ବିନା ଅନୁମତିରେ ଚାଲିଛି ନବମ, ଦଶମ ଶ୍ରେଣୀ ପାଠପଢ଼ା

ମୁନିଗୁଡ଼ା(ଡି.ଏନ୍‌.ଏ.)/ରାୟଗଡ଼ା ଅଫିସ,୨ା୯:ରାୟଗଡ଼ା ଜିଲା ମୁନିଗୁଡ଼ା ସ୍ଥିତ ଏକ ବେସରକାରୀ ଶିକ୍ଷାନୁଷ୍ଠାନରେ ପାଠ ପଢ଼ି ସିବିଏସ୍‌ଇ ବୋର୍ଡ ପରୀକ୍ଷା ପାସ୍‌ କରିବା ପରେ ଏବେ ଛାତ୍ରୀଛାତ୍ର ଅସୁବିଧା ଭୋଗୁଛନ୍ତି। ସ୍ଥାନୀୟ ରୟାଲ ଏକାଡେମୀ ନାମକ ଅନୁଷ୍ଠାନରେ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଅନୁମତି ମିଳିଛି। ହେଲେ ଏଠାରେ ୯ମ ଏବଂ ୧୦ମ ଶ୍ରେଣୀ ପିଲାଙ୍କର ବେଆଇନ ଭାବେ ନାମ ଲେଖାଇବା ସହ ପାଠ ପଢ଼ାଚାଲିଛି। ଛାତ୍ରୀଛାତ୍ରଙ୍କଠାରୁ ଲକ୍ଷାଧିକ ଟଙ୍କା ଫିସ୍‌ ଆକାରରେ ମଧ୍ୟ ନିଆଯାଇଥିଲେ ମଧ୍ୟ ଅନେକ ପିଲାଙ୍କୁ ହଇରାଣ କରିବା ପରେ ଏସ୍‌ଏଲ୍‌ସି ଦିଆଯାଇଥିଲା ବୋଲି ଛାତ୍ରୀଛାତ୍ର ଏବଂ ଅଭିଭାବକ ପ୍ରକାଶ କରିଛନ୍ତି। ପିଲାମାନଙ୍କୁ ଏସ୍‌ଏଲ୍‌ସି ପାଇଁ କଳାହାଣ୍ଡି ଜିଲା କେସିଙ୍ଗାକୁ ପଠାଯାଉଥିବା ସେମାନେ କହିଛନ୍ତି।
ସୂଚନାଯୋଗ୍ୟ, ରୟାଲ ଏକାଡେମୀରେ ନବମ ଏବଂ ଦଶମ ଶ୍ରେଣୀ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଅନୁମତି ମିଳିନାହିଁ। ଫଳରେ ସ୍କୁଲ କର୍ତ୍ତୃପକ୍ଷ କେସିଙ୍ଗାସ୍ଥିତ ନିଉ ଲାଇଫ୍‌ ଏକାଡେମୀରେ ଉକ୍ତ ୨ଶ୍ରେଣୀର ଛାତ୍ରୀଛାତ୍ରଙ୍କ ନାମ ଲେଖାଇଥାନ୍ତି। ପରୀକ୍ଷା ମଧ୍ୟ କେସିଙ୍ଗା ଯାଇ ଦେବାକୁ ହୁଏ। ହେଲେ ପାଠପଢ଼ା ମୁନିଗୁଡ଼ା ସ୍ଥିତ ରୟାଲ ଏକାଡେମୀରେ ହୋଇଥାଏ। ତେବେ ରୟାଲ ଏକାଡେମୀରେ ଭଲ ପାଠପଢ଼ା ହେଉ ନ ଥିବାରୁ ପିଲାମାନଙ୍କୁ ଟ୍ୟୁଶନ ପଠାଇବାକୁ ବାଧ୍ୟହେଉଛନ୍ତି ବୋଲି ଅଭିଭାବକମାନେ କହିଛନ୍ତି। ପୂର୍ବରୁ ଏଠାରେ ରୟାଲ ସାଇନ୍ସ କଲେଜ ନାମରେ ଯୁକ୍ତ ୨ ପର୍ଯ୍ୟନ୍ତ ପାଠପଢ଼ା ଚାଲିଥିଲା। ଆବଶ୍ୟକ ଅନୁମତି(ଆଫିଲିଏଶନ) ନ ମିଳିବାରୁ ତାହା ବନ୍ଦ ହୋଇଥିଲା। ସରକାରୀ ଅନୁମତି ଓ ଶିକ୍ଷା ଉପଯୋଗୀ ପରିବେଶ ନ ଥାଇ ମଧ୍ୟ ଏବେ ଏହି ଶିକ୍ଷା ଅନୁଷ୍ଠାନରେ ନବମ ଏବଂ ଦଶମ ଶ୍ରେଣୀ ପାଠପଢ଼ା ଚାଲିଥିବା ଜଣାପଡ଼ିଛି। ଏଭଳି ଅନୁଷ୍ଠାନ ବିରୋଧରେ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ନିମନ୍ତେ ଦାବି ହୋଇଛି।
ନବମ ଓ ଦଶମ ଶ୍ରେଣୀ ନାମଲେଖା ନିମନ୍ତେ ସରକାରୀ ଅନୁମତି ନେଇ ରୟାଲ ଏକାଡେମୀର ମୁଖ୍ୟ ପ୍ରବୀଣ ସିପକାଙ୍କୁ ପଚାରିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇନାହାନ୍ତି। ମୁନିଗୁଡ଼ା ବିଇଓ ଭାସ୍କରଙ୍କୁ ପଚାରିବାରୁ ସେ କହିଛନ୍ତି, ୯ମ ଓ ୧୦ମ ଶ୍ରେଣୀ ପିଲାଙ୍କ ନାମଲେଖା ଏବଂ ପାଠପଢ଼ା ପାଇଁ ରୟାଲ ଏକାଡେମୀକୁ ଅନୁମତି ମିଳିନାହିଁ। ତଥାପି ପିଲାଙ୍କ ନାମ ଲେଖାଯାଉଛି। ନୋ ଅବ୍‌ଜେକ୍‌ସନ ସାର୍ଟିଫିକେଟ(ଏନ୍‌ଓସି) ପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କୁ କୁହାଯାଇଥିଲା ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଏ ନେଇ ଡିଇଓ ପୂର୍ଣ୍ଣଚନ୍ଦ୍ର ବରିହାଙ୍କୁ ପଚାରିବାରୁ ସେ କହିଛନ୍ତି, ସ୍କୁଲ କର୍ତ୍ତୃପକ୍ଷଙ୍କୁ ୩ ମାସ ତଳେ ତାଗିଦ କରାଯାଇଛି। ଏବେ ବିଭାଗୀୟ ଅଧିକାରୀଙ୍କୁ ବୁଝି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ତେବେ ବେଆଇନ ଭାବେ ଏକ ସ୍କୁଲ ଚାଲିଥିବା ଅଧିକାରୀମାନେ ଜାଣି ମଧ୍ୟ ଏ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନ ହେବାକୁ ନେଇ ପ୍ରଶ୍ନ ଉଠୁଛି। ରୟାଲ ଏକାଡେମୀ ଭଳି ଜିଲାରେ ଆଉ କେତେ ଅନୁଷ୍ଠାନ ଏଭଳି ଚାଲିଛି ସେ ନେଇ ଯାଞ୍ଚ କରାଯାଉ ବୋଲି ବୁଦ୍ଧିଜୀବୀଙ୍କ ମଧ୍ୟରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହୋଇ ନ ଥିବା ପ୍ରକଳ୍ପ କାମ ଶୀଘ୍ର ଆରମ୍ଭ କର

ଭବାନୀପାଟଣା,୧୭ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଗୁରୁବାର ପଞ୍ଚାୟତିରାଜ ଓ ପାନୀୟ ଜ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ...

୨୦ରୁ ଊର୍ଦ୍ଧ୍ୱ ଟ୍ରେନ ବାତିଲ

ରାଉରକେଲା,୧୭।୧୦(ସଙ୍ଗୀତା ଜେନା): ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ମରାମତି ଓ ଅନ୍ୟ କାର୍ଯ୍ୟ ପାଇଁ ଗୁରୁବାର ଏବଂ ଶୁକ୍ରବାର ୨ ଦିନ ଧରି ୨୦ରୁ ଊର୍ଦ୍ଧ୍ୱ...

ଅକ୍ଟୋବର ୨୧, ୨୮ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି: କରିବାକୁ ହେବ ଆଗୁଆ ପଞ୍ଜୀକରଣ

ଭୁବେନେଶ୍ୱର,୧୭।୧୦: ଅକ୍ଟୋବର ୨୧ ଏବଂ ୨୮ରେ ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ୧୮ତାରିଖ ପୂର୍ବାହ୍ନ ୧୧ରୁ ଆଗୁଆ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ ହେବ।...

କନ୍ୟା ସନ୍ତାନକୁ ଜନ୍ମ ଦେଲେ ଦଶମ ଶ୍ରେଣୀ ଛାତ୍ରୀ: ଅଭିଯୁକ୍ତ ଥାନାରେ ଅଟକ

ଥୁଆମୂଳ ରାମପୁର,୧୭।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଜଣେ ଦଶମ ଶ୍ରେଣୀ ଛାତ୍ରୀ ମା’...

ସ୍ତ୍ରୀ, ଶାଶୁଙ୍କୁ ହତ୍ୟା କରି ଫିଙ୍ଗିଥିଲେ: ଖପୁରି ହାଡ଼ ଟାଣି ଖାଉଥିଲା କୁକୁର

ବାସୁଦେବପୁର,୧୭।୧୦(ନାରାୟଣ ପ୍ରସାଦ ବାରିକ୍‌):  ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମୁଣ୍ଡା ପଞ୍ଚାୟତର ପାଞ୍ଚଘେରିଆ ଗାଁରେ ଯୋର ନିକଟରୁ ଅଖା ବସ୍ତାରୁ ମଣିଷ ଖପୁରି ହାଡ଼...

ଦୁର୍ଗାପୂଜା କମିଟି ସଦସ୍ୟ ଆଶୁତୋଷ ମୃତ୍ୟୁ ମାମଲା: ହତ୍ୟା ଅଭିଯୋଗ ଆଣିଲେ ଭଉଣୀ 

ବାରିପଦା,୧୭ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ)- ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ଖଇରବଣିଠାରେ ବେତନଟୀ ବସ୍‌ଷ୍ଟାଣ୍ଡ ଦୁର୍ଗାପୂଜା କମିଟି ସଦସ୍ୟ ଆଶୁତୋଷ ବେହେରାଙ୍କ ମୃତ୍ୟୁ ଘଟଣାରେ ପୋଲିସର...

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼

ଯାଜପୁର,୧୭ା୧୦(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳିରେ ରାଜନୈତିକ ଆକ୍ରୋଶ କ୍ରମଶଃ ବଢିବାରେ ଲାଗିଛି। ବିଜେଡି, ଭାଜପା ଓ ସ୍ବାଧୀନ ବିଧାୟକ ସମର୍ଥକଙ୍କ ମଧ୍ୟରେ...

ନଷ୍ଟ କରାଗଲା ୧ କୁଇଣ୍ଟାଲ ଆଇସ୍‌କ୍ରିମ

ରାଉରକେଲା,୧୭।୧୦(ସଙ୍ଗୀତା ଜେନା): ବିନା ଲାଇସେନ୍ସ ଏବଂ ଅସ୍ବାସ୍ଥ୍ୟକର ପରିବେଶରେ ଆଇସ୍‌କ୍ରିମ୍‌ ପ୍ରସ୍ତୁତ କରି ମାର୍କେଟକୁ ବିକ୍ରି ପାଇଁ ପଠାଯାଉଥିଲା। ଆଇସ୍‌କ୍ରିମ୍‌ ପ୍ୟାକେଟ୍‌ ଉପରେ ବ୍ୟାଚ୍‌ ନମ୍ବର,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri