ସ୍ବଚ୍ଛତା ଓ ଆମ ସହର

ଚ୍ଛତାକୁ ନେଇ ଅନେକ ଉତ୍ସାହଜନକ କାର୍ଯ୍ୟକ୍ରମ ଚାଲୁଛି। ତେବେ ସ୍ବଚ୍ଛତା ଓ ଆମ ସହରକୁ ନେଇ ଆଲୋଚନା କରିବା ବେଳେ ପ୍ରଥମେ ପ୍ରାଥମିକ ସ୍ତରରୁ ତଥା ପ୍ରାଥମିକ ବିଦ୍ୟାଳୟରୁ ଆରମ୍ଭ କରିବା ଭଲ ହେବ। ସରକାରଙ୍କ ତରଫରୁ ବିଦ୍ୟାଳୟର ସ୍ବଚ୍ଛତାକୁ ନେଇ ଅନେକ କାର୍ଯ୍ୟକ୍ରମ କରାଯାଇଛି। ଏହି ପରିପ୍ରେକ୍ଷୀରେ ୟୁନିସେଫ୍‌ ଓ ଭାରତ ଜ୍ଞାନ ବିଜ୍ଞାନ ସମିତି ମିଳିତ ଉଦ୍ୟମରେ ସରକାରୀ ବିଦ୍ୟାଳୟ ସ୍ତରରେ ସ୍ବଚ୍ଛତାକୁ ନେଇ ୱାଶ୍‌ ଇନ୍‌ ସ୍କୁଲ ନାମରେ ଏକ କାର୍ଯ୍ୟକ୍ରମ ଚାଲୁଥିଲା। ଏହି କାର୍ଯ୍ୟକ୍ରମ ଅନୁସାରେ ପ୍ରତ୍ୟେକ ସ୍କୁଲର ସ୍ବଚ୍ଛତା ତଥା ଶିଶୁମାନଙ୍କର ବିଦ୍ୟାଳୟ ପରିବେଶରେ ଆବଶ୍ୟକତାକୁ ନେଇ ସ୍ବଚ୍ଛତା ଆକ୍ସନ ପ୍ଲାନ୍‌ ବା ଯୋଜନା କରାଯାଇ ସ୍ବଚ୍ଛତାକୁ ନେଇ ମାନଦଣ୍ଡଗୁଡ଼ିକର ନିର୍ଣ୍ଣୟ ଆଧାର କରାଯାଇଥାଏ। ଏହି ସ୍ବଚ୍ଛତା ଆକ୍ସନ ପ୍ଲାନ୍‌କୁ ଅନେକ ବିଦ୍ୟାଳୟ କାର୍ଯ୍ୟକାରୀ କରିବା ପାଇଁ ପ୍ରୟାସ କରିଛନ୍ତି, ସଫଳତାର ସହ କାର୍ଯ୍ୟକାରୀ କରିଛନ୍ତି ଏବଂ କେତେକ କ୍ଷେତ୍ରରେ ଅନ୍ୟମାନଙ୍କଠାରୁ ପ୍ରଶଂସା ପାଇଛନ୍ତି। ଏହିଭଳି କ୍ଷେତ୍ରରେ ଏହି ଲେଖକ ମଧ୍ୟ କେତେକ ବିଦ୍ୟାଳୟ ଦେଖିଛି, ଯେଉଁଠି କି ଶିକ୍ଷକଗୋଷ୍ଠୀ ନିଜର ଇଚ୍ଛାଶକ୍ତି ଓ ଆଗ୍ରହ ହେତୁ ସଫଳ ହୋଇଛନ୍ତି ଏବଂ ଅନେକ ପ୍ରଶଂସିତ ହୋଇଛନ୍ତି। ସ୍ବଚ୍ଛତାକୁ ନେଇ ପ୍ରଶଂସିତ ହୋଇଥିବା ପରବର୍ତ୍ତୀ ସମୟରେ ଅର୍ଥରାଶି ମଧ୍ୟ ଏହି ବିଦ୍ୟାଳୟଗୁଡ଼ିକୁ ଜିଲା କିମ୍ବା ରାଜ୍ୟ ତରଫରୁ ଅର୍ଥ ରାଶି ଯୋଗାଇ ଦିଆଯାଇଛି। ପାଇଖାନାର ଉପଯୋଗୀ ଓ ପାଣି ବ୍ୟବସ୍ଥା, ହାତଧୁଆ, ପାଣିଟାଙ୍କି ତଥା ଅନେକ କିଛି ମାନଦଣ୍ଡ ରହିଛି।
ଏଥିରେ ଶିଶୁଙ୍କୁ ସ୍ବଚ୍ଛତା ଅଭ୍ୟାସ କରାଇବା ପାଇଁ ପ୍ରେରଣାଦାୟକ ସୁବିଧାଗୁଡ଼ିକ ରହିଛି।
ଗାଁ ହେଉ କି ସହର, ପ୍ରତିଦିନ ଶହ ଶହ କୁଇଣ୍ଟାଲ ଆବର୍ଜନା ବାହାରୁଛି। ବର୍ତ୍ତମାନର ସମାଜରେ ପ୍ଳାଷ୍ଟିକ୍‌ର ବହୁଳ ବ୍ୟବହାର, ପ୍ୟାକିଂ ବ୍ୟବସ୍ଥା,ଦୋକାନ ବଜାରରୁ ଆବର୍ଜନା ବାହାରିବା, ଡାକ୍ତରଖାନାର ଆବର୍ଜନା କିମ୍ବା ଅନ୍ୟ କୌଣସି କାରଣରୁ ଅନେକ ପରିମାଣରେ ଆବର୍ଜନା ବାହାରୁଛି। ସରକାରଙ୍କ ତରଫରୁ ପ୍ରତିଦିନ ଗାଡ଼ି ଆସି ଘରୁ ସଂଗ୍ରହ କରିବା ପାଇଁ ବ୍ୟବସ୍ଥା ରହିଛି। କିନ୍ତୁ ଅନେକ କ୍ଷେତ୍ରରେ ଜନସାଧାରଣ ଏହାକୁ ସହଯୋଗ କରୁଥିବା ବେଳେ କେତେକ କ୍ଷେତ୍ରରେ କରୁନାହାନ୍ତି। ଏହାର କାରଣ ହେଲା ଆମର ମାନସିକତା। ସାଧାରଣତଃ ଓଡ଼ିଆମାନଙ୍କ ଅଭ୍ୟାସ ଯେ, ଭୋରରୁ ଘରର ମଇଳା ଓ ଆବର୍ଜନା ସଫା କରିବା। ଓଳିଆ ଗାଡ଼ି ଯଦି ଆସିବା ପୂର୍ବରୁ ଅଳିଆ ନେଇ ସାହି ଛକ, ନାଳ କିମ୍ବା ଅନ୍ୟ କାହା ଦାଣ୍ଡରେ ନେଇ ସଅଳ ସଅଳ କାମ ସାରିଦିଅନ୍ତି! ଏହି ଲେଖକ ଏହିଭଳି କିଛି ସମସ୍ୟାର ଭୁକ୍ତଭୋଗୀ। ଘର ଆଗରେ ମଧ୍ୟ ଏହିଭଳି ନିତିିଦିନ ସମସ୍ୟା ଦେଖାଦେଇଥାଏ। ଭୋରରୁ ତାଙ୍କ ଦାଣ୍ଡ ମୁହଁରେ ଆଣି ଅନେକେ ଓଳିଆ ପକାଇ ପଳାନ୍ତି ଏବଂ ସ୍ବଚ୍ଛତା ଗାଡ଼ି ଆସିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତି ନାହିଁ।
ସ୍ବଚ୍ଛତାର ଅନ୍ୟ ଏକ ସମସ୍ୟା ହେଲା ସହରାଞ୍ଚଳ ହେଉ କିମ୍ବା ଗ୍ରାମାଞ୍ଚଳରେ ସହର ମୁଣ୍ଡରେ ନେଇ ଓଳିଆ ଗଦା କରିବା। ପଂଚାୟତ ତରଫରୁ ହେଉ କିମ୍ବା ସହରାଞ୍ଚଳ, ନଦୀ କୂଳ ହେଉ, ଗାଁ ମୁଣ୍ଡ ହେଉ, ସେଠାରେ ଓଳିଆ ପକାନ୍ତି। ଫଳରେ ଗାଁ ମୁଣ୍ଡରେ କିମ୍ବା ସହର ମୁଣ୍ଡରେ ପସିବାବେଳେ ଏହାର ଦୁର୍ଗନ୍ଧରେ ନାକ ଫାଠି ପଡ଼ିଥାଏ। ଜଣେ ସଚେତନ ନାଗରିକ ଯଦି ଏହାକୁ ଅଧ୍ୟୟନ କରେ, ତେବେ ଏହାକୁ ଅନୁଭବ କରିବ। ବଡ଼କଥା ହେଲା, ସହର ହେଉ କି ଗ୍ରାମଞ୍ଚଳ ସେଠାରେ ଯେଉଁ ସ୍ବଚ୍ଛ ପୋଖରୀଗୁଡ଼ିକ ଥିଲା। ଏବେ ତାହାର ଅବସ୍ଥା ବେଶ୍‌ ସଙ୍କଟାପନ୍ନ ଓ ପ୍ରଦୂଷିତ। ଅନେକ ପୋଖରୀକୁ ପୋତି ଦିଆଗଲାଣି କିମ୍ବା ଓଳିଆ ପକାଇ ଆବର୍ଜନାମୟ କରିଦିଆଗଲାଣି। କେଉଁଠି ଦୂଷିତ ପାଣି ପୋଖରୀରେ ପଶୁଛି। ଜଳାଶୟଗୁଡ଼ିକ ବ୍ୟବହାରଯୋଗ୍ୟ ହୋଇ ରହିନାହିଁ।
ଅନ୍ୟ ଏକ ବଡ଼ ସମସ୍ୟା ହେଲା, ଯେଉଁଠି ସହରାଞ୍ଚଳର କିଛି ଖାଲ ଜାଗା ରହିଛି, ସେଠାରେ ଓଷଧୀୟ ଗଛ ରହୁଥିଲା, ଜଳାଶ୍ରୟ ରହୁଥିଲା, ସେଗୁଡ଼ିକ ବର୍ତ୍ତମାନ ଡମ୍ପିଂ ୟାର୍ଡ ବା ଆର୍ବଜନା କେନ୍ଦ୍ର ପାଲଟିିଛି! ରାୟଗଡ଼ା ସହରରେ ଦେଖୁଥିଲେ, ପ୍ରସିଦ୍ଧ ମଝିଘରିଆଣୀ ମନ୍ଦିର ନିକଟରେ ଖାଲ ଅଞ୍ଚଳ ଥିଲା, ସେଠାରେ ଜଳାଶୟ ରହୁଥିଲା ଏବଂ ଭୂଜଳ ସ୍ତରକୁ ସଂରକ୍ଷଣ କରିବା ନିମନ୍ତେ ବେଶ୍‌ ପ୍ରଭାବ ପକାଇଥାଏ। କିନ୍ତୁ ବର୍ତ୍ତମାନ ଏହାକୁ ସହରାଞ୍ଚଳର ସମସ୍ତ ଆବଜର୍ର୍ନାକୁ ଏଠାରେ ପକାଯାଉଛି। ଏହାଦ୍ୱାରା ରାୟଗଡ଼ା ସହରର ଭୂଜଳ ପ୍ରଦୂଷିତ ହେବାର ଅନେକ ଆଶଙ୍କା ପ୍ରକାଶ ପାଉଛି। ଏହାକୁ ନେଇ କେହି ଆଲୋଚନା କରନ୍ତି ନାହିଁ କିମ୍ବା ଗଣମାଧ୍ୟମର ମଧ୍ୟ ଏଥିପ୍ରତି ନଜର ନାହିଁ। କୌଣସି ଏକାଡେମିକ୍‌ ଅନୁଷ୍ଠାନ ବା ନାଗରିକ ଗୋଷ୍ଠୀ ମଧ୍ୟ ଏହା ସମ୍ପର୍କରେ ତର୍କବିତର୍କ କରୁନାହାନ୍ତି। ଓଡ଼ିଶାର ଆହୁରି ଅନେକ ସହର ଆଜିର ଦିନରେ ପ୍ରଦୂଷିତ ଏବଂ ଏପରିକି ଅନେକ ସହରର ବାୟୁରେ ପ୍ରଦୂଷଣର ମାତ୍ରା ବଢ଼ିଚାଲିଛି ଏବଂ ସ୍ବାସ୍ଥ୍ୟ ଉପରେ ଏହାର ବେଶ୍‌ କୁପ୍ରଭାବ ପଡ଼ୁଛି। ଜଳ, ବାୟ, ପରିବେଶ ସବୁକ୍ଷେତ୍ରରେ ପ୍ରଦୂଷଣ ବଢ଼ି ବଢ଼ି ଚାଲିଛି।
କିଛିଦିନ ତଳେ ଦଳେ ଯୁବବର୍ଗ ଏବଂ ତାଙ୍କର ଅଧ୍ୟାପକଙ୍କ ଏକ ଉଚ୍ଚ ପଦସ୍ଥ ଅଫିସରଙ୍କ ଘର ଆଗ ବଜାରରେ ପିଲାମାନେ ସଫା କରିବା ପାଇଁ ଆକର୍ଷଣୀୟ ପୋଷାକ ପିନ୍ଧି ସୁନ୍ଦର ସୁନ୍ଦର ଝାଡ଼ୁ, ଯାହାକି ଆଜିକାଲିର ବିଜ୍ଞାପନରେ ଦେଖାଯାଉଛି, ତାହାକୁ ଧରି ସଫା କରିବାକୁ ବାହାରିଥିଲେ। ଏହା ଦେଖି ମୁଁ ଅନୁମାନ କଲି, କେବଳ ବିଜ୍ଞାପନ ପାଇଁ! ଅନେକ ସମୟରେ ସ୍ବଚ୍ଛତାକୁ ନେଇ ଯେଉଁ ପ୍ରଚାରପ୍ରସାର ଚାଲିଛି, ଜଣେ ଯଦି ଅନୁଭବ କରିବ, ତେବେ ସେ ଭାବିବ ଯେ ଏହା କେବଳ ନିଜର ବିଜ୍ଞାପନ ପାଇଁ! କିନ୍ତୁ ଅଭ୍ୟାସରେ ପରିଣତ କରିବା କେତେ କଷ୍ଟକର ହେଲେ ମଧ୍ୟ ତାହାକୁ ଆମକୁ ଅଭ୍ୟାସରେ ପରିଣତ କରିବା ପାଇଁ ପ୍ରୟାସ କରିବାକୁ ପଡ଼ିବ।
ଗାନ୍ଧିଜୀ ହୁଅନ୍ତୁ କି ବିନୋବା ଭାବେ କିମ୍ବା ଓଡ଼ିଶାରେ ତାଙ୍କର ଅନୁଗାମୀ ଯଥା ଅନ୍ନପୂର୍ଣ୍ଣା ମହାରଣା, ଶାନ୍ତିଦେବୀ , ରମାଦେବୀ, ଗୋପବନ୍ଧୁ ଚୌଧୁରୀ ହୁଅନ୍ତୁ କିମ୍ବା ଅନେକ ବ୍ୟକ୍ତିବିଶେଷ ଅଛନ୍ତି ଓ ଅନୁଷ୍ଠାନ ଅଛନ୍ତି , ଯେଉଁମାନେ ସ୍ବଚ୍ଛତାକୁ ନେଇ ଅଭ୍ୟାସ ଓ ଜୀବନରେ ଶୃଙ୍ଖଳା ଜାରି ରଖିଆସିଥିଲେ। ବର୍ତ୍ତମାନ ମଧ୍ୟ ଅନେକେ ଅଛନ୍ତିି ଯେଉଁମାନେ ରାସ୍ତା ତିଆରି କରି ଅନ୍ୟମାନଙ୍କ ବାଟ ଚାଲିବାର ପନ୍ଥା ଦେଖାନ୍ତି। ସେମାନେ ଅନ୍ୟମାନଙ୍କୁ ଅନୁସରଣ କରନ୍ତି ନାହିଁ, ନିଜେ ରାସ୍ତା କରନ୍ତି। ବର୍ତ୍ତମାନ ସ୍ଥିତିରେ ସ୍ବଚ୍ଛତାକୁ ନେଇ ନିଜେ ଅଭ୍ୟାସରେ ପରିଣତ କରିବା ସହ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବାର ଆବଶ୍ୟକତା ରହିଛି।
ବିଦ୍ୟାଳୟରେ ଅନେକ କାର୍ଯ୍ୟକ୍ରମ ରହୁଛି ଯାହାକୁ ଶିଶୁଟି ତାହାର ସ୍ବଚ୍ଛତାକୁ ନେଇ ଅଭ୍ୟାସ କରୁଛି। କିନ୍ତୁ ସ୍ବଚ୍ଛତା ସହ ପ୍ରଦୂଷଣର ସମ୍ପର୍କ ରହୁଛି। ଆମେ ଯେତେ ସ୍ବଚ୍ଛ ରହିବା, ପରିବେଶକୁ ଧ୍ୱଂସକରିବାରୁ ରକ୍ଷା କରିବା ପାଇଁ ପ୍ର୍ରୟାସ କରିବା, ଘରରୁ ହିଁ ସ୍ବଚ୍ଛତାର ଅଭ୍ୟାସ ଆରମ୍ଭ କରିବା, ପରିବେଶକୁ ସୁରକ୍ଷା ଯୋଗାଇବା, ତେବେ ପୃଥିବୀ ବଞ୍ଚିରହିବ ଏବଂ ପରବର୍ତ୍ତୀ ପିଢ଼ି ଆମକୁ ମନେରଖିବେ।

ଲୋକନାଥ ପଣ୍ଡା
ରାଣୀଗୁଡ଼ା, ରାୟଗଡ଼ା
ମୋ: ୯୪୩୮୦୮୧୪୩୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଉତ୍ତରପ୍ରଦେଶ ସମ୍ବଲ ଜିଲାର ଜୀବନରେଖା ହେଉଛି ସୋତ୍‌ ନଦୀ। ଏହା ଜବରଦଖଲ ଯୋଗୁ ବହୁ ଦଶନ୍ଧି ହେଲା ଏଥିରେ ଜଳପ୍ରବାହ ବାଧାପ୍ରାପ୍ତ ହୋଇଥିଲା। ହେଲେ ସମ୍ବଲର...

ଭାଗବତର ଆହ୍ବାନ

ଗୋ ଶ୍ରୀମଦ୍‌ ଭାଗବତର ସ୍ଥାନ ଓ ଆହ୍ବାନ ବିଚାର୍ଯ୍ୟ। ଭାରତୀୟ ପ୍ରଜ୍ଞାମାନସ ବେଦରୂପୀ କଳ୍ପବୃକ୍ଷର ପରିପକ୍ୱ ସୁମିଷ୍ଟ ଫଳ ‘ଭାଗବତ’ ମୁକ୍ତିମାର୍ଗର ସୋପାନ। ଭଗବାନଙ୍କ ସାକ୍ଷାତ...

ଜଳବାୟୁ ପରିବର୍ତ୍ତନର ସ୍ବାସ୍ଥ୍ୟଗତ ପ୍ରଭାବ

ବନାଗ୍ନି ପ୍ରଭାବରେ ଆକାଶ ଲାଲ ଦିଶୁଛି ଓ ବାୟୁମଣ୍ଡଳରେ ଧୂଳିଧୂଆଁ ଭର୍ତ୍ତି ହୋଇଯାଉଛି। ଏଭଳି ସ୍ଥିତି ଏବେ ଅଷ୍ଟ୍ରେଲିଆ, କାଲିଫର୍ନିଆ, ଆମାଜନ୍‌ ଏବଂ ଅନ୍ୟାନ୍ୟ ସ୍ଥାନରେ...

ଏଇ ଭାରତରେ

୧୪ ବର୍ଷ ବୟସରେ ବାହା ହୋଇଥିଲେ ତାଙ୍କଠାରୁ ତିନିଗୁଣ ଅଧିକ ବୟସର ବ୍ୟକ୍ତିଙ୍କୁ। ସେ ମା’ ହେଲେ ୧୫ ବର୍ଷରେ। ବାଲ୍ୟ ବିବାହର ଯନ୍ତ୍ରଣାକୁ ଅତି...

ଇଜ୍ଜତର ସ୍ଥାନ ନିରୂପଣ

ବଞ୍ଚତ୍ବାର ମାନଦଣ୍ଡକୁ ବିଶ୍ଳେଷଣ କଲେ ସମ୍ମାନ ଓ ସାଭିମାନ ବା ଇଜ୍ଜତର ସହ ବଞ୍ଚତ୍ବାର ଅଧିକାର ମଣିଷକୁ ଅନେକ ନୈତିକ ମୂଲ୍ୟବୋଧକୁ ତର୍ଜମା କରିବାକୁ ଶିକ୍ଷା...

ନୀରବ ସାକ୍ଷୀ

ଅନୀତା ପଟ୍ଟନାୟକ ଗୁଡ଼ାଏ ବଗୁଲିଆ ପିଲା ପୁରୁଣା ସାଇକେଲ ଟାୟାରରେ ଗଁାରେ ନୂଆ ନୂଆ ତିଆରି ହୋଇଥିବା ବିଜୁଳିବତି ଖୁଣ୍ଟ ତଳେ ନିଅଁା ଲଗାଉଥିଲେ। ମୁଁ...

ପୁରାଣ, ଇତିହାସ ଓ ଭାରତ

ଭାରତରେ ଇତିହାସ ଓ ପୁରାଣ ଶବ୍ଦ ୨୫୦୦ ବର୍ଷ ଧରି ବ୍ୟବହୃତ ହୋଇ ଆସିଛି। ଅନେକ ଅନୁମାନ କରନ୍ତି ଯେ, ଇତିହାସ ଏବଂ ପୁରାଣ ମଧ୍ୟରେ...

ମହାଳୟା ଶ୍ରାଦ୍ଧ

ଆଶ୍ୱିନ ମାସର ଅମାବାସ୍ୟା ହେଉଛି ମହାଳୟା ଅମାବାସ୍ୟା। ଏହି ସମୟରେ ସୂର୍ଯ୍ୟ କନ୍ୟାରାଶିରେ ଅବସ୍ଥାନ କରିଥାନ୍ତି। ମହାଳୟା ଅମାବାସ୍ୟାରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ମହାଳୟା ଶ୍ରାଦ୍ଧ କରାଯାଏ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri