କ୍ଲିନ୍‌ ଆଣ୍ଡ କ୍ଲିୟରର ନୂତନ ଅଭିଯାନ

ନୂଆଦିଲ୍ଲୀ,୨୪ା୫: ଦେଶର ପ୍ରମୁଖ ସ୍କିନ୍‌କେୟାର ବ୍ରାଣ୍ଡ୍‌ ‘କ୍ଲିନ୍‌ ଆଣ୍ଡ କ୍ଲିୟର’ର ନୂତନ ଅଭିଯାନ ‘ପିମ୍ପଲ ହି ତୋ ହୈ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏହାର ନୂଆ ଡିଜିଟାଲ ଫିଲ୍ମ ମଧ୍ୟ ନିକଟରେ ଉନ୍ମୋଚିତ ହୋଇଯାଇଛି। ବ୍ରାଣ୍ଡ୍‌ର ପ୍ରତିଶ୍ରୁତିକୁ ସୁଦୃଢ଼କରି ଏହି ନୂଆ ଡିଜିଟାଲ ଫିଲ୍ମ କିଶୋରମାନଙ୍କ ବ୍ରଣ ଉପରେ ଏକ ସତେଜ ଦୃଷ୍ଟିକୋଣ ଉପସ୍ଥାପନା କରିଛି, ଯାହା କିଶୋରୀ ଝିଅମାନଙ୍କୁ ଅପ୍ରତ୍ୟାଶିତ ଘଟଣାଗୁଡ଼ିକୁ ଗ୍ରହଣ କରିବା ପାଇଁ ସଶକ୍ତ କରିବା ସହ ସେମାନଙ୍କୁ ଜୀବନରେ ଗୁରୁତ୍ୱ ବହନ କରୁଥିବା ବିଷୟଗୁଡିକ ଉପରେ ଧ୍ୟାନଦେବା ପାଇଁ ପ୍ରୋତ୍ସାହିତ କରୁଛି।

ଏହି ନୂଆ ଡିଜିଟାଲ କ୍ୟାମ୍ପେନ ବିଶେଷକରି କିଶୋରୀଙ୍କ ଜୀବନରେ ବ୍ରଣ ସହ ଜଡ଼ିତ ଥିବା ଡ୍ରାମାକୁ ବିସ୍ତୃତ ଭାବେ ଆଲୋକପାତ କରିଛି। ସେହିଭଳି ନୂଆ କ୍ୟାମ୍ପେନ ନୂଆ ଓ ଉନ୍ନତ କ୍ଲିନ୍‌ ଆଣ୍ଡ କ୍ଲିୟର ଫୋମିଂ ଫେସ୍‌ୱାଶକୁ ଆଲୋକିତ କରିଛି, ଯାହା କେବଳ ଏକ ସପ୍ତାହ ମଧ୍ୟରେ ବ୍ରଣ ହ୍ରାସ କରିବା ପାଇଁ ଡାକ୍ତରୀ ରୂପେ ପ୍ରମାଣିତ ଏବଂ ଏହା କିଶୋର-କିଶୋରୀମାନଙ୍କୁ ନିଜର ବ୍ରଣ ଚିନ୍ତାକୁ ଉତ୍ତମ ଭାବେ ନିୟନ୍ତ୍ରଣ କରିବା ପାଇଁ ସକ୍ଷମ କରୁଛି।

ଏ ସମ୍ପର୍କରେ ଏସେନ୍ସିଆଲ ହେଲ୍‌ଥ ଆଣ୍ଡ ସ୍କିନ୍‌ ହେଲ୍‌ଥ, କେନଭ୍ୟୁର ମାର୍କେଟିଂ ବିଭାଗର ଉପାଧ୍ୟକ୍ଷ ଓ ବିଜ୍‌ନେସ ୟୁନିଟ୍‌ ମୁଖ୍ୟ ମନୋଜ ଗଡ୍‌ଗିଲ କହିଛନ୍ତି, ଲକ୍ଷ ଲକ୍ଷ ଝିଅଙ୍କ ଦ୍ୱାରା ବିଶ୍ୱାସ କରାଯାଉଥିବା ଏକ ଅଗ୍ରଣୀ ଟିନ୍‌ ସ୍କିନ୍‌କେୟାର ବ୍ରାଣ୍ଡ୍‌ ଭାବେ କ୍ଲିନ୍‌ ଆଣ୍ଡ କ୍ଲିୟର କିଶୋରୀଙ୍କ ଜୀବନ ଓ ସେମାନଙ୍କ ତ୍ୱଚାରୁ ଏଭଳି ଛୋଟ ଛୋଟ ବ୍ୟାଘାତଗୁଡିକୁ ଦୂର କରିବାରେ ବିଶ୍ୱାସ ରଖିଥାଏ। ଫଳରେ ସେମାନେ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡିକ ଉପରେ ଧ୍ୟାନ ଦେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ରେକର୍ଡ ଭାଙ୍ଗିଲା ଏପ୍ରିଲ ତାତି

ଭୁବନେଶ୍ୱର,୨୩ା୪(ଅନୁରାଧା ମହାରଣା):ଦିନକୁ ଦିନ ରାଜ୍ୟରେ ତାପମାତ୍ରା ବଢ଼ୁଥିବାବେଳେ ମଙ୍ଗଳବାର ପୂର୍ବର ସବୁ ରେକର୍ଡ ଭାଙ୍ଗିଛି। ଝାରସୁଗୁଡା ଏପ୍ରିଲ ମାସର ତାତିରେ ସର୍ବକାଳୀନ ରେକର୍ଡ କରିଛି। ୧୯୫୩...

ପହଲଗାମ ପରେ ଟାର୍ଗେଟ୍‌ରେ ଉରି: ଆତଙ୍କବାଦୀ ନିପାତ

ଶ୍ରୀନଗର,୨୩।୪:ଜମ୍ମୁ କଶ୍ମୀରର ପହଲଗାମ ପରେ ଉରି ଆତଙ୍କବାଦୀଙ୍କ ଟାର୍ଗେଟରେ ଥିଲା। କିନ୍ତୁ ସେନା ଆତଙ୍କବାଦୀଙ୍କ ଉଦ୍ୟମକୁ ପଣ୍ଡ କରିଦେଇଛି। ବୁଧବାର ସେନା ଅନୁପ୍ରବେଶ କରିବାକୁ ଚେଷ୍ଟା...

ସାନଭାଇ ବାହାଘର ଦିନ ବଡ଼ଭାଇଙ୍କ ଆତ୍ମହତ୍ୟା

ବଡ଼ଗାଁ,୨୩।୪(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ ଏକମା ନିକଟ ଲାଲମଟିଆ ଗ୍ରାମରେ ଜଣେ ବ୍ୟକ୍ତି ତାଙ୍କ ସାନଭାଇଙ୍କ ବାହାଘର ଦିନ ଆତ୍ମହତ୍ୟା କରିଛନ୍ତି।...

ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର: ନାବାଳକଙ୍କ ସମେତ ୩ ଅଟକ

ସୁନ୍ଦରଗଡ଼,୨୩ା୪(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ଆଦିବାସୀ ନାବାଳିକା(୧୫)ଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ...

ପୋଖରୀରୁ ବୃଦ୍ଧାଙ୍କ ଗଳିତ ମୃତଦେହ ଜବତ, ହତ୍ୟା ସନ୍ଦେହ

ନୂଆପଡ଼ା/କୋମନା,୨୩ା୪ (ମକାରୁ ବେମାଲ/ସୋବିନ ଛତ୍ରିଆ): ନୂଆପଡ଼ା ଜିଲା କୋମନା ଥାନା ଟିକ୍ରାପଡ଼ା ଗାଁ ବଡ଼ବନ୍ଧ ପୋଖରୀରୁ ମଙ୍ଗଳବାର ପୋଲିସ ଜଣେ ବୃଦ୍ଧାଙ୍କ ଗଳିତ ମୃତଦେହ ଜବତ...

ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରିତାରେ ବିଳମ୍ବ ଜମି ଜଙ୍ଗଲମୁକ୍ତି ଆନ୍ଦୋଳନ କମିଟିର ଧାରଣା ଚେତାବନୀ

ନୂଆପଡ଼ା,୨୩ା୪ (ମକାରୁ ବେମାଲ)-ଜଙ୍ଗଲ ଅଧିକାର ଆଇନ ୨୦୦୬ ଓ ସଂଶୋଧିତ ଆଇନ ୨୦୧୨ କାର୍ଯ୍ୟକାରିତାରେ ପ୍ରଶାସନର ଅହେତୁକ ବିଳମ୍ବ ସାଙ୍ଗକୁ ପଟ୍ଟା ପ୍ରଦାନରେ ସ୍ବଚ୍ଛତା ରହୁ...

ଉପତ୍ୟକାକୁ ଫେରିଲା ଆତଙ୍କବାଦ: ଆଜି କଶ୍ମୀର ବନ୍ଦ

ଶ୍ରୀନଗର/ପହଲଗାମ୍‌,୨୩।୪:ଜମ୍ମୁ-କଶ୍ମୀରର ପହଲଗାମ୍‌ରେ ମଙ୍ଗଳବାର ଅପରାହ୍ନରେ ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ଓଡ଼ିଆଙ୍କ ସମେତ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିବା ସହ ଅନେକ ଆହତ ହୋଇଛନ୍ତି। ମୃତକଙ୍କ...

ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସୁନିଶ୍ଚିତ କର:ଜିଲା ବିକାଶ ସମନ୍ବୟ-ତଦାରଖ କମିଟି ବୈଠକରେ ନିର୍ଦ୍ଦେଶ

ବରଗଡ,୨୩।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଶନିବାର ଜିଲା ବିକାଶ ସମନ୍ବୟ ଏବଂ ମନିଟରିଂ କମିଟି ଦିଶାର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image