ସ୍କୁଲରୁ ଦଶମ ଶ୍ରେଣୀ ଛାତ୍ର ନିଖୋଜ

ପାପଡ଼ାହାଣ୍ଡି/ଡାବୁଗଁା/ନବରଙ୍ଗପୁର,୯ା୧୧(ଡି.ଏନ୍‌.ଏ./ବି.ପ୍ର.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ମାନିଗଁା ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ଶଙ୍କର ହରିଜନ ସ୍କୁଲରୁ ନିଖୋଜ ଅଛନ୍ତି। ଏ ନେଇ ସୋମବାର ସ୍କୁଲ କର୍ତ୍ତୃପକ୍ଷ ଡାବୁଗାଁ ଥାନାରେ ଏତଲା ଦେଇଛନ୍ତି। ନିଖୋଜ ଛାତ୍ରଙ୍କ ଘର ଡାବୁଗାଁ ଥାନା ଅଧୀନ ମେଦନା ଅଞ୍ଚଳରେ। ବିଦ୍ୟାଳୟ କର୍ତ୍ତୃପକ୍ଷ ନିଖୋଜ ଛାତ୍ରଙ୍କ ପରିବାରବର୍ଗଙ୍କୁ ଖବର ଦେବା ପରେ ସେମାନେ ମଙ୍ଗଳବାର ବିଦ୍ୟାଳୟରେ ପହଞ୍ଚତ୍ଛନ୍ତି।
ସକାଳ ୭ଟା ୪୫ ପର୍ଯ୍ୟନ୍ତ ଶଙ୍କର ସ୍କୁଲରେ ଥିଲେ। ମଧ୍ୟାହ୍ନଭୋଜନ ସମୟରେ ଦେଖା ନ ଯିବାରୁ କର୍ତ୍ତୃପକ୍ଷ ତାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ଶଙ୍କରଙ୍କର କୌଣସି ସନ୍ଧାନ ମିଳିନାହିଁ। ସେ ପାଚେରି ଡେଇଁ ଚାଲିଯାଇଥିବା ନେଇ ସ୍କୁଲ ମେସ୍‌ ଇନ୍‌ଚାର୍ଜ ଓ ପ୍ରଧାନ ଶିକ୍ଷକ ସାନ କିଶୋର ନାୟକ ଥାନାରେ ଏତଲା ଦେଇଛନ୍ତି। ଏଥିସହ ଶଙ୍କରଙ୍କ ପରିବାର ଲୋକଙ୍କୁ ମଧ୍ୟ ସେ ଜଣାଇଥିଲେ। ମଙ୍ଗଳବାର ପରିବାର ଲୋକେ ସ୍କୁଲରେ ପହଞ୍ଚତ୍ ପୁଅଙ୍କୁ ଫେରାଇ ଆଣିବାକୁ ଦାବି କରିଛନ୍ତି। ପୁଅ ନିଖୋଜ ପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ଶଙ୍କରଙ୍କ ବାପା ଖଗପତି। ମଙ୍ଗଳବାର ସେ ଡାବୁଗାଁ ଥାନାରେ ଏତଲା ଦେଇଛନ୍ତି। ପୋଲିସ କେସ୍‌ ନମ୍ବର ୧୭୦/୨୨ରେ ନିଖୋଜ ମାମଲା ରୁଜୁ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ଥାୟୀ ବିଇଓ ନିଯୁକ୍ତି ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କ ନିକଟରେ ଦାବି

ଦାରିଙ୍ଗବାଡି,୨୩।୧୨( ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଷ୍ଠି ଶିକ୍ଷା ଅଧିକାରୀ (ବିଇଓ )ସ୍ଥାୟୀ ପଦବୀ ଦୀର୍ଘ ଦିନ ହେଲା ଖାଲି ପଡିଛି। ଉକ୍ତ ବ୍ଲକର...

ମନ୍ତ୍ରୀ କଲେ ବଡ଼ ଖୁଲାସା: ”ରାଜ୍ୟରେ ଏବେ ବି ରହିଛି ବିଜେଡି ଶାସନ ଚାପ”

କେସିଙ୍ଗା, ୨୩।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରରେ ଆୟୋଜିତ ବୁଢା ଡଙ୍ଗର ଲୋକ ମହୋତ୍ସବରେ ଯୋଗଦେବା ପାଇଁ ଗସ୍ତରେ ଆସିଥିବା ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ...

