ପଶ୍ଚିମବଙ୍ଗର,୧୮।୧୨: ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲାରେ ଜଣେ ୧୫ ବର୍ଷର ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଘଟଣାରେ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରାଯାଇଛି ବୋଲି ପୋଲିସ ଶନିବାର କହିଛି। ସେହି ଅଭିଯୁକ୍ତ ଜଣଙ୍କ ଏକ ରିକ୍ସା ଡ୍ରାଇଭର ବୋଲି ପୋଲିସ ଅଧିକାରୀ କହିଛନ୍ତି।
ସୂଚନାନୁସାରେ, ସେହି ଛାତ୍ରୀ ଜଣଙ୍କ ନବମ ଶ୍ରେଣୀରେ ପଢନ୍ତି। ସେ ଗୁରୁବାର ବଜାରକୁ ଯିବା ବାଟରେ ତାଙ୍କର ଜଣେ ପରିଚିତ ରିକ୍ସା ଡ୍ରାଇଭର ତାଙ୍କୁ ବଜାରରେ ଛାଡିଦେବାକୁ କହିଥିଲେ। ତାଙ୍କ ସହ ଆଉ ଜଣେ ମଧ୍ୟ ଗାଡିରେ ବସିଥିଲେ। ପରେ ସେମାନେ ଏକ ନିଛାଟିଆ ସ୍ଥାନକୁ ନେଇ ଯାଇ ତାଙ୍କୁ ବଳାତ୍କାର କରି ସେହି ସ୍ଥାନରୁ ଫେରାର ହୋଇଯାଇଥିଲେ। ପୀଡିତା ନାବାଳିକା ଜଣଙ୍କ ସ୍ଥାନୀୟ ଲୋକଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ନାବାଳିକାଙ୍କ ପରିବାର ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଶୁକ୍ରବାର ଦିନ ରିକ୍ସା ଡ୍ରାଇଭରଙ୍କୁ ଗିରଫ କରାଯାଇଥିଲା ଏବଂ ଅନ୍ୟ ଅଭିଯୁକ୍ତକୁ ଗିରଫ କରିବା ପାଇଁ ଖୋଜାଖୋଜି ଆରମ୍ଭ ହୋଇଛି ବୋଲି ପୋଲିସ ଅଧିକାରୀ କହିଛନ୍ତି। ଗିରଫ ଅଭିଯୁକ୍ତଙ୍କୁ ବର୍ଦ୍ଧମାନ ପୋକ୍ସୋ କୋର୍ଟରେ ହାଜର କରାଯାଇଥିଲା। ତାଙ୍କୁ ତିନି ଦିନ ପୋଲିସ ହେପାଜତରେ ପଠାଯାଇଥିବା ନେଇ ଅଧିକାରୀ କହିଛନ୍ତି।