Categories: ଫୁରସତ

ତୃତୀୟ ଶ୍ରେଣୀ ଛାତ୍ରୀ ସଂଗ୍ରହ କଲେ ବିଭିନ୍ନ ଦେଶର ୫୦୦୦ରୁ ଅଧିକ ଦିଆସିଲି

ଅନେକ ଲୋକ ବିଭିନ୍ନ ସ୍ଥାନକୁ ଯାଇ ସେଠାରେ ଫଟୋ ଉଠାଇବାକୁ ପସନ୍ଦ କରୁଥିବାବେଳେ ଆଉ କିଛି ଲୋକ ବିଭିନ୍ନ ଦେଶର ମୁଦ୍ରା ସଂଗ୍ରହ କରିଥାନ୍ତି। ସେହିପରି କିଛି ଲୋକ ବିଭିନ୍ନ ଦେଶର ଟିକେଟ ମଧ୍ୟ ସଂଗ୍ରହ କରିଥାନ୍ତି। କିନ୍ତୁ ଓଡ଼ିଶାର ଜଣେ ତୃତୀୟ ଶ୍ରେଣୀ ଛାତ୍ରୀ ଏଥିରୁ ଟିକେ ନିଆରା। ଭୁବନେଶ୍ୱରର ଦିବ୍ୟାଂଶୀ ସମଗ୍ର ବିଶ୍ୱରୁ ଦିଆସିଲି ଖୋଳ ସଂଗ୍ରହ କରିବାକୁ ଭଲ ପାଆନ୍ତି।

ଦିବ୍ୟାଂଶୀ ଏପର୍ଯ୍ୟନ୍ତ ବିଭିନ୍ନ ଦେଶରୁ ୫୦୦୦ରୁ ଅଧିକ ଦିଆସିଲି ସଂଗ୍ରହ କରି ରଖିଛନ୍ତି। ସବୁଠୁ ଆଶ୍ଚର୍ଯ୍ୟର କଥା ଦିବ୍ୟାଂଶୀ କେବେ ବିଦେଶ ଯାଇ ନାହାନ୍ତି। ତଥାପି ସେ ନେପାଳ, ପୋଲାଣ୍ଡ, ଭୁଟାନ, ଜାପାନ, ବାଂଲାଦେଶ ସମେତ ବିଶ୍ୱର ବିଭିନ୍ନ ଦେଶର ଦିଆସିଲି ସଂଗ୍ରହ କରି ରଖିଛନ୍ତି।
ଦିବ୍ୟାଂଶୀ କୁହନ୍ତି, ପିତାଙ୍କ ଯୋଗୁ ତାଙ୍କର ଏହି ଅଭ୍ୟାସ ଅଛି। ତାଙ୍କ ପିତା ଜଣେ ଫଟୋଗ୍ରାଫର। ଯେତେବେଳେ ସେ ବାହାରକୁ ଯାଆନ୍ତି ସେଠାରୁ ଦିଆସିଲି କିଣି ଆଣିଥାନ୍ତି। ଦିବ୍ୟାଂଶୀ କହିଛନ୍ତି, ଆମ ସମ୍ପର୍କୀୟମାନେ ବିଦେଶ ଯାତ୍ରା କଲେ ମୁଁ ସେମାନଙ୍କୁ ମଧ୍ୟ ଦିଆସିଲି ଆଣିବାକୁ କହିଥାଏ। ଏହି ଦିଆସିଲିଗୁଡ଼ିକୁ ମୁଁ ସଂରକ୍ଷିତ କରି ରଖିଛି।

Share