ଆମେରିକାର ସେଣ୍ଟ୍ରାଲ କମାଣ୍ଡର ମୁଖ୍ୟଙ୍କ ଗସ୍ତ ସମୟରେ ଆଫଗାନିସ୍ତାନ-ପାକିସ୍ତାନ ସୀମାରେ ଗୁଳି ବିନିମୟ

କାବୁଲ/ଇସ୍‌ଲାମାବାଦ୍‌,୧୫।୧୨: ଆମେରିକାର ସେଣ୍ଟ୍ରାଲ କମାଣ୍ଡର ମୁଖ୍ୟ ଜେନେରାଲ ମାଇକେଲ ଏରିକ କୁରିଲାଙ୍କ ରାୱଲପିଣ୍ଡି ଗସ୍ତ ମଧ୍ୟରେ ଗୁରୁବାର ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଗୁଳି ବିନିମୟ ହୋଇଛି।

ମାଇକେଲ ଏରିକ କୁରିଲା ଗୁରୁବାର ପାକିସ୍ତାନର ନୂତନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନୀରଙ୍କୁ ଭେଟିବା ପାଇଁ ରାୱଲପିଣ୍ଡି ଆସିଥିଲେ। ଇତିମଧ୍ୟରେ ଆଫଗାନିସ୍ତାନ ସୈନ୍ୟ ସୀମା ଆରପାର୍ଶ୍ୱରୁ ଆଖିବୁଜା ଗୁଳି ଚଳାଇଥିଲେ। ଏଥିରେ ବାଲୁଚିସ୍ତାନ ପ୍ରଦେଶର ଶିଶୁ ଏବଂ ମହିଳାଙ୍କ ସମେତ ୧୨ଜଣ ଆହତ ହୋଇଛନ୍ତି। ଗୁଳିରେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

Share