Posted inଫୁରସତ

କ୍ଷୁଦ୍ରଗ୍ରହ ଆବିଷ୍କାରକଲେ ୯ମ ଶ୍ରେଣୀ ଛାତ୍ର

ନଏଡା: ଉତ୍ତରପ୍ରଦେଶର ନଏଡାସ୍ଥିତ ଶିବ ନାଡର ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ଦକ୍ଷ ମଲିକ୍‌ (୧୪) ଏକ କ୍ଷୁଦ୍ରଗ୍ରହ (ଆଷ୍ଟେରଏଡ୍‌)ର ଆବିଷ୍କାର କରିଛନ୍ତି, ଯାହାକୁ ଆମେରିକୀୟ ମହାକାଶ ସଂସ୍ଥା ନାସା ପକ୍ଷରୁ ସ୍ବୀକୃତି ମିଳିଛି। ଏହାସହ ଦକ୍ଷ ଏହି କ୍ଷୁଦ୍ରଗ୍ରହର ନାମ ଦେବାକୁ ମଧ୍ୟ ସୁଯୋଗ ପାଇବେ। ସମ୍ପ୍ରତି ନାସା ଅସ୍ଥାୟୀ ଭାବରେ ଏହି କ୍ଷୁଦ୍ରଗ୍ରହର ନାମ ‘୨୦୨୩ଓଜି୪୦’ ରଖିଛି।
ଏହି ଆଷ୍ଟେରଏଡ ଆବିଷ୍କାରର ଯାତ୍ରା ଏକ ଇମେଲରୁ ଆରମ୍ଭ ହୋଇଥିଲା। ଦକ୍ଷ ଓ ତାଙ୍କର ୨ ସହପାଠୀଙ୍କୁ ସେମାନଙ୍କ ବିଦ୍ୟାଳୟର ଆଷ୍ଟ୍ରୋନୋମି କ୍ଲବ୍‌ରୁ ଏକ ଇମେଲ୍‌ ଆସିଥିଲା, ଯେଉଁଥିରେ ସେମାନେ ଅନ୍ତର୍ଜାତୀୟ କ୍ଷୁଦ୍ରଗ୍ରହ ଆବିଷ୍କାର ପ୍ରକଳ୍ପ (ଆଇଏଡିପି) ବିଷୟରେ ସୂଚନା ପାଇଥିଲେ। ଆଇଏଡିପି ହେଉଛି ନାସା ସହ ଜଡିତ ଏକ ବିଜ୍ଞାନ ଏବଂ ମହାକାଶ ସମ୍ବନ୍ଧୀୟ ପଦକ୍ଷେପ, ଯାହା ପୃଥିବୀର ବିଭିନ୍ନ ସ୍ଥାନରୁ ଛାତ୍ରୀଛାତ୍ରଙ୍କୁ କ୍ଷୁଦ୍ରଗ୍ରହ ଆବିଷ୍କାର କରିବାର ସୁଯୋଗ ଦେଇଥାଏ। ଦକ୍ଷ ଏବଂ ତାଙ୍କ ଟିମ୍‌ ଅନ୍ତର୍ଜାତୀୟ ଜ୍ୟୋତିର୍ବିଜ୍ଞାନ ସନ୍ଧାନ ସହଯୋଗ (ଆଇଏଏସ୍‌ସି)ରୁ ଡାଟାସେଟ୍‌ ଡାଉନଲୋଡ୍‌ କରିଥିଲେ। ଏହାପରେ ସେମାନେ ଆଷ୍ଟ୍ରୋନୋମି ସଫ୍ଟୱେର୍‌ର ସାହାଯ୍ୟ ନେଇ ଲାଇଟ୍‌ ଏମିଶନ ଓ ଅବ୍‌ଜେକ୍ଟ ମୁଭ୍‌ମେଣ୍ଟ ଉପରେ ଅଧ୍ୟୟନ କରିଥିଲେ। ଦକ୍ଷ ନିଜର ଏହି ଅଭିଜ୍ଞତାକୁ ମଜାଳିଆ ହୋଇଥିବା ବର୍ଣ୍ଣନା କରି କହିଛନ୍ତି, ଏହି କାର୍ଯ୍ୟ କରୁଥିବା ବେଳେ ତାଙ୍କୁ ନାସାରେ କାର୍ଯ୍ୟ କରୁଥିବା ପରି ଅନୁଭବ ହୋଇଥିଲା। ସେ ପିଲାବେଳୁ ସର୍ବଦା ମହାକାଶ ଏବଂ ବ୍ରହ୍ମାଣ୍ଡ ପ୍ରତି ଆଗ୍ରହୀ ଥିଲେ ବୋଲି ଦକ୍ଷଙ୍କ ପରିବାର ଲୋକେ କହିଛନ୍ତି। ନ୍ୟାଶନାଲ୍‌ ଜିଓଗ୍ରାଫିକ୍‌ରେ ବିଭିନ୍ନ ଡକ୍ୟୁମେଣ୍ଟାରି ଦେଖି ସେ ବଡ ବଡ଼ ଗ୍ରହ ଓ ଗାଲାକ୍ସି ବିଷୟରେ ଜାଣିବାକୁ ପାଇଥିଲେ।
ଆଇଏଡିପି ପ୍ରକଳ୍ପରେ ୬ ହଜାରରୁ ଅଧିକ ଛାତ୍ରୀଛାତ୍ର ଅଂଶଗ୍ରହଣ କରନ୍ତି, କିନ୍ତୁ ସେମାନଙ୍କ ମଧ୍ୟରୁ ଖୁବ୍‌ କମ୍‌ ଛାତ୍ରୀଛାତ୍ର ଆଷ୍ଟେରଏଡ୍‌ର ଆବିଷ୍କାର କରିପାରନ୍ତି। ଦକ୍ଷଙ୍କ ପୂର୍ବରୁ କେବଳ ୫ ଜଣ ଭାରତୀୟ ଛାତ୍ରୀଛାତ୍ର ଏପରି କୀର୍ତ୍ତିମାନ ରଚିବାକୁ ସକ୍ଷମ ହୋଇଥିଲେ। ଆଷ୍ଟେରଏଡ୍‌ର ନାମକରଣକୁ ନେଇ ଏବେ ଦକ୍ଷ ଚିନ୍ତା କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ସେ ଉକ୍ତ ଆଷ୍ଟେରଏଡ୍‌ ପାଇଁ ୨ଟି ନାମ ‘ଡେଷ୍ଟ୍ରୟର ଅଫ୍‌ ଦି ୱାଲର୍‌ଡ’ ଓ ‘କାଉଣ୍ଟଡାଉନ୍‌’ ଭାବିଛନ୍ତି ବୋଲି ଦକ୍ଷ କହିଛନ୍ତି। ଆଗକୁ ନାସା ଦକ୍ଷଙ୍କ ଆବିଷ୍କାରର ଅନ୍ତିମ ଯାଞ୍ଚ କରିବ, ଯାହା ୪ରୁ ୫ ବର୍ଷ ସମୟ ନେଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

IIT ବାବାଙ୍କଠାରୁ ମୋନାଲିସାଙ୍କ ପର୍ଯ୍ୟନ୍ତ… କାହାକୁ ମିଳିଲା ଫିଲ୍ମ ଅଫର ତ କାହାକୁ ଟିଭି ଶୋ’, କିଏ ସେହି କୁମ୍ଭମେଳାର ଚର୍ଚ୍ଚିତ ଚେହେରା

ପ୍ରୟାଗରାଜ,୨୭।୨: ଶେଷ ହୋଇଛି ମହାକୁମ୍ଭ ୨୦୨୫। ହେଲେ ଏହାକୁ ନେଇ ଥମିନି ଆଲୋଚନା। ମହାକୁମ୍ଭରେ ସୋସିଆଲ ମିଡିଆ ମଧ୍ୟ ଚମତ୍କାର କରିଥିଲା। ଏଥର ମହାକୁମ୍ଭରେ ହର୍ଷ...

Reels ପାଇଁ ଏକ ନୂଆ App ଲଞ୍ଚ କରିପାରେ Instagram: ରିପୋର୍ଟ

ନୂଆଦିଲ୍ଲୀ,୨୭।୨: Instagram ଏହାର ସର୍ଟ ଭିଡିଓ ଫିଚର(Reels) ପାଇଁ ଏକ ପୃଥକ ଆପ୍ ଲଞ୍ଚ କରିବା ବିଷୟରେ ବିଚାର କରୁଛି। ଏହାର ମୁଖ୍ୟ ଆଦମ ମୋସେରି...

ବିକାଶର ଲକ୍ଷ୍ୟ ହାସଲ କରିବାରେ ଏନ୍‌ଜିଓର ଭୂମିକା ଗୁରୁତ୍ୱପୂର୍ଣ୍ଣ

ବିଶ୍ୱବ୍ୟାପୀ ଅଣ-ସରକାରୀ ସଂଗଠନ (ଏନ୍‌ଜିଓ)ଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସମ୍ମାନିତ କରିବା ଏବଂ ସ୍ବୀକୃତି ଦେବା ପାଇଁ ପ୍ରତିବର୍ଷ ଫେବୃଆରୀ ୨୭ରେ ବିଶ୍ୱ ଏନ୍‌ଜିଓ ଦିବସ ପାଳନ...

Why Mars Red: କାହିଁକି ଲାଲ୍‌ ଦେଖାଯାଏ ମଙ୍ଗଳ ଗ୍ରହ, ବୈଜ୍ଞାନିକଙ୍କ ନୂଆ ଖୁଲାସା ଜାଣିଲେ ଚମକି ପଡିବେ

ମଙ୍ଗଳ ହେଉଛି ଆମ ସୌରମଣ୍ଡଳର ଚତୁର୍ଥ ଗ୍ରହ ଏବଂ ପୃଥିବୀର ପଡ଼ୋଶୀ ଗ୍ରହ। ଏହି ଗ୍ରହଟି ଏହାର ଅନନ୍ୟ ଲାଲ ରଙ୍ଗ ଯୋଗୁଁ ଆରମ୍ଭରୁ ମଣିଷଙ୍କ...

ଆତ୍ମହତ୍ୟା ଧମକ ଦେଲେ ସୁନ୍ଦରୀ ସାଧ୍ୱୀ ହର୍ଷା ରିଚାରିଆ, ଭିଡିଓ ପୋଷ୍ଟ କରି କହିଲେ…

ପ୍ରୟାଗରାଜ,୨୬ା୨: ଆତ୍ମହତ୍ୟା ଧମକ ଦେଲେ ସୁନ୍ଦରୀ ସାଧ୍ୱୀ ହର୍ଷା ରିଚାରିଆ, ଭିଡିଓ ପୋଷ୍ଟ କରି କହିଲେ… ପ୍ରୟାଗରାଜ,୨୬ା୨: ମହାକୁମ୍ଭ ସମୟରେ ଭାଇରାଲ ହୋଇଥିବା ସୁନ୍ଦରୀ ସାଧ୍ୱୀ...

Earthquake: ପ୍ରତିଦିନ ଆସେ ୫୫ଥର ଭୂକମ୍ପ, ପ୍ରତ୍ୟେକ ଦିନ ଥରେ ଏହି ଦେଶ

ଗତ ଗୋଟିଏ ମାସରେ, ଭାରତର ଅନେକ ସ୍ଥାନରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ଫେବୃଆରୀ ୨୫ ତାରିଖରେ ଆସାମରେ ୫.୧ ତୀବ୍ରତାର ଏକ ଭୂମିକମ୍ପ ଘଟିଥିଲା।...

Mahashivratri 2025: ଦୁଇଭାଗ ହୋଇଥିବା ଶିବଲିଙ୍ଗ ଶିବରାତ୍ରୀରେ ହୁଅନ୍ତି ଏକାଠି, ଏହି ମନ୍ଦିରର ବିରଳ ଦୃଶ୍ୟ ଦେଖିଲେ ଥରି ଉଠିବେ…

ଆଜି ଦେଶବ୍ୟାପୀ ମହାଶିବରାତ୍ରି ପର୍ବ ମହା ଆଡମ୍ବରରେ ପାଳିତ ହେଉଛି। ଶିବ ମନ୍ଦିରଗୁଡ଼ିକରେ ଭକ୍ତଙ୍କ ସମାଗମ ହେଉଛି। ଆପଣ ଦେଶରେ ଭଗବାନ ଶିବଙ୍କର ଅନେକ ଅନନ୍ୟ...

ଭାରତରେ ବଢୁଛି ‘ଗ୍ରେ ଡିଭୋର୍ସ’ ମାମଲା, ଖେଳାଳିଙ୍କଠୁ ଆରମ୍ଭ କରି ଅଭିନେତା ଯାଏ କାହିଁକି ବାଛୁଛନ୍ତି ଏହି ବାଟ

ମୁମ୍ବାଇ,୨୬।୨: ବିଶ୍ୱର ସବୁଠାରୁ ଅଧିକ ଜନସଂଖ୍ୟା ଭାରତରେ ବାସ କରନ୍ତି। କିନ୍ତୁ ବିଶ୍ୱରେ ସବୁଠାରୁ କମ୍‌ ଛାଡପତ୍ର ଭାରତରେ ହୁଏ। ପରିସଂଖ୍ୟାନ ଅନୁଯାୟୀ, ଭାରତରେ ପ୍ରତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image