ବୁଢା ଡଙ୍ଗର ଲକୋମହୋତ୍ସବ ଆରମ୍ଭ: ନିଶାନ ବାଜାରେ ଦୁଲୁକିଲା କେସିଙ୍ଗା ସହର

କେସିଙ୍ଗା୨୩।୧୨: କଳାହାଣ୍ଡି ଜିଲା କେସିଙ୍ଗା ସ୍ଥିତ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ବୁଢା ଡଙ୍ଗର ଲୋକ ମହୋତ୍ସବ ରବିବାର ଆରମ୍ଭ ହୋଇଯାଇଛି। ପ୍ରଥମ ଦିନରେ ସ୍ଥାନୀୟ...

ଗୋଟେ ଲଘୁଚାପ ଯାଉଯାଉ ପୁଣି ଆସୁଛି ଆଉ ଏକ ଲଘୁଚାପ, ଚାଷୀ ଛାନିଆ

ନିରାକାରପୁର, ୨୩।୧୨(ମାନସ ଚନ୍ଦ୍ର ପଟ୍ଟନାୟକ ): ଚଳିତ ମାସରେ ହୋଇଥିବା ଅଦିନିଆ ଲଗାଣ ବର୍ଷା ଚାଷୀ ମେରୁଦଣ୍ଡକୁ ଦୋହଲେଇଦେଇଥିବା ବେଳେ ପୁଣି ଆଉ ଗୋଟିଏ ଲଘୁଚାପ...

ଆଉ ଦିନକ ପରେ ବଡଦିନ: ରାଇକିଆ ପୋଲିସର ଫ୍ଲାଗମାର୍ଚ୍ଚ

ରାଇକିଆ,୨୩।୧୨(ପ୍ରଦୀପ ବେହେରା): ଆଉ ଦିନକ ପରେ ବଡଦିନ। ଏନେଇ କନ୍ଧମାଳ ଜିଲା ରାଇକିଆ ବ୍ଲକର ବିଭିନ୍ନ ଚର୍ଚ୍ଚରେ ଆକର୍ଷଣୀୟ ସଜସଜ୍ଜା ସାଙ୍ଗକୁ ବ୍ୟାପକ ପ୍ରସ୍ତୁତି ଚାଲିଛି।...

ଶୀତ ମହୋତ୍ସବ ପାଇଁ ସଜବାଜ: ନୂତନ କମିଟି ଚୟନ ପାଇଁ ନିଷ୍ପତି

ଦାରିଙ୍ଗବାଡି,୨୩୧୨( ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡିରେ ୨୦୨୫ ଶୀତ ମହୋତ୍ସବ ପାଳନ କରାଯିବା ପାଇଁ ସୋମବାର ଶୀତ ମହୋତ୍ସବ ପାଳନ କମିଟିର ସମ୍ପାଦକ ତଥା ବିଡ଼ିଓ...

ପୋଖରୀକୁ ଗାଧୋଇବାକୁ ଯାଇ ଆଉ ଫେରିଲେନି

ହିଞ୍ଜିଳିକାଟୁ,୨୩।୧୨(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ଅର୍ନ୍ତଗତ ସମରଝୋଳ ଗ୍ରାମ ପୋଖରୀ ପାଣିରେ ବୁଡି ସୋମବାର ଭୋର୍‌ରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଉକ୍ତ...

ବନ ବିଭାଗର ବଡ଼ ଧରଣର ଚଢ଼ାଉ: ଧରାପଡ଼ିଲେ ବାଘ ଛାଲ ରାକେଟ୍‌

ଭୁବନେଶ୍ୱର,୨୩।୧୨: ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲାରେ ସୋମବାର ବନ ବିଭାଗ ଏବଂ ସ୍ପେଶାଲ ସ୍କ୍ବାଡ୍‌ ପକ୍ଷରୁ ବଡ଼ ଧରଣର ଚଢ଼ାଉ କରାଯାଇଛି। ଚଢାଉ ବେଳେ ଅଧିକାରୀମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri