Categories: ଖେଳ

ଭାରତର କ୍ଲିନ ସୁଇପ୍‌, ୩ରୁ ୩ ଜିତିଲା, କୋନଓ୍ବେଙ୍କ ଲଢୁଆ ବ୍ୟାଟିଂ ସତ୍ତ୍ୱେ ପୁଣି ହାରିଲା ନ୍ୟୁଜିଲାଣ୍ଡ…

ଇନ୍ଦୋର,୨୪।୧ : ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଅର୍ନ୍ତଜାତୀୟ ଏକଦିବସୀୟ ସିରିଜରେ ଇନ୍ଦୋରର ହୋଲକାର କ୍ରିକେଟ ଷ୍ଟାଡିୟମରେ ଖେଳା ଯାଇଥିବା ତୃତୀୟ ମ୍ୟାଚକୁ ଜିତିଛି। ନ୍ୟୁଜିଲାଣ୍ଡ ଅଧିନାୟକ ଟମ୍‌ ଲାନ୍ଥାମ ଟସ ଜିତିବା ପରେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ବ୍ୟାଟିଂ କରି ଟିମ୍‌ ଇଣ୍ଡିଆ ବିଶାଳ ସ୍କୋର କରି କ୍ଲିନ ସୁଇପ୍‌ କରି ୩ ଟିକିଆ ଏକଦିବସୀୟ ସିରିଜରୁ ୩ରୁ ୩ ମ୍ୟାଚ ସହଜରେ ଜିତିଛି।

୫୦ ଓଭରରେ ଭାରତ ୯ ଓ୍ବିକେଟ ହରାଇ ୩୮୫ ରନ କରିଥିଲା। ଫଳରେ ନ୍ୟୁଜିଲାଣ୍ଡ ପାଇଁ ବିଜୟ ଲକ୍ଷ୍ୟ ୩୮୬ ରନ ରହିଥିଲା।

ଭାରତ ପକ୍ଷରୁ ରୋହିତ ଶର୍ମା ୮୫ ବଲରେ ୧୦୧, ଶୂଭମାନ ଗିଲ୍‌ ୭୮ ବଲରେ ୧୧୨, ହାର୍ଦ୍ଦିକ ପାଣ୍ଡ୍ୟା ୩୮ ବଲରେ ୫୪ ରନ୍‌ କରିଥିଲେ।

ତେବେ ନ୍ୟୁଜିଲାଣ୍ଡ ଦଳ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଧାର୍ଯ୍ୟ ଲକ୍ଷ୍ୟର ପିଛା କରି ନ୍ୟୁଜିଲାଣ୍ଡ ଦଳ ୪୧.୨ ଓଭରରେ ୧୦ ଓ୍ବିକେଟ ହରାଇ ୨୯୫ରନ୍‌ କରିଥିଲା। ନ୍ୟୁଜିଲାଣ୍ଡ ଅଧିନାୟକ ଟମ ଲାଥାମଙ୍କ ଦଳ ଭାରତୀୟ ବୋଲରଙ୍କ ସମ୍ମୁଖୀନ ହୋଇ ପାରି ନ ଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଡେଭୋନ କୋନଓ୍ବେ ଲଢୁଆ ବ୍ୟାଟିଂ ସତ୍ତ୍ୱେ ଦଳ ପୁଣି ହାରିଛି। କୋନଓ୍ବେ ୧୦୦ ବଲରୁ ୧୩୮ ରନ୍‌ ସଂଗ୍ରହ କରିଥିଲେ। ସେହିପରି ୪୦ ହେନେରୀ ନିକୋଲ୍ସ ବଲରୁ ୪୨ ରନ୍‌, ମିଚେଲ ସାନ୍ଥେର ୨୯ ବଲରୁ ୩୭ ରନ୍‌, ଡାରିୟଲ ମିଚେଲ ୩୧ ବଲରୁ ୨୪ ରନ୍‌ କରିଥିଲେ।

Share