ଅଢେଇ ବର୍ଷର ବିଷ୍ମୟ ବାଳକ: ପ୍ରାଞ୍ଜଳ ଭାବେ କହୁଛନ୍ତି ମନ୍ତ୍ରପାଠ ଓ ଦେଶ ବିଦେଶ କଥା

କେନ୍ଦୁଝର,୨୫।୧୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ବୟସ ମାତ୍ର ଅଢେଇ ବର୍ଷ। ମନ୍ତ୍ରପାଠ, ସାଧାରଣ ଜ୍ଞାନ ହେଉ ଅବା ଦେଶର ଜାତୀୟ ପ୍ରତୀକ କିମ୍ବା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ନାମକୁ ପ୍ରାଞ୍ଜଳ ଭାବେ କହି ପାରନ୍ତି ସେ। ଆଉ ନିଜ ବିଚକ୍ଷଣ ବୁଦ୍ଧି ଏବଂ ଅଦ୍ଭୁତ ସ୍ମରଣଶକ୍ତି ପାଇଁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ-୨୦୨୪ ଆଚିଭର୍ସ ହୋଇଛନ୍ତି କେନ୍ଦୁଝର ସହର ପାର୍କ ଲାଇନ ନିବାସୀ ପୂର୍ଣ୍ଣିମା ସେନାପତି ଏବଂ ଯୁବ ଇଞ୍ଜିନିୟର ମାନସ ରଂଜନ ରଣାଙ୍କ ପୁଅ ଆର. ରୁଦ୍ରାଂଶ।

ଭଲ ଭାବେ ପାଟି ଫିଟି ନଥୁବା ବୟସରେ ନିଜ ବିଚକ୍ଷଣ ବୁଦ୍ଧି ପାଇଁ ଏତେ ବଡ ରେକର୍ଡ ହାସଲ କରିଥିବାରୁ ତାଙ୍କ ପରିବାରରେ ଖେଳିଯାଇଛି ଖୁସିର ମାହୋଲ। ମାତ୍ର ୧୦ ମାସର ହୋଇଥିବାବେଳେ ରଙ୍ଗବେରଙ୍ଗୀ ବହି ଦେଖ୍ ଖୁବ୍ ଖୁସି ହେବା ସହ ନୂଆ ନୂଆ ଜିନିଷ ଜାଣିବାକୁ ତାଙ୍କର ବେଶ୍ ଆଗ୍ରହ ହେଉଥିଲା। ପୁଅର ଆଗ୍ରହ ଦେଖି ମା’ ତାଙ୍କୁ ଖେଳ ଖେଳରେ ବିଭିନ୍ନ ବିଷୟରେ ଶିଖାଇବା ଆରମ୍ଭ କରିଥିଲେ। ଦୁଇ ବର୍ଷ ହେବା ବେଳକୁ ରୁଦ୍ରାଂଶ ୩୦ରୁ ଅଧିକ ପ୍ରକାରର ଫଳ, ଫୁଲ, ପରିବା, ଗୃହପାଳିତ ଓ ଜଙ୍ଗଲୀ ପଶୁ, ପକ୍ଷୀଙ୍କ ନାମ, ଯାନବାହନ, ପ୍ରଫେସନ, ବିଭିନ୍ନ ରଙ୍ଗ, ଆକାର, ଇଂରାଜୀ ବର୍ଣ୍ଣମାଳା ସହ ପ୍ରତି ଅକ୍ଷରରେ ଶବ୍ଦ, ଏକାଧିକ ମନ୍ତ୍ର, ୨୦ରୁ ଅଧିକ ଜାତୀୟ ପ୍ରତୀକ, ପରିବାରର ସଦସ୍ୟଙ୍କ ନାମ, ସପ୍ତାହର ସାତ ଦିନ, ରାଇମ୍ ମଧ୍ୟ କହି ପାରୁଥିଲେ।

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ବିଷୟରେ ଜାଣିବା ପରେ ମାଆ ବାପା ପୁଅକୁ ଏଥିପାଇଁ ପ୍ରସ୍ତୁତ କରାଇଥିଲେ। ଜେଜେମା ସବିତାରାଣୀ, ଜେଜେବାପା ସୁରେଶ ଚନ୍ଦ୍ର ରଣା ଏବଂ ବଡ ଭଉଣୀ ସମାଇରା ମଧ୍ୟ ରୁଦ୍ରାଂଶଙ୍କୁ ଏହି ସବୁ ଶିଖୁବାରେ ସାହାଯ୍ୟ କରିଥିଲେ। ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ-୨୦୨୪ରେ ତାଙ୍କ ନାମ ସ୍ଥାନିତ ହେବା ପରେ କୁନି ପୁଅର ସଫଳତା ପାଇଁ ପରିବାରକୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଭାଜପା ସରକାର ଭାଙ୍ଗିଯିବ::ଭବିଷ୍ୟବାଣୀ କଲେ ଜୟଦେବ

ଛେନାପଦି,୨୬ା୧୨(ନିରାକାର ପରିଡା):କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚ଼ନ ମଣ୍ଡଳୀର ଶଙ୍ଖଣାଠାରେ ବନ୍ଧୁମିଳନ ନାମରେ କଂଗ୍ରେସର କର୍ମୀ ସମାବେଶ ବୁଧବାର ଅନୁଷ୍ଠିତ ହୋଇଯାଇଛି। କଂଗ୍ରେସର ପୂର୍ବତନ ସାଧାରଣ ସମ୍ପାଦକ...

