ ପ୍ରୟୋଗ କରିବା ପୂର୍ବରୁ ପ୍ରଥମେ ତାକୁ ମୂଷା ଉପରେ ପ୍ରୟୋଗ...

ବିଶିଷ୍ଟ ଶିଶୁ ସାହିତି୍ୟକ ଓ ବିଜ୍ଞାନ ଲେଖକ ଡ. ଅରୁଣ କୁମାର ପଣ୍ଡା ନିଜ ପ୍ରଥମ ରୋଜଗାରରେ ଗାଈ କିଣା..

ଜୀବନରେ ଅନେକ ଟଙ୍କା ରୋଜଗାର କଲେ ବି ପ୍ରଥମ ରୋଜଗାରର ଚମକ ଓ ଆନନ୍ଦ ଅତୀବ ନିଆରା। ଆଉ ଯଦି ସେହି ରୋଜଗାର ଛାତ୍ର ଅବସ୍ଥାରେ...

ମହିଳାଙ୍କ ପେଟରୁ ବାହାରିଲା ୨ କେ.ଜି.ର ଚୁଟି

ବରେଲି: ଉତ୍ତରପ୍ରଦେଶର ବରେଲି ଜିଲା କରଗୈନା ଅଞ୍ଚଳରେ ରହୁଥିବା ଜଣେ ୩୧ ବର୍ଷିୟା ମହିଳା ଲମ୍ବା ସମୟ ଧରି ପେଟ ଯନ୍ତ୍ରଣାରେ ପୀଡ଼ିତ ଥିଲେ। ସେ...

ଇଣ୍ଡିଆନ୍‌ ରକ୍‌ ବ୍ୟାଣ୍ଡ ‘ଅଗ୍ନି’

ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଛି। ଏହାର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କ ବଡ଼ ଭୂମିକା ରହୁଛି। ସେମାନେ କିପରି ସଚେତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri