Categories: ଜାତୀୟ

ଦଶମ ଶ୍ରେଣୀ ଛାତ୍ରଙ୍କୁ ପେଟ୍ରୋଲ ପକାଇ ଜିଅନ୍ତା ଜାଳିଦେଲେ

ଅମରାବତୀ,୧୬।୬: ଆନ୍ଧ୍ରପ୍ରଦେଶ ବାପାଟଲା ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଶୁକ୍ରବାର ସେଠାରେ ଏକ ଦଶମ ଶ୍ରେଣୀର ଛାତ୍ରକୁ ପେଟ୍ରୋଲ ପକାଇ ଜିଅନ୍ତା ଜଳାଇ ଦିଆଯାଇଛି। ଯେଉଁଥିରେ ତାଙ୍କ ଶରୀରର ଅର୍ଦ୍ଦେକ ଅଂଶ ଜଳିପୋଡି ଯାଇଛି। ଆହତଙ୍କ ନାମ ଭେଙ୍କି ବୋଲି ଜଣା ପଡିଛି। ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଡାକ୍ତରଖାନା ଯିବା ବାଟରେ ଭେଙ୍କି ତିନି ଜଣଙ୍କୁ ନାଁରେ ଅଭିଯୋଗ ଆଣିଛନ୍ତି। ସୂଚନାମୁତାବକ, ଅଭିଯୁକ୍ତମାନେ ଭେଙ୍କିଙ୍କ ଭଉଣୀଙ୍କୁୁ ହଇରାଣ କରୁଥିଲେ। ଭେଙ୍କି ଏହାକୁ ବିରୋଧ କରିବାରୁ ସେ ତାଙ୍କୁ ପେଟ୍ରୋଲ ପକାଇ ଜାଳି ଦେଇଛନ୍ତି।

Share