ସୋସିଆଲ ମିଡିଆରେ ପ୍ରତ୍ୟହ କିଛି ନା କିଛି ଏଭଳି ଭିଡିଓ ଭାଇରାଲ ହୋଇଥାଏ, ଯାହା ବେଶ ମଜାଦାର ହୋଇଥାଏ। ଏବେ ସେଭଳି ଏକ ଭିଡିଓରେ କୁନି ଛାତ୍ରଟିଏ ହୋମଓ୍ବାର୍କ ନକରିବା ଲାଗି ଏଭଳି କାରଣ କହୁଛନ୍ତି ଯାହାକୁ ଶୁଣି ସାଧାରଣ ଲୋକ ତ ପରର କଥା, ପ୍ରଥମେ ଶିକ୍ଷକମାନେ ଚକିତ ହୋଇଛନ୍ତି।
କେଇ ସେକେଣ୍ଡର ଭିଡିଓରେ ଦେଖାଯାଉଛି, ସମସ୍ତ ଛାତ୍ରୀଛାତ୍ର ଓପନ କ୍ଲାସ୍ରୁମ୍ରେ ବସିଛନ୍ତି। ସେମାନଙ୍କୁ ଶିକ୍ଷକ ପାଠ ପଢ଼ାଉଥିବା ବେଳେ ହୋମଓ୍ବାର୍କ ଦେଖୁଛନ୍ତି। ଠିକ୍ ଏତିକି ବେଳେ ଜଣେ ଛାତ୍ର ହୋମଓ୍ବାର୍କ କରି ନ ଥିବା ଦେଖାଯାଉଛି। ଏନେଇ ପଚରାଯିବାରେ କୁନି ପିଲାଜଣଙ୍କ ଯାହା ଉତ୍ତର ଦେଉଛନ୍ତି ତାହା ଅନେକଙ୍କୁ ଚକିତ କରୁଛି।
ଶିକ୍ଷକ କାରଣ ପଚାରିବାରେ କୁନି ଛାତ୍ରଜଣଙ୍କ କହୁଛନ୍ତି, ଘରେ ମା’ ପାଠ ପଢ଼ାଇ ପଢ଼ାଇ ପାଗଳ କରିଦେଇଛନ୍ତି। ଏପରିକି କ’ଣ ଲେଖିବେ, କ’ଣ ନ ଲେଖିବେ ସେ ଜାଣିପାରିଲେ ନାହିଁ। ଏହାପରେ ତାଙ୍କୁ ଭୁଲ ନମ୍ବରକୁ କାଟି ଠିକ୍ କଥା ଲେଖିବାକୁ ଶିକ୍ଷକ କୁହନ୍ତି। ଏହାପରେ ସେ ତାଙ୍କ ପାଖରେ ପଢ଼ିବେ ନାହିଁ ବୋଲି ରୋକଠୋକ ମନା କରିଦେଉଛନ୍ତି। ଆଉ ଜଣେ ମ୍ୟାଡାମଙ୍କ ପାଖକୁ ଯାଇ ସେ ପଢ଼ିବେ ବୋଲି କହୁଛନ୍ତି। କେବଳ ଏତିକି ନୁହେଁ ତାଙ୍କ ମା’ ତାଙ୍କୁ ଡରିବା ଶିଖାଇ ନାହାନ୍ତି ବୋଲି କହିବାକୁ ପଛାଉ ନାହାନ୍ତି। ଏବେ ଏହି ଭିଡିଓ ବେଶ ଭାଇରାଲ ହେଉଛି।
ଦେଖନ୍ତୁ ଭିଡିଓ:
View this post on Instagram