Categories: ଜାତୀୟ

ବୈବାହିକ ବଳାତ୍କାରକୁ ଅପବାଦ ଶ୍ରେଣୀଭୁକ୍ତ କରିବା ଗାରିମା-ଅଭିବ୍ୟକ୍ତିର ଉଲ୍ଲଂଘନ, ହାଇକୋର୍ଟରେ ପିଟିଶନ ଦାଖଲ…

ନୂଆଦିଲ୍ଲୀ, ୧୧।୧ : ବୈବାହିକ ଜୀବନରେ ବଳାତ୍କାରକୁ ଅପବାଦ ଶ୍ରେଣୀଭୁକ୍ତ କରିବା ମହିଳାଙ୍କ ଗାରିମା, ଅଭିବ୍ୟକ୍ତି, ବ୍ୟକ୍ତିଗତ ତଥା ଯୌନ ସ୍ବତନ୍ତ୍ରତାର ଅଧିକାରର ଉଲ୍ଲଂଘନ ବୋଲି ଦର୍ଶାଇ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିଶନ୍‌ ଦାଖଲ କରାଯାଇଛି।

ଆରଆଇଟି ଫାଉଣ୍ଡେଶନ ଏବଂ ଅଲ୍‌ ଇଣ୍ଡିଆ ଡେମୋକ୍ରାଟିକ୍‌ ଓ୍ବମେନ୍ସ୍‌ ଆସୋସିଏଶନ ପକ୍ଷରୁ ଏନେଇ ଭାରତୀୟ ଦଣ୍ଡବିଧି ସଂହିତା ୩୭୫ ଅନ୍ତର୍ଗତ ଦୁଇଟି ପିଟିଶନ୍‌ ଦାଖଲ କରାଯାଇଛି। ଏହି ପିଟିଶନ ବିଚାରପତି ରାଜୀବ ଶକଧର ଏବଂ ସି.ହରି ଶଙ୍କରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠଙ୍କ ସମ୍ମୁଖରେ ଆଇନଜୀବୀ କରୁଣା ନନ୍ଦୀଙ୍କ ଦ୍ୱାରା ଦାଖଲ ହୋଇଛି।

ବୈବାହିକ ଜୀବନରେ ବଳାତ୍କାରକୁ ଅପବାଦ ଭାବେ ବିବେଚନା କଲେ ସମ୍ବିଧାନର ଅନୁଚ୍ଛେଦ ୧୪ର ଉଲ୍ଲଂଘନ ହେବ। ସେହିପରି ଏହା ଦ୍ୱାରା ଅନୁଚ୍ଛେଦ ୨୧ ଅନ୍ତର୍ଗତ ଏହା ଜଣେ ମହିଳାଙ୍କର ଗାରିମା, ଅଭିବ୍ୟକ୍ତି, ବ୍ୟକ୍ତିଗତ ତଥା ଯୌନ ସ୍ବତନ୍ତ୍ରତାର ଅଧିକାରର ଉଲ୍ଳଂଘନ। ଏହାଦ୍ୱାରା ଅନୁଚ୍ଛେଦ ୧୯-୧-ଏ ଅନ୍ତର୍ଗତ, ଅଭିବ୍ୟକ୍ତି ଅଧିକାରର ଉଲ୍ଲଂଘନ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଏହା ମହିଳାଙ୍କର ନା ଅଥବା ହଁ କହିବା ଅଧିକାରର ବିରୋଧ କରିଥାଏ।

ଖଣ୍ଡପୀଠ କହିଛନ୍ତି ଯେ, ବିବାହିତା ଏବଂ ଅବିବାହିତା ପକ୍ଷକାରଙ୍କ କ୍ଷେତ୍ରରେ ଏହି ମାମଲାରେ ବହୁ ଗୁଣାତ୍ମକ ଅନ୍ତର ରହିଛି।

ସେହିପରି ଆଇନଜୀବୀ କୋଲିନ୍‌ ଗୋଞ୍ଜାଲଭେସ୍‌ କହିଛନ୍ତି ଯେ, ବୈବାହିକ ବଳାତ୍କାର ମହିଳାଙ୍କ କ୍ଷେତ୍ରରେ ହେଉଥିବା ଯୌନ ହିଂସାର ଏକ ବୃହତ୍‌ ଆପରାଧିକ ରୂପ। ଅଧିକାଂଶ ସ୍ଥଳେ ଏହାର ରିପୋର୍ଟ, ସମୀକ୍ଷା ଏବଂ ଅଧ୍ୟୟନ କରାଯାଇ ନଥାଏ।

Share