ନାଇଜେରିଆରେ ସଂଘର୍ଷ: ୩୬ ସୈନ୍ୟଙ୍କ ମୃତ୍ୟୁ

ଆବୁଜା,୧୮।୮:ନାଇଜେରିଆର ଉତ୍ତର ଅଞ୍ଚଳରେ ସଶସ୍ତ୍ର ଉଗ୍ରବାଦୀଙ୍କ ବିରୋଧରେ ଅପରେଶନ ବେଳେ ଆକ୍ରମଣ ଏବଂ ହେଲିକପ୍ଟର ଦୁର୍ଘଟଣାରେ ୩୬ ଜଣ ନାଇଜେରିଆ ସୈନିକଙ୍କ ମୃତ୍ୟୁ ଘଟିଛି। ନାଇଜେରିଆ ସେନା କହିଛି ଯେ, ଉତ୍ତର ଅଞ୍ଚଳରେ ସଶସ୍ତ୍ର ଗ୍ୟାଙ୍ଗ ସହ ସଂଘର୍ଷ ବେଳେ ଉଗ୍ରବାଦୀମାନେ ଏହି ଆକ୍ରମଣ କରିଥିଲେ। ଏଥିରେ ୭ ଜଣ ସୈନିକ ଆହତ ହୋଇଛନ୍ତି। ଅପରେଶନବେଳେ ଆହତମାନଙ୍କୁ ଥଇଥାନ କରିବା ପାଇଁ ନାଇଜେରିଆର ବାୟୁସେନା ହେଲିକପ୍ଟର ପଠାଯାଇଥିଲା, କିନ୍ତୁ ଏହା ଦୁର୍ଘଟଣାଗ୍ରସ୍ତ ହୋଇ ପାଇଲଟ ଏବଂ କ୍ରୁ ସଦସ୍ୟଙ୍କ ସମେତ ୧୪ ଜଣ ସୈନିକଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣାର କାରଣ ଅନୁସନ୍ଧାନ କରାଯାଉଛି।

Share