
ରାଇକିଆ,୬।୪(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ପଞ୍ଚାୟତ ତରଫରୁ ରବିବାର ସ୍ବଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଓଡ଼ିଆ ପକ୍ଷ ପାଳନ ଅବସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଐତିହ୍ୟ ଓ ଦେବାଳୟ ମାନଙ୍କରେ ସଫେଇ କରାଯିବା ସହ ପରିମଳ ସ୍ବଚ୍ଛତା କିପରି ସୁସ୍ଥ ପରିବେଶ ଓ ବାତାବରଣ ସୃଷ୍ଟି କରିଥାଏ ସେ ନେଇ ସଚେତନତା କରାଯାଇଥିଲା। କାର୍ଯ୍ୟକ୍ରମରେ ରାଇକିଆ ସରପଞ୍ଚ ଗୀତାଞ୍ଜଳି ନାୟକ, ଏବିଡ଼ିଓ ଦିବ୍ୟସିଂହ କହଁର, ନାଏବ ସରପଞ୍ଚ ନିଥଲିଅ ନାୟକ, ଜିପିଓ ସଂଗୀତା ନାୟକ, ବ୍ଲକ ପ୍ରୋଗ୍ରାମ କୋର୍ଡିନେଟର କମଲ ନାୟକ, ଜୟଦେବ ପ୍ରଧାନ, ରାଜ କିଶୋର ପରିଚ୍ଛା ଏବଂ ଓଏଲଏମ ସଦସ୍ୟାମାନେ ଉପସ୍ଥିତ ଥିଲେ ।