ବିଧାନସଭାରେ ଠେଲାପେଲା: ପୋଲିସ-କଂଗ୍ରେସ ମୁହାଁମୁହିଁ

ଭୁବନେଶ୍ୱର,୨୫।୩: ବିଧାନସଭା ଆଗରେ ମୁହାଁମୁହିଁ ହୋଇଛନ୍ତି କଂଗ୍ରେସର ବରିଷ୍ଠ ନେତା-ପୋଲିସ। ଭିତରକୁ ଯିବାକୁ ଚାହୁଁଥିବାବେଳେ ପୋଲିସ ରୋକିବାକୁ ନେଇ କଂଗ୍ରେସ ନେତା ଓ ପୋଲିସ ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଛି। କଂଗ୍ରେସର ଧାରଣାକୁ ଦେଖି ବିଧାନସଭା ଚାରିପାଖେ BNS ୧୬୩ଧାରା ଲାଗୁ କରାଯାଇଛି। ଏହାକୁ ନେଇ କଂଗ୍ରେସ ଛାତ୍ର ନେତା ଧାରଣା ଦେଇଛନ୍ତି। ଯାହାପରେ ପୋଲିସ ତାଙ୍କୁ ଉଠାଇନେଇଛି।

Image

ପିସିସି ସଭାପତିଙ୍କ ସହ ୫ ନେତାଙ୍କୁ ବିଧାନସଭା ବାହାରେ ଅଟକାଇଛନ୍ତି ସୁରକ୍ଷାକର୍ମୀ।
ବିଧାନସଭାକୁ ପ୍ରବେଶ ଉଦ୍ୟମ ବେଳେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଛି। ଧସ୍ତାଧସ୍ତି ପରେ ବିଧାନସଭା ବାହାରେ ଧାରଣାରେ ବସିଲା କଂଗ୍ରେସ। ପ୍ରଥମେ ବିଧାନସଭା ଭିତରେ ମୁହାଁମୁହିଁ ପରିସ୍ଥିତି ହୋଇଥିଲା।

Image

କଂଗ୍ରେସର ୧୨ ଜଣ ସଦସ୍ୟ ଆସନ୍ତା ୭ଟି କାର୍ଯ୍ୟଦିବସ ଲାଗି ଗୃହରୁ ନିଲମ୍ବିତ ହୋଇଛନ୍ତି। ବିଧାନସଭାରେ ଚରମ ବିଶୃଙ୍ଖଳା କରୁଥିବା ଅଭିଯୋଗ ଅଣାଯାଇ ସେମାନଙ୍କୁ ନିଲମ୍ବନ କରାଯାଇଛି। ମଙ୍ଗଳବାର ଦ୍ୱିତୀୟାର୍ଦ୍ଧରେ ଗୃହକାର୍ଯ୍ୟ ଆରମ୍ଭହେବା ମାତ୍ରେ କଂଗ୍ରେସ ସଦସ୍ୟମାନେ ନାରୀ ସୁରକ୍ଷା ପ୍ରସଙ୍ଗ ଉଠାଇ ଘଣ୍ଟ, ବାଜା, ଗିନି ଏବଂ ଝାଞ୍ଜ ବଜାଇ ସେମାନଙ୍କ ପ୍ରତିବାଦ ଆରମ୍ଭ କରିଥିଲେ। ଏହି ସମୟରେ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଗୃହରେ ପ୍ରତିଦିନ ଚରମ ବିଶୃଙ୍ଖଳା କରିଆସୁଥିବା ଏବଂ ମଙ୍ଗଳବାର ପ୍ରଥମାର୍ଦ୍ଧରେ ଗୃହରେ ବିଶୃଙ୍ଖଳା ଆଚରଣ ପ୍ରଦର୍ଶନ କରିଥିବା କଂଗ୍ରେସର ୧୨ ଜଣ ସଦସ୍ୟଙ୍କୁ ନିଲମ୍ବନ କରିବା ଲାଗି ପ୍ରସ୍ତାବ ଆଗତ କରିଥିଲେ। ଏହାପରେ ବାଚସ୍ପତି ଏହାକୁ ଗ୍ରହଣ କରିବା ସହ କଂଗ୍ରେସର ୧୨ ଜଣ ସଦସ୍ୟଙ୍କୁ ଆସନ୍ତା ୭ଟି କାର୍ଯ୍ୟ ଦିବସ ଲାଗି ଗୃହକାର୍ଯ୍ୟରୁ ନିଲମ୍ବନ କରାଯାଇଥିବା ନେଇ ସୂଚନା ଦେଇଥିଲେ। କେବଳ କଂଗ୍ରେସ ସଦସ୍ୟ ତାରାପ୍ରସାଦ ବାହିନୀପତି ଏବଂ ରମେଶ ଚନ୍ଦ୍ର ଜେନା ନିଲମ୍ବନ ଆଦେଶରୁ ବାଦ୍‌ ପଡ଼ିଛନ୍ତି। ନିଲମ୍ବିତ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ସମେତ ସି.ଏସ୍‌. ରାଜନ୍ନ ଏକ୍କା, ସୋଫିଆ ଫିର୍ଦ୍ଦୋସ, ସାଗର ଚରଣ ଦାସ, ମଙ୍ଗୁ ଖିଲ, ସତ୍ୟଜିତ ଗମାଙ୍ଗ, ଅଶୋକ ଦାସ , ଦାଶରଥି ଗମାଙ୍ଗ , ନୀଳମାଧବ ହିକ୍‌କା, କାଡ୍ରାକା ଆପାଲାସ୍ବାମୀ, ପବିତ୍ର ସାଉନ୍ତା ଏବଂ ପ୍ରଫୁଲ୍ଲ ପ୍ରଧାନ ରହିଛନ୍ତି। ଏହାପରେ କଂଗ୍ରେସ ସଦସ୍ୟମାନେ ନିଲମ୍ବନ ଆଦେଶ ବେଆଇନ, ଏହାକୁ ତୁରନ୍ତ ପ୍ରତ୍ୟାହାର ଦାବିରେ ଗୃହରେ ହୋହଲ୍ଲା ଆରମ୍ଭ କରିଦେଇଥିଲେ। ଏହାପରେ ବାଚସ୍ପତି ୪ଟା ୧୯ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ବାରମ୍ବାର ଗୃହକୁ ମୁଲତବୀ କରାଯାଇଥିଲା। ମଝିରେ ବାଚସ୍ପତି କଂଗ୍ରେସ ସଦସ୍ୟମାନଙ୍କୁ ଗୃହ ନ ଛାଡିଲେ ମାର୍ଶଲ ଲଗାଇ ଉଠାଇ ବାହାରେ ଛାଡିଦିଆଯିବ ବୋଲି ନିର୍ଦ୍ଦେଶ ଦେଇଥିଲେ। କଂଗ୍ରେସ ସଦସ୍ୟଙ୍କ ସହ ମାର୍ଶଲ ମଧ୍ୟ ଏହି ସମ୍ପର୍କରେ ଆଲୋଚନା କରିଥିଲେ। ହେଲେ କଂଗ୍ରେସ ସଦସ୍ୟମାନେ ସେମାନଙ୍କୁ ମାର୍ଶଲ ଯଦି ଉଠାଇ ବାହାରକୁ କାଢ଼ିବା କଥା କାଢ଼ନ୍ତୁ , ସେମାନେ ରାତି ସାରା ଆନ୍ଦୋଳନ କରିବେ ବୋଲି କହିଥିଲେ। ଗୃହ ନ ଛାଡିବା କାରଣରୁ ବାରମ୍ବାର ମୁଲତବୀ ଭିତରେ ୨ଟି ବିଭାଗ ଖର୍ଚ୍ଚଦାବି ଆଲୋଚନା ମଧ୍ୟ ହୋଇଯାଇଛି। କୃଷି ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ଖର୍ଚ୍ଚଦାବି ଆଲୋଚନାକୁ ବାଚସ୍ପତି ୨୮ ତାରିଖକୁ ଘୁଞ୍ଚାଇଦେଇ ବୁଧବାର ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ବିଳମ୍ବିତ ରାତି ପର୍ଯ୍ୟନ୍ତ ମଧ୍ୟ କଂଗ୍ରେସ ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ ତଳେ ଧାରଣାରେ ବସିଛନ୍ତି। ଏହି ଘଟଣାକୁ ନେଇ ତାରା କହିଛନ୍ତି, ଯେପର୍ଯ୍ୟନ୍ତ ଗୃହ କମିଟି ଗଠନ ନ ହୋଇଛି ଏବଂ ନିଲମ୍ବନ ଆଦେଶ ପ୍ରତ୍ୟାହାର କରା ନ ଯାଇଛି ପ୍ରତିବାଦକରି ଗୃହରୁ ଉଠି ଯିବୁନାହିଁ, ଏଠାରେ ରାତି କଟାଇବୁ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri