ସାସାରାମ, ୧।୪: ବିହାରର ସାସାରାମ ଏବଂ ନାଳନ୍ଦାରେ ଶୁକ୍ରବାର ଅପରାହ୍ନରେ ରାମନବମୀ ଶୋଭାଯାତ୍ରାବେଳେ ସଂଘର୍ଷ ଘଟିଛି। ଦୁଇ ଗୋଷ୍ଠୀ ପରସ୍ପରକୁ ଟେକାମାଡ଼ କରିବା ସହ ପୋଡ଼ାଜଳା ହୋଇଛି। ସାସାରାମରେ କେତେକ ଘରକୁ ଦୁର୍ବୃତ୍ତମାନେ ପୋଡ଼ିଦେଇଛନ୍ତି। ଉକ୍ତ ସହରରେ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ପହଞ୍ଚତ୍ଛନ୍ତି। ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ୧୪୪ ଧାରା ଜାରି କରାଯାଇଛି। ସଂଘର୍ଷ ବେଳେ ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ କେତେଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି।