୩ଶହ ସ୍କୁଲରେ ପାଠପଢ଼ା ବନ୍ଦ: ଜିଲାଭିତ୍ତିକ ନିଯୁକ୍ତିକୁ ସମର୍ଥନ କରି ପିଲାଙ୍କୁ ସ୍କୁଲ ପଠାଇଲେନି ଅଭିଭାବକ

ନବରଙ୍ଗପୁର, ୧୮/୧୦(ସଦାଶିବ ପ୍ରହରାଜ): ଜିଲାଭିତ୍ତିକ ନିଯୁକ୍ତିକୁ ସମର୍ଥନ କରି ପିଲାଙ୍କୁ ସ୍କୁଲ ଯିବାକୁ ବାରଣ କଲେ ଅଭିଭାବକ। ପ୍ରଥମେ ଅବିଭକ୍ତ କୋରାପୁଟ ଜିଲାକୁ ବନ୍ଦ ଡାକରା ଦେଇ ପ୍ରତିବାଦ, ପରେ ନୂତନ ଭାବେ ନିଯୁକ୍ତି ପାଇଥିବା ଶିକ୍ଷକଙ୍କୁ ସ୍କୁଲରେ ଯୋଗଦେବାକୁ ବିରୋଧ ଓ ବର୍ତ୍ତମାନ ସ୍କୁଲକୁ ଅଭିଭାବକମାନେ ନିଜ ପିଲାଙ୍କୁ ଛାଡ଼ୁନାହାନ୍ତି। ଏହାକୁ ଦେଖିଲେ ଆଗାମୀ ଦିନରେ ଏହି ଆନ୍ଦୋଳନ ଉଗ୍ର ରୂପ ନେବାକୁ ଯାଉଥିବା ଅଞ୍ଚଳବାସୀ କହିଛନ୍ତି। ଜିଲାର ୩ଶହ ସ୍କୁଲକୁ ପିଲାମାନଙ୍କୁ ଅଭିଭାବକ ପଠାଇନାହାନ୍ତି। ଜିଲାଭିତିକ ନିଯୁକ୍ତି ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ସ୍କୁଲକୁ ପିଲାଙ୍କୁ ଛାଡ଼ିବୁ ନାହିଁ ବୋଲି ଏକ ଦାବିପତ୍ର ଜିଲାପାଳଙ୍କ ଉଦ୍ଦେଶ୍ୟରେ ସ୍କୁଲ ପ୍ରଧାନଶିକ୍ଷକମାନଙ୍କୁ ପ୍ରଦାନ କରାଯାଇଛି। ବିଭିନ୍ନ ଡିଗ୍ରୀ ହାସଲ କରି ହଜାର ହଜାର ଯୁବଗୋଷ୍ଠୀ ଘରେ ବସିଛନ୍ତି। ରାଜ୍ୟସ୍ତରୀୟ ଚୟନ ପକ୍ରିୟା ଯୋଗୁ ଉପକୂଳ ଅଞ୍ଚଳର ଶିକ୍ଷିତ ଯୁବତୀଯୁବକ ନିଯୁକ୍ତି ସୁଯୋଗ ପାଉନାହାନ୍ତି। ଫଳରେ ଏହି ଅଞ୍ଚଳ ସବୁ ଦିନ ପାଇଁ ପଛୁଆ ହେଇ ରହିଯିବ ବୋଲି ଦାବିପତ୍ରରେ ଉଲ୍ଲେଖ ରହିଛି।
ଉମରକୋଟ ବ୍ଲକ ସିରିଲିଗୁଡ଼ା ସ୍କୁଲକୁ ଠିକ୍‌ ସମୟରେ ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ ଆସିଥିଲେ। କିନ୍ତୁ କୌଣସି ଛାତ୍ରୀଛାତ୍ର ସ୍କୁଲକୁ ଆସି ନ ଥିଲେ। ଏ ନେଇ ବିଇଓଙ୍କୁ ଜଣାଇବା ସହ ସ୍କୁଲରେ ପିଲାଙ୍କୁ ଅପେକ୍ଷା କରିବୁ ବୋଲି ପ୍ରଧାନଶିକ୍ଷକ ଦିବ୍ୟରଞ୍ଜନ ସୁନାନୀ କହିଛନ୍ତି।
ପୂଜା ଛୁଟି ପରେ ସ୍କୁଲ ଖୋଲିବାର ପ୍ରଥମ ଦିନରେ ଝରିଗାଁ ବ୍ଲକର ୩୫ ସ୍କୁଲକୁ ପିଲାମାନେ ଯାଇନ ଥିବା ସୂଚନା ମିଳିଛି। ସକାଳ ୧୦ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସ୍କୁଲଗୁଡ଼ିକର ଶ୍ରେଣୀ ଗୃହ ଖୋଲା ରହିଥିଲା। ଅଫିସ୍‌ ରୁମ୍‌କୁ ଗ୍ରାମବାସୀ ତାଲା ପକାଇ ରଖିଥିଲେ। ନୂତନ ଶିକ୍ଷୟତ୍ରୀ ଶିକ୍ଷକମାନେ କାର୍ଯ୍ୟରେ ଯୋଗଦେଇନ ପାରି ୪ଟା ପରେ ଫେରିଯାଇଥିଲେ। ସରକାର ନିଯୁକ୍ତି ଦେବା ସତ୍ତ୍ୱେ କାର୍ଯ୍ୟରେ ଯୋଗ ଦେଇ ପାରୁନାହୁଁ। ପ୍ରଶାସନ ପକ୍ଷରୁ କୌଣସି ସହଯୋଗ ମିଳୁନି। ଆମ ପ୍ରତି ଅନ୍ୟାୟ ହେଉଛି ବୋଲି କାର୍ଯ୍ୟରେ ଯୋଗ ଦେଇପାରୁନଥିବା ଶିକ୍ଷୟିତ୍ରୀ ଶିକ୍ଷକମାନେ କ୍ଷୋଭର ସହ କହିଛନ୍ତି।
ଡାବୁଗାଁ ବ୍ଲକ୍‌ର ବିଭିନ୍ନ ଗାଁରେ ପିଲାମାନଙ୍କୁ ଅଭିଭାବକ ବିଦ୍ୟାଳୟକୁ ପଠାଇନାହାନ୍ତି। ବ୍ଲକ୍‌ର ୧୦୬ ସ୍କୁଲରୁ ୮୦ଟି ବିଦ୍ୟାଳୟକୁ ପିଲାମାନେ ଆସି ନ ଥିଲେ। ୨୬ ସ୍କୁଲ ସ୍ବାଭାବିକଭାବେ ଚାଲିଥିଲା। ଦଶହରା ଛୁଟି ପରେ ଶୁକ୍ରବାର ସ୍କୁଲ ଖୋଲିଥିଲା। ଅଭିଭାବକ ପିଲାମାନଙ୍କୁ ସ୍କୁଲକୁ ନ ଛାଡ଼ିବା ସହ ବିଦ୍ୟାଳୟ ସମ୍ମୁଖରେ ପ୍ଲାକାର୍ଡ ଧରି ଆନ୍ଦୋଳନ କରିଥିଲେ। ସ୍କୁଲରେ କେବଳ ଶିକ୍ଷକମାନେ ରହିଥିବା ବିଇଓଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି । ସୂଚନାନୁଯାୟୀ, ପୂର୍ବରୁ ରାଜ୍ୟ ସରକାରଙ୍କ ରାଜ୍ୟସ୍ତରୀୟ ଚୟନ ପ୍ରକ୍ରିୟାକୁ ବିରୋଧକରି ସେପ୍ଟେମ୍ବର ୪ରେ ୧୨ ଘଣ୍ଟିଆ ଅବିଭକ୍ତ କୋରାପୁଟ ଜିଲା ବନ୍ଦ କରାଯାଇଥିଲା। ଏହାପରେ ବିଭନ୍ନ ସମୟରେ ଧାରଣା ଓ ଆନ୍ଦୋଳନ କରାଯାଇଛି।
ପାପଡ଼ାହାଣ୍ଡି ବ୍ଲକରେ ଶୁକ୍ରବାର ୨୩ ବିଦ୍ୟାଳୟକୁ ଅଭିଭାବକମାନେ ପିଲାମାନଙ୍କୁ ଛାଡ଼ି ନ ଥିଲେ। ବିଦ୍ୟାଳୟରେ ଶିକ୍ଷୟତ୍ରୀ ଶିକ୍ଷକ ଉପସ୍ଥିତ ରହିଥିବା ବେଳେ ଛାତ୍ରୀଛାତ୍ର ଅନୁପସ୍ଥିତ ଥିଲେ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ପିଲାଙ୍କୁ ଛାଡିବେ ନାହିଁ ବୋଲି ଅଭିଭାବକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷ୍ମୀ ମେଢ ଭସାଣିକୁ କେନ୍ଦ୍ର କରି ସୀମାନ୍ତରେ ଉତ୍ତେଜନା ରାସ୍ତା ଅବରୋଧ କଲେ ପଶ୍ଚିମବଙ୍ଗ ଲୋକେ

ଭୋଗରାଇ, ୧୯ା୧୦( ପ୍ରଦୀପ ଦାସ): ଲକ୍ଷ୍ମୀପୂଜା ମେଢ଼ ଭସାଣିକୁ କେନ୍ଦ୍ର କରି ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତରେ ଉତ୍ତେଜନା ଦେଖାଦେଇଛି। ତାଳସାରୀ ମେରାଇନ ଥାନା...

୨ ନୂଆ ଭୋଟକେନ୍ଦ୍ର ଉପରେ ମୋହର ମାରିଲେ କେନ୍ଦ୍ର ନିର୍ବାଚନ ଅଧିକାରୀ: ଗ୍ରାମରେ ଖେଳିଗଲା ଖୁସି

ପଟ୍ଟାଙ୍ଗି,୧୯।୧୦(ଶରତ ଧଳ): ଓଡ଼ିଶାର ଭୋଟରଙ୍କ ଦୁର୍ବଳତାର ଫାଇଦା ଉଠାଇ ପଡୋଶୀ ଆନ୍ଧ୍ର ରାଜ୍ୟ ନିଜ ସପକ୍ଷରେ ପଞ୍ଚାୟତ ଓ ବିଧାନସଭା ଦୁଇଟି ନିର୍ବାଚନରେ ଫାଇଦା ଉଠାଇ...

ପରପାରିରେ କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ ଉତ୍କଳ କେଶରୀ

କେନ୍ଦ୍ରାପଡ଼ା,୧୯।୧୦:କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡ଼ାଙ୍କ ଶନିବାର ଦେହାନ୍ତ ହୋଇଛି। ୬୫ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଅସୁସ୍ଥତା ହେତୁ...

ଧରିତ୍ରୀ ପ୍ରଭାବ: ଚୋରା ମଦ ବିକ୍ରି ଅଭିଯୋଗ ଘଟଣାରେ ପୋଲିସର ରେଡ

ଦାରିଙ୍ଗବାଡି, ୧୯।୧୦ (ଅରୁଣ ସାହୁ )-ସିମନବାଡି ଅଞ୍ଚଳରେ ଚୋରାଦେଶୀ ମଦ ଓ ନକଲି ବିଦେଶୀ ମଦ ବିକ୍ରି ଅଭିଯୋଗ ଘଟଣାରେ ପୋଲିସ ଆକ୍ସନ ମୋଡ଼ରେ ରହିଛି।...

ବାପ-ପୁଅଙ୍କୁ ଏସିଡ୍‌ ମାଡ: ସ୍ବାସ୍ଥ୍ୟାବସ୍ଥା ଗୁରୁତର

ତୁମୁଡିବନ୍ଧ(ଦୀପକ କୁମା ପରାସେଠ): ବାପା ପୁଅଙ୍କୁ ଘରେ ଶୋଇଥିବା ସମୟରେ ଏସିଡ ମାଡ଼। ବିଳମ୍ବିତ ରାତିରେ ଘରେ ଶୋଇଥିବା ସମୟରେ ଦୁର୍ବୁତ୍ତ ଘରେ ପଶି ଏସିଡ...

ରେଳ କର୍ମଚାରୀଙ୍କ ଘରେ ପଶିଲେ ଲୁଟେରା: ହାତଗୋଡ଼ ବାନ୍ଧି ସବୁ ଲୁଟିନେଲେ

ରାଉରକେଲା,୧୯।୧୦(ସଂଗୀତା ଜେନା): ରାଉରକେଲା ବନ୍ଧମୁଣ୍ଡାରେ ବଡ଼ ଧରଣର ଡକାୟତି ହୋଇଛି। ଫିଲ୍ମ ଷ୍ଟାଇଲରେ ଏହି ଡକାୟତି ହୋଇଥିବା ଜଣାପଡିଛି। ଶୁକ୍ରବାର ବିଳମ୍ବିତ ରାତିରେ ମାରଣାସ୍ତ୍ର ଦେଖାଇ...

୨୦ରୁ ସି. କେ. ନାଇଡୁ ଟ୍ରଫି:ବରଗଡ଼ରେ ଓଡ଼ିଶା ଏବଂ ମହାରାଷ୍ଟ୍ର ଦଳ

ବରଗଡ଼,୧୯।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଆସନ୍ତା ୨୦ରୁ ୨୩ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଏବଂ ମହାରାଷ୍ଟ୍ର ମଧ୍ୟରେ ୨୩ବର୍ଷରୁ କମ୍‌ ସି. କେ. ନାଇଡୁ କ୍ରିକେଟ...

ଅଢ଼େଇ ମାସ ପରେ ବରଗଡ଼ ଧନୁଯାତ୍ରା:କଂସ ଅଭିନେତାଙ୍କ ବିରୋଧରେ ବଢୁଛି ବିତର୍କ

ବରଗଡ଼,୧୯।୧୦(ପ୍ରେମାନନ୍ଦ ଖମାରୀ):ଆଉ ଅଢ଼େଇ ମାସ ପରେ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଶନିବାର ସନ୍ଧ୍ୟାରେ ଧନୁଯାତ୍ରା ମହୋତ୍ସବ ସମିତି କାର୍ଯ୍ୟକାରିଣୀ ବୈଠକ ବସିବ। କିନ୍ତୁ ଏହା ପୂର୍ବରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri