Categories: ଜାତୀୟ

ସ୍ବଚ୍ଛ ଇନ୍ଧନ ବ୍ୟବହାର ତାଲିକା, ମହାରାଷ୍ଟ୍ର ପ୍ରଥମ ସ୍ଥାନରେ…

ନୂଆଦିଲ୍ଲୀ, ୮।୬ : ଦେଶରେ ମେ ୨୦୧୬ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରିବ ଲୋକଙ୍କ ପାଇଁ ଉଜ୍ୱଳା ଯୋଜନା ଆରମ୍ଭ କରିଥିଲେ। କିନ୍ତୁ ସମୟ ସହିତ, ଏହି ଯୋଜନା ଦ୍ୱାରା ଉପକୃତ ହୋଇଥିବା ହିତାଧିକାରୀମାନେ ସିଲିଣ୍ଡର ଆଉ ଭର୍ତ୍ତି କରୁନାହାଁନ୍ତି। କାରଣ ସିଲିଣ୍ଡରର ମୂଲ୍ୟ ଆକାଶ ଛୁଆଁ ହେବାରେ ଲାଗିଛି।

ମୁଦ୍ରାସ୍ଫୀତିର ବୃଦ୍ଧି ଏବଂ ସିଲିଣ୍ଡରର କମ ବ୍ୟବହାରକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୨୦୨୨ ମେ ୨୧ରେ ଉଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ଏଲପିଜି ସିଲିଣ୍ଡର ଉପରେ ୨୦୦ ଟଙ୍କା ସବସିଡି ଘୋଷଣା କରିଛନ୍ତି। ଏହି ଘୋଷଣା ପରଠାରୁ ବନ୍ଦ ହୋଇଯାଇଥିବା ଉଜ୍ୱଳା ଯୋଜନାର ସିଲିଣ୍ଡର ବୁକିଂରେ ସାମାନ୍ୟ ବୃଦ୍ଧି ଘଟିଛି। ବର୍ତ୍ତମାନ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୦୧୦ ଟଙ୍କା ରହିଛି। ଦାମ ବଢ଼ିବା ଯୋଗୁ ଉଜ୍ୱଳା ଯୋଜନାର ହିତାଧିକାରୀ ସିଲିଣ୍ଡର କିଣିବାକୁ ଅମଙ୍ଗ ହେଉଛନ୍ତି।

କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ସ୍ବଚ୍ଛ ଇନ୍ଧନ ତାଲିକାରେ ମହାରାଷ୍ଟ୍ର ପ୍ରଥମ ସ୍ଥାନରେ ରହିଛି। ମହାରାଷ୍ଟ୍ରରେ ୭୯.୭ ପ୍ରତିଶତ ସ୍ବଚ୍ଛ ଇନ୍ଧନ ବ୍ୟବହାର କରାଯାଉଛି। ଏହା ପରେ ଦ୍ୱିତୀୟ ସ୍ଥାନରେ କର୍ଣ୍ଣାଟକ ରହିଛି। ସେହିପରି ତୃତୀୟ ସ୍ଥାନରେ ସିକିମ୍‌ ରହିଛି। ଏଠାରେ ୭୮.୪ ପ୍ରତିଶତ ସ୍ବଚ୍ଛ ଇନ୍ଧନ ବ୍ୟବହାର କରାଯାଉଛି। ସେହିପୀି ପୟ୍ଜାବରେ ୭୬.୭ ପ୍ରତିଶତ, କେରଳରେ ୭୨.୧ ପ୍ରତିଶତ, ମଣିପୁରରେ ୭୦.୪ ପ୍ରତିଶତ ସ୍ବଚ୍ଛ ଇନ୍ଧନ ବ୍ୟବହାର କରାଯାଉଛି। ସେହିପରି ପଶ୍ଚିମବଙ୍ଗରେ ୪୦.୨, ରାଜସ୍ଥାନରେ ୪୧.୪ ଆସାମରେ ୪୨.୧, ଉତ୍ତରପ୍ରଦେଶରେ ୪୯.୫, ହିମାଚଳ ପ୍ରଦେଶରେ ୫୧.୭, ଉତ୍ତରାଖଣ୍ଡରେ ୫୯.୨ ଏବଂ ହରିୟାଣାରେ ୫୯.୫ ପ୍ରତିଶତ ସ୍ବଚ୍ଛ ଇନ୍ଧନ ବ୍ୟବହାର କରାଯାଉଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛ

Share