Categories: ଜାତୀୟ

ବାବା ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ କ୍ଲିନ୍‌ଚିଟ୍‌

ନାଗପୁର,୨୫।୧: ଅନ୍ଧବିଶ୍ୱାସ ବିସ୍ତାର ପ୍ରସଙ୍ଗରେ ନାଗପୁର ପୋଲିସ ବାଗେଶ୍ୱର ଧାମର ପୀଠାଧୀଶ ପଣ୍ଡିତ ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ କ୍ଲିନ୍‌ଚିଟ୍‌ ପ୍ରଦାନ କରିଛି। ନାଗପୁର ପୋଲିସ କହିଛି ଯେ, ମହାରାଷ୍ଟ୍ର ଅନ୍ଧଶ୍ରଦ୍ଧା ନିର୍ମୁଲନ ସମିତିର ଅଭିଯୋଗ ଯାଞ୍ଚ୍‌ କରିବା ପରେ ନାଗପୁର କାର୍ଯ୍ୟକ୍ରମରେ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ବିରୋଧରେ ଅନ୍ଧବିଶ୍ୱାସ ବିସ୍ତାର କରିବାର କୌଣସି ପ୍ରମାଣ ମିଳିନାହିଁ। ତଦନ୍ତ ପରେ ଅନ୍ଧଶ୍ରଦ୍ଧା ନିର୍ମୁଲନ କମିଟିକୁ ମଧ୍ୟ ଏକ ଲିଖିତ ଉତ୍ତର ପଠାଇଛି ପୋଲିସ।
ନାଗପୁର ପୋଲିସ କମିଶନର ଅମିତେଶ କୁମାର ବୁଧବାର କହିଛନ୍ତି, ଧୀରେନ୍ଦ୍ର ଶାସ୍ତ୍ରୀଙ୍କ କାର୍ଯ୍ୟକ୍ରମର ଭିଡିଓ ଯାଞ୍ଚ କରାଯାଇଛି ଏବଂ ନାଗପୁରରେ ତାଙ୍କ କାର୍ଯ୍ୟକ୍ରମରେ କୌଣସି ଅନ୍ଧବିଶ୍ୱାସ ବିସ୍ତାର କରାଯାଇ ନ ଥିବା ଜଣାପଡିଛି।
ଧିରେନ୍ଦ୍ର ଶାସ୍ତ୍ରୀ ନାଗପୁରରେ ରାମକଥା ଆୟୋଜନ କରିଥିଲେ, କିନ୍ତୁ ରାମକଥା ଦୁଇ ଦିନକୁ ହ୍ରାସ କରାଯାଇଥିଲା। ଧୀରେନ୍ଦ୍ର ଶାସ୍ତ୍ରୀ ଏକ କାଗଜରେ ଲୋକଙ୍କ ମନ କଥା ଜଣାଦେଉଥିବା ଦାବି କରିଛନ୍ତି। ଏହା ପରେ ଧିରେନ୍ଦ୍ର ଶାସ୍ତ୍ରୀଙ୍କୁ ମହାରାଷ୍ଟ୍ରର ଅନ୍ଧଶ୍ରଦ୍ଧା ନିର୍ମୁଲନ ସମିତି ଚ୍ୟାଲେଞ୍ଜ କରିଥିଲା। ଅନ୍ଧଶ୍ରଦ୍ଧା ନିର୍ମୁଲନ ସମିତି ଧିରେନ୍ଦ୍ର ଶାସ୍ତ୍ରୀଙ୍କୁ ଏକ ଚ୍ୟାଲେଞ୍ଜ ଦେଇଥିଲା ଧୀରେନ୍ଦ୍ର ଅନ୍ଧବିଶ୍ୱାସ ବିସ୍ତାର କରୁଛନ୍ତି ବୋଲି କମିଟି ଅଭିଯୋଗ କରି ଏକ ମାମଲା ରୁଜୁ କରିଥିଲା।

Share