ଝୋଲାଛାପ୍‌ ୱେବ୍‌ ସିରିଜ୍‌ରେ ଗ୍ରାମୀଣ ସ୍ବାସ୍ଥ୍ୟସେବାର ନିଛକ ଚିତ୍ର

ବଲାଙ୍ଗୀର ଅଫିସ, ୨୦ା୧୧
ବଲାଙ୍ଗୀର ଜନ୍ମିତ ବଲିଡଡ୍‌ ଚଳଚ୍ଚିତ୍ର ନିର୍ଦ୍ଦେଶକ ଜ୍ୟୋତି ପ୍ରକାଶ ଗୁରୁବାର ସ୍ଥାନୀୟ ସାମ୍ବାଦିକ ଭବନରେ ଏକ ଖବରଦାତା ସମ୍ମିଳନୀରେ ମୁକ୍ତିଲାଭ କରିବାକୁ ଥିବା ତାଙ୍କ ନିର୍ଦ୍ଦେଶିତ ୱେବ୍‌ ସିରିଜ୍‌ ଝୋଲାଛାପ୍‌ ସମ୍ପର୍କରେ ସବିଶେଷ ସୂଚନା ଦେଇଛନ୍ତି। ଝୋଲାଛାପ୍‌ ସିରିଜ୍‌ରେ ଭାରତୀୟ ଗ୍ରାମୀଣ ଅଞ୍ଚଳର ସ୍ବାସ୍ଥ୍ୟସେବାର ବାସ୍ତବିକ ଚିତ୍ର ଓ କଥାବସ୍ତୁ ପ୍ରଦର୍ଶିତ ହେବ। ସ୍ବାଧୀନତାର ଦୀର୍ଘ ୭୩ ବର୍ଷ ପରେ ମଧ୍ୟ ଭାରତର ଗଁାଗୁଡିକରେ କିଭଳି ସ୍ବାସ୍ଥ୍ୟସେବା ଅପହଞ୍ଚ ତାହା ଏହି ୱେବ୍‌ ସିରିଜ୍‌ରେ ପ୍ରଦର୍ଶିତ ହେବ ବୋଲି ନିର୍ଦ୍ଦେଶକ ଜ୍ୟୋତି ପ୍ରକାଶ ସୂଚନା ଦେଇଛନ୍ତି। ତାଲିମପ୍ରାପ୍ତ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ଅଭାବରୁ କ୍ୱାକମାନଙ୍କ ଦ୍ୱାରା ଗ୍ରାମୀଣ ଲୋକେ ଚିକିତ୍ସା ନଁାରେ କିଭଳି ପେଶୀ ହେଉଛନ୍ତି ଓ ବିଭିନ୍ନ ସମୟରେ କିଭଳି ସାଂଘାତିକ ପରିଣାମର ଶିକାର ହେଉଛନ୍ତି ତାହା ଝୋଲାଛାପ୍‌ରେ ପ୍ରଦର୍ଶିତ ହେବ। ଗ୍ରାମୀଣ ଅଞ୍ଚଳର ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ଉପରେ ଜନସଚେତନା ସୃଷ୍ଟି ଲକ୍ଷ୍ୟ ବୋଲି ନିର୍ଦ୍ଦେଶକ ଜ୍ୟୋତି ପ୍ରକାଶ ସୂଚନା ଦେଇଛନ୍ତି। ଏହି ଚଳଚ୍ଚିତ୍ରରେ ଓଡିଶାର ଫିଲ୍ମ ନିର୍ଦ୍ଦେଶକ ତଥା ଅଭିନେତା ଚିତ୍ତରଞ୍ଜନ ତ୍ରିପାଠୀ, ବଲିଉଡ ଅଭିନେତା ମୁସ୍ତାକ୍‌ ଖାନ, ମେହେକ ମନୱାନୀ ବିଭିନ୍ନ ଚରିତ୍ରରେ ଅଭିନୟ କରୁଛନ୍ତି ା ଏହି ୱେବ ସିରିଜ ଓଟିଟି ପ୍ଲାଟ୍‌ଫର୍ମରେ ମୁକ୍ତିଲାଭ କରିବ ବୋଲି ସେ ସୂଚନା ଦେଇଛନ୍ତି ା କୋଭିଡ-୧୯ କଟକଣା ଯୋଗୁଁ ଚଳିତବର୍ଷ ହେବାକୁ ବିଭିନ୍ନ ଫିଲ୍ମ ବାତିଲ କରାଯାଇଛି ା ତେବେ ଆସନ୍ତା ବର୍ଷ ଓଡିଶାରେ ବଲିଉଡ ଫିଲ୍ମ ନିର୍ମାଣ କରିବାର ଯୋଜନା ରହିଛି ବୋଲି ସେ ସୂଚନା ଦେଇଛନ୍ତି ା ଓଡିଶାର କଳା, ସଂସ୍କୃତିକୁ