ଧାନ କିଣାବିକାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ

ଆନନ୍ଦପୁର,୨୩ା୧(ସ୍ବ.ପ୍ର.): ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଧୀନ ଗଡ଼ବାନ୍ଧଗୋଡ଼ାରେ ଧାନକିଣାକୁ କେନ୍ଦ୍ର କରି ଉତ୍ତେଜନା ପ୍ରକାଶ ପାଇଛି। ଶନିବାର ଜଣେ ଚାଷୀ ସମବାୟ ସମିତିକୁ ଧାନ ବିକ୍ରି ପାଇଁ ଯାଇଥିବା ସମୟରେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର କିଛି ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ। ଏହି ଘଟଣାକୁ କେନ୍ଦ୍ର କରି ସମ୍ପୃକ୍ତ ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ମାରଣାସ୍ତ୍ର ସହିତ କଥାକଟି ଭଳି ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଘଟଣାକୁ ନେଇ ରାମଚନ୍ଦ୍ରପୁର ଥାନାରେ ପୃଥକ୍‌ ଭାବେ ଦୁଇଟି ମାମଲା ରୁଜୁ ହୋଇଛି। ରେହମାନ୍‌ ଖାନ୍‌ଙ୍କ ଅଭିଯୋଗକୁ ଆଧାର କରି କେସ୍‌ ନଂ ୫/୨୨ ଏବଂ ମମତାମୟୀ ନାୟକଙ୍କ ଅଭିଯୋଗକୁ ଆଧାର କରି କେସ୍‌ ନଂ ୬/୨୨ରେ ଦୁଇଟି ମାମଲା ରୁଜୁ ହୋଇ ଘଟଣାର ତଦନ୍ତ ଚାଲୁଥିବା ଥାନାଧିକାରୀ ପ୍ରଫୁଲ୍ଲ ବାର୍ଲା ପ୍ରକାଶ କରିଛନ୍ତି।

Share