ଏହି ଦିନ ମିଳିବ ସୁଭଦ୍ରାର ଦ୍ୱିତୀୟ କିସ୍ତି ଟଙ୍କା:ପ୍ରାୟ ଏକ କୋଟି ମହିଳା…

ଭୁବନେଶ୍ୱର,୨୬ା୧୨(ଅନିଲ ଦାସ):ଆସନ୍ତା ମାର୍ଚ୍ଚ ୮ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୁଭଦ୍ରା ଯୋଜନାର ହିତାଧିକାରୀଙ୍କୁ ଦ୍ୱିତୀୟ କିସ୍ତି ବାବଦ ୫ ହଜାର ଟଙ୍କା ପ୍ରଦାନ କରାଯିବ।...

ନିର୍ବାଚନରେ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ ହେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫।୧୨: ନିର୍ବାଚନ ସମୟରେ ଆମେ ଲୋକଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲୁ, ସବୁ ପ୍ରତିଶ୍ରୁତିକୁ ଗୋଟି ଗୋଟି କରି ପୂରଣ କରି ଚାଲିଛୁ। ଯେଉଁ ଦିନ ସରକାର...

ରେଳ ଧାରଣାକୁ ଆତ୍ମହତ୍ୟା କରିବାକୁ ଯାଇଥିଲେ, ମହିଳାଙ୍କୁ ଉଦ୍ଧାର କଲେ…

ଛେଣ୍ଡିପଦା,୨୫ା୧୨ (ଅଜିତ ଧଳ)- ଅନୁଗୋଳ ଜିଲା ଜରପଡ଼ା ଥାନା ଦେଇ ଯାଇଥିବା ଅନୁଗୋଳ-ସମ୍ବଲପୁର ରେଳ ଧାରଣାକୁ ଯାଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ଜଣେ ମହିଳାଙ୍କୁ କେତେଜଣ...

ସ୍ବାମୀଙ୍କ ଅନ୍ୟତ୍ର ବିବାହ ଉଦ୍ୟମ: ଘର ଆଗରେ ପୁଅ ସହ ଧାରଣାରେ ବସିଲେ ସ୍ତ୍ରୀ’

ଦିଗପହଣ୍ଡି,୨୫।୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ ବାସୁଦେବପୁର ଗ୍ରାମର ପି.ଶ୍ରୀୟା ରେଡ୍ଡୀଙ୍କ ସ୍ଵାମୀ ପି.ଶିବରାମ ପାତ୍ର ବିବାହର ୭ ବର୍ଷ ପରେ ପ୍ରତାରଣା କରି ଦ୍ୱିତୀୟ...

ଅନ୍ତର୍ଜାତୀୟ ସୁନ୍ଦରୀ ପ୍ରତିଯୋଗିତାରେ ଚମକିବେ କୋରାପୁଟ ଝିଅ ଅନୁଶ୍ରୀ

କୋରାପୁଟ,୨୫।୧୨(ଅମିତାଭ ବେହେରା): କୋରାପୁଟ ଭଳି ଏକ ଆଦିବାସୀ ପଛୁଆ ଜିଲାର ଝିଅ ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ହୋଇଥିବା ବିୟୁଟି କଣ୍ଟେଷ୍ଟରେ ଓଡ଼ିଶା ପାଇଁ ପ୍ରତିନିଧିତ୍ବ କରି...

ଦାଉ ସାଧିଛି ଅଦିନିଆ ବର୍ଷା: କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ତହସିଲଦାର

ଗଞ୍ଜାମ, ୨୫।୧୨(ବିଦ୍ୟାଧର ସାହୁ): ଗତ କିଛି ଦିନ ଧରି ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ପାଚିଲା ଧାନ ଅମଳ କରି ଘରକୁ ଆଣିବା ସମୟରେ...

ଲାଗି ରହିଛି ଲଘୁଚାପଜନିତ ଲଗାଣ ବର୍ଷା: ବିଲ ଓ ମଣ୍ଡିରେ ଭିଜିଲା ଧାନ

କୋକସରା,୨୫।୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲାରେ ଲଘୁଚାପଜନିତ ବର୍ଷା ମଙ୍ଗଳବାର ରାତିରୁ ଲଗାଣ ବର୍ଷା ଲାଗି ରହିଛି। ବ୍ଲକରେ ମଙ୍ଗଳବାର ରାତିରୁ ବୁଧବାର ସକାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri