ଜମି ବିବାଦରୁ ସଂଘର୍ଷ: ୨ମୃତ, ୮ ଗୁରୁତର

ଦଶମନ୍ତପୁର, ୧୦ା୭: ଜମିଜମା ବିବାଦକୁ କେନ୍ଦ୍ରକରି ହାତୀମୁଣ୍ଡାରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ୮ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଗ୍ରାମର ଧନପତି ଜାନି (୪୩), ସହଦେବ ଜାନି (୪୫) । ଗୁରୁତର ଆହତଙ୍କ ମଧ୍ୟରେ ଧନେଶ୍ୱର ଜାନି, ରାଜୁ ଜାନି, ଦିବା ପରଜା, ଛେଣ୍ଡିଆ ଜାନି, ମନୋହର ଜାନି, ଅଙ୍ଗରା ଜାନି, ସେନାପତି ଜାନି ଏବଂ ଅଞ୍ଜି ଜାନି ରହିଛନ୍ତି। ଏହାକୁ ନେଇ ଗ୍ରାମରେ ଉତ୍ତେଜନା ଲାଗି ରହିଛି।

ମିଳିଥିବା ସୂଚନା ମୁତାବକ, ମୃତକ ଏବଂ ଆହତ ବ୍ୟକ୍ତିମାନେ ସମ୍ପର୍କରେ ଦାଦା, ପୁତୁରା ଭାଇ ବୋଲି ଜଣାପଡିଛି। ସେମାନଙ୍କ ମଧ୍ୟରେ ଗାଁରେ ଥିବା ଏକ ପୈତୃକ ସମ୍ପତ୍ତି ଗାଈହାଡ ଜମିକୁ ନେଇ ଦୀର୍ଘଦିନ ଧରି ବିବାଦ ଲାଗି ରହିଥିଲା। ଶନିବାର ବିଳମ୍ବିତ ରାତିରେ ସେମାନଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇ ଯୁକ୍ତିତର୍କ ହୋଇଥିଲା। ପରେ ଏହା ଗୋଷ୍ଠୀ ସଂଘର୍ଷରେ ପରିଣତ ହୋଇଥିଲା। ସଂଘର୍ଷରେ ଧନପତି ଓ ସହଦେବଙ୍କ ମୃତ୍ୟୁ ହୋଇଥିଲା। ଖବରପାଇ ପୋଲିସ ପହଞ୍ଚତ୍ ଆହତମାନଙ୍କୁ ଦଶମନ୍ତପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ କୋରାପୁଟ ସ୍ଥାନାନ୍ତର କରାଯାଇଥିଲା। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Share