Categories: ବାଣିଜ୍ୟ

ବିଓଏମ୍‌ ଭୁବନେଶ୍ୱର ଅଞ୍ଚଳ ପକ୍ଷରୁ ସ୍ବଚ୍ଛତା ଅଭିଯାନ

ନୂଆଦିଲ୍ଲୀ,୩।୧୦: ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର (ବିଓଏମ)ର ଭୁବନେଶ୍ୱର ଅଞ୍ଚଳ ପକ୍ଷରୁ ସ୍ବଚ୍ଛତା ଅଭିଯାନ ଆୟୋଜନ କରାଯାଇଥିଲା। ବିଶେଷ କରି ଏକ ଘଣ୍ଟିଆ ‘ସ୍ବଚ୍ଛତା ପାଇଁ ଶ୍ରମଦାନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସ୍ବଚ୍ଛତା ଅଭିଯାନ କାର୍ଯ୍ୟକ୍ରମରେ ବିଓଏମ ଭୁବନେଶ୍ୱର ଅଞ୍ଚଳ କାର୍ଯ୍ୟାଳୟ ସମେତ ସହରାଞ୍ଚଳ ଶାଖାଗୁଡିକର ସମସ୍ତ କର୍ମଚାରୀ ଯୋଗଦାନ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ବିଓଏମର କର୍ମଚାରୀମାନେ ଭୁବନେଶ୍ୱରର ୟୁନିଟ୍‌-୯ ସ୍ଥିତ ବିଓଏମ୍‌ର ଅଞ୍ଚଳ କାର୍ଯ୍ୟାଳୟ ପରିସରକୁ ପରିଷ୍କାର ପରିଚ୍ଛନ୍ନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଓଏମ ଭୁବନେଶ୍ୱର ଅଞ୍ଚଳ ପ୍ରବନ୍ଧକ ଆଲୋକ କୁମାର ମିଶ୍ରା ଓ ଉପ-ଅଞ୍ଚଳ ପ୍ରବନ୍ଧକ ସଞ୍ଜୀବ କୁମାର ଦାଶ ପ୍ରମୁଖ ସ୍ବଚ୍ଛତା ଅଭିଯାନ ଟିମ୍‌ର ମାର୍ଗଦର୍ଶନ କରାଇଥିଲେ। ଉଲ୍ଲେଖଯୋଗ୍ୟ, ଭାରତ ସରକାରଙ୍କ ଡିଏଫ୍‌ଏସ୍‌ ବିଭାଗର ଆହ୍ବାନ ଅନୁଯାୟୀ ବିଓଏମ ଭୁବନେଶ୍ୱର ଅଞ୍ଚଳ ପକ୍ଷରୁ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

Share