ଦଶମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର, ଏବେ ସେ ୫ ମାସର ଗର୍ଭବତୀ

ଦାରିଙ୍ଗବାଡ଼ି,୧୨ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଜଣେ ଦଶମଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ହୋଇଥିବା ଥାନାରେ ଲିଖିତ ଅଭିଯୋଗ ହୋଇଛି। ଛାତ୍ରୀ ଜଣକ ଏବେ ୫ ମାସର ଗର୍ଭବତୀ ବୋଲି ଅଭିଯୋଗରେ ଦର୍ଶାଯାଇଛି। ଏନେଇ ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ଏକ ପୋକ୍ସୋ ଆଇନରେ ମାମଲା (୮/୨୪)ରୁଜୁ କରି ତଦନ୍ତ ଆରମ୍ଭ ହୋଇଥିବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର କହିଛନ୍ତି।

ପ୍ରକାଶ ଯେ, ଛାତ୍ରୀ ଜଣଙ୍କୁ ତାଙ୍କ ସହପାଠୀ ବଳାତ୍କାର କରିଥିବା ଓ ଏନେଇ କାହାରିକୁ ନ କହିବା ପାଇଁ ବିଭିନ୍ନ ପ୍ରକାର ଧମକ ଦେଇଥିଲେ। ଫଳରେ ଛାତ୍ରୀ ଜଣକ ଘରେ କିମ୍ବା ଅନ୍ୟ ସହପାଠୀଙ୍କୁ କହିବାକୁ ଭୟ କରିଥିଲେ। ପରେ ତାଙ୍କ ସ୍ବାସ୍ଥ୍ୟରେ ଅବନତି ଘଟିବାରୁ ପରିବାର ଲୋକ ସ୍ବାସ୍ଥ୍ୟକେନ୍ଦ୍ର ଆଣି ଚିକିତ୍ସା କରିବାରୁ ସେ ଗର୍ଭବତୀ ଥିବା ଜଣାପଡ଼ିଥିଲା ବୋଲି ପୋଲିସ କହିଛି। ଅଧିକ ତଦନ୍ତ ପରେ ଘଟଣା ସମ୍ପର୍କରେ ଜଣାପଡ଼ିବ ବୋଲି କହିଛି। ଛାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଚାଲିଛି ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଏନେଇ ସିଡିପିଓ ଅଞ୍ଜଳି ମହାପାତ୍ର କହିଛନ୍ତି, ପରିବାର ଓ ସେ ମିଶି ଦାରିଙ୍ଗବାଡ଼ି ଥାନାରେ ଘଟଣା ସମ୍ପର୍କରେ ଏତଲା ଦେଇଛନ୍ତି। ସେ ମଧ୍ୟ ଘଟଣା ସମ୍ପର୍କରେ ଜିଲା ପ୍ରଶାସନକୁ ଜଣାଇବା ସହ ନିଜେ ମଧ୍ୟ ଘଟଣାର ତଦନ୍ତ କରୁଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ଟଙ୍କା ହଡ଼ପ କରି ଆଶାକର୍ମୀ ମା’-ଝିଅ ଫେରାର, ଥାନା ଆଗରେ…

ପୁରୁଷୋତ୍ତମପୁର,୧୯ା୧୦(ସୀମାଞ୍ଚଳ ମିଶ୍ର):  ମହିଳାମାନଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବାର ଆଳ ଦେଖାଇ ଜଣେ ଆଶାକର୍ମୀ ଦସ୍ତଖତ ନେଇ ସେମାନଙ୍କ ନାମରେ ବିଭିନ୍ନ ଫାଇନାନ୍ସ କମ୍ପାନିଠାରୁ ଲକ୍ଷଲକ୍ଷ ଟଙ୍କାର...

ଉତ୍ତର ପ୍ରଦେଶ ଶୁଟର୍‌ଙ୍କୁ କାହିଁକି ଦିଆଯାଇଥିଲା ବାବା ସିଦ୍ଧକିଙ୍କ ସୁପାରୀ? ହେଲା ବଡ଼ ଖୁଲାସା

ମୁମ୍ବାଇ,୧୯।୧୦: ବାବା ସିଦ୍ଧକି ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ପଚରାଉଚରା କରିବା ସମୟରେ ବଡ଼ ଖୁଲାସା ହୋଇଛି। କେଉଁ କାରଣରୁ ଏହି ସୁପାରି ୟୁପି ଶୁଟର୍‌ଙ୍କୁ ଦିଆଯାଇଥିଲା ସେ...

ପରିବାର ମଙ୍ଗଳ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ସର୍ଭେ: ଲୁକ୍କାୟିତ-କ୍ରୋନିକ୍‌ ରୋଗୀ ହେବେ ଚିହ୍ନଟ

ଦାରିଙ୍ଗବାଡ଼ି,୧୯ା୧୦(ଅରୁଣ ସାହୁ): ଅନେକ ସମୟରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ରୋଗୀ ମୃତ୍ୟୁ ମୁଖରେ ପଡୁଛନ୍ତି। ରକ୍ତଚାପ, ଡାଇବେଟିସ୍‌, ଏଚ୍‌ଆଇଭି ହେଉ କି କ୍ୟାନ୍ସର ଭଳି...

ପୁଣି ବିଜେଡିକୁ ଝଟ୍‌କା: ଭାଜପାରେ ସାମିଲ ହେଲେ ବରିଷ୍ଠ ବିଜେଡି ନେତା ଡ. ଭବାନୀ ଶଙ୍କର ନିଆଲ, କହିଲେ…

ଭବାନୀପାଟଣା,୧୯।୧୦( ଉତ୍ତମ କୁମାର ଦାଶ):  ପୁଣି ବିଜେଡିକୁ ଝଟ୍‌କା କଳାହାଣ୍ଡିର ବରିଷ୍ଠ ବିଜେଡି ନେତା ଡ. ଭବାନୀ ଶଙ୍କର ନିଆଲ ଶନିବାର ଭାଜପାରେ ଯୋଗଦେଇଛନ୍ତି। ପ୍ରଧାନମନ୍ତ୍ରୀ...

ବାଣ ଭିଡୁଥିବା ବେଳେ ହଠାତ୍‌ ହେଲା ବିସ୍ଫୋରଣ: ଉଡ଼ିଲା  ଘରର ଟିଣ ଚାଳ, ୪ ଗୁରୁତର       

ଖଲ୍ଲିକୋଟ, ୧୯।୧୦(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାଣିକପୁର ଗ୍ରାମରେ ଶନିବାର ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟିଛି। ଏଥିରେ ୪...

ବାତ୍ୟା ଆଶ୍ରୟସ୍ଥଳରେ ଯୁବକଙ୍କ ହତ୍ୟା ଘଟଣା: ଜଣାପଡିଲା ବଡ଼ କାରଣ…

ରାଜନଗର,୧୯।୧୦(କୃତିବାସ ପ୍ରଧାନ): କେନ୍ଦ୍ରାପଡ଼ା ଜିଲା ରାଜନଗର ଥାନା କୁରୁଣ୍ଟି ବାତ୍ୟା ଆଶ୍ରୟସ୍ଥଳରେ ରଶ୍ମିରଂଜନ ପରିଡାଙ୍କ ହତ୍ୟା ଘଟଣାର ତଦନ୍ତକୁ ପୋଲିସ ଜୋରଦାର କରିଛି। ଘଟଣା ସ୍ଥଳରେ...

ପରିବାର ଉଜାଡିଦେଲା ସାପ: ଚାଲିଗଲା ବାପ-ଝିଅଙ୍କ ଜୀବନ

ହରଭଙ୍ଗା,୧୯।୧୦(ନରେନ୍ଦ୍ର କୁମାର ସାହୁ): ବୌଦ୍ଧ ଜ଼ିଲା ହରଭଙ୍ଗା ବ୍ଲକର ଚାରିଛକ ବଜ଼ାର ନିକଟ ଠିଡିକଜୋର ଠାରେ ସାପ କାମୁଡାରେ ଜଣେ ଶିକ୍ଷକ ଏବଂ ତାଙ୍କ ଝିଅଙ୍କ...

ଆତଙ୍କ ଖେଳାଛନ୍ତି ୨୯ଟିକିଆ ହାତୀପଲ: ଭାଙ୍ଗିଲେ ଘର ଖାଇଲେ ଧାନ, ଚାଉଳ

ପାଟଣା,୧୯।୧୦(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ   ଏକ ୨୯  ଟିକିଆ ବଣୁଆ ହାତୀପଲ ଅଞ୍ଚଳରେ ଆତଙ୍କ ଖେଳାଛନ୍ତି।  ଶୁକ୍ରବାର ବିଳମ୍ବିତ ରାତିରେ  ହାତୀପଲ ପଶି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri