ମିରଟ,୨୭ା୧୧: ଉତ୍ତରପ୍ରଦେଶର ମିରଟରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ରଙ୍କୁ କେତେକ ଯୁବକ ମାଡ଼ ମାରିଥିଲେ। ପରେ ଛାତ୍ରଙ୍କ ଉପରେ ପରିସ୍ରା କରିଥିବା ଅଭିଯୋଗ ହୋଇଛି।
ଗତ ୧୩ ତାରିଖରେ ଏହି ଘଟଣା ଘଟିଥିବା ବେଳେ ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏନେଇ ଉତ୍ତରପ୍ରଦେଶ ପୋଲିସ ୭ ଜଣଙ୍କ ନାଁରେ ମାମଲା ରୁଜୁ କରିବା ସହ ଆଶିଷ ମଲିକ ନାମକ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଛାତ୍ର ଜଣକ ସମ୍ପର୍କୀୟଙ୍କ ଘରୁ ଫେରୁଥିବା ବେଳେ ତାଙ୍କୁ କେତେଜଣ ଯୁବକ ଅପହରଣ କରିନେଇଥିଲେ। ପରେ ତାଙ୍କୁ ଏକ ନିଛାଟିଆ ସ୍ଥାନକୁ ନେଇ ମାଡ଼ ମାରିଥିଲେ। ପରେ ଯୁବକମାନେ ଛାତ୍ରଙ୍କ ଉପରକୁ ପରିସ୍ରା କରିଥିଲେ। ଏନେଇ ଛାତ୍ରଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।