ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ଘୋଷଣା

ଷ୍ଟକହୋମ,୯।୧୦: ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ୨୦୨୩ ଘୋଷଣା ହୋଇଛି। ଅଲଫ୍ରେଡ ନୋବେଲଙ୍କ ସ୍ମୃତିରେ ୨୦୨୩ର ବ୍ସେରିଗ୍‌ସ ରିକ୍ସବ୍ୟାଙ୍କ ପୁରସ୍କାର କ୍ଲାଉଡିଆ ଗୋଲ୍ଡିନଙ୍କୁ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି। ମହିଳା ଶ୍ରମ ବଜାର ଫଳାଫଳ ବିଷୟରେ ଆମର ବୁଝାମଣାକୁ ଅଗ୍ରଗତି କିମ୍ବା ବିକାଶ କରିବା ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

ରୟାଲ ସ୍ବିଡେନ ଏକାଡେମୀ ଅଫ ସାଇନ୍ସ ଗତ ବର୍ଷ ବେନ ଏସ ବର୍ନାଙ୍କେ, ଡଗଲସ ଡବ୍ଲୁ ଡାଇମଣ୍ଡ ଏବଂ ଫିଲିପ ଏଚ ଡାୟବାଭିଗଙ୍କୁ ଅର୍ଥନୀତିରେ ନୋବେଲ ପୁରସ୍କାର ପ୍ରଦାନ କରିଥିଲା। ସମସ୍ତଙ୍କୁ ବ୍ୟାଙ୍କ ଏବଂ ଆର୍ଥିକ ସଙ୍କଟ ଉପରେ ଗବେଷଣା ପାଇଁ ତାଙ୍କୁ ସମ୍ମାନିତ କରାଯାଇଥିଲ।

Share