Categories: ଖେଳ

ଏହି ଯୁବତୀଙ୍କ ପ୍ରେମରେ ‘କ୍ଲିନ୍‌ ବୋଲ୍ଡ’ ହାର୍ଦ୍ଦିକ ପାଣ୍ଡ୍ୟା!

ନୂଆଦିଲ୍ଲୀ,୧୪।୮: ଭାରତୀୟ ପେସର୍‌ ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ପ୍ରାୟ ଏକ ମାସ ପୂର୍ବରୁ ସେ ତାଙ୍କ ସ୍ତ୍ରୀ ନତାଶା ଷ୍ଟାନକୋଭିକଙ୍କ ଠାରୁ ଅଲଗା ହୋଇଥିଲେ। ଏବେ ହାର୍ଦ୍ଦିକ ଜଣେ ବ୍ରିଟିଶ୍‌ ସିଙ୍ଗରଙ୍କ ପ୍ରେମରେ ଉବୁଟୁବୁ ହେଉଥିବା ଜଣାପଡିଛି। ସେ ବ୍ରିଟିଶ ଗାୟକ ଜସ୍ମିନ ୱାଲିଆଙ୍କୁ ଡେଟ କରୁଥିବା ଚର୍ଚ୍ଚା ହେଉଛି।
ଜସ୍ମିନ ୱାଲିଆ କିଛି ଫଟୋ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିଲେ, ଯେଉଁଥିରେ ତାଙ୍କୁ ଗ୍ରୀସରେ ଦେଖିବାକୁ ମିଳିଥିଲା। ହାର୍ଦ୍ଦିକ ମଧ୍ୟ ତାଙ୍କ ସୋସିଆଲ ମିଡିଆରେ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି। ଭିଡିଓର ବ୍ୟାକ୍‌ଗ୍ରାଉଣ୍ଡ ଜସ୍ମିନଙ୍କ ଫଟୋ ବ୍ୟାକ୍‌ଗ୍ରାଉଣ୍ଡ ସହ ମେଳ ଖାଉଛି। କୁହାଯାଉଛି ଯେ, ହାର୍ଦ୍ଦିକ ଏବଂ ଜସ୍ମିନ ଗ୍ରୀସରେ ଏକାଠି ଛୁଟି କାଟୁଛନ୍ତି। କେବଳ ଏତିକି ନୁହେଁ, ହାର୍ଦ୍ଦିକ ପାଣ୍ଡ୍ୟା ଇନଷ୍ଟାଗ୍ରାମରେ ଜସ୍ମିନ ୱାଲିଆଙ୍କ ଫଟୋ ଲାଇକ୍‌ କରିଛନ୍ତି। ଅବଶ୍ୟ, ଏହା ଆନୁଷ୍ଠାନିକ ଭାବେ ନିଶ୍ଚିତ ହୋଇନାହିଁ।

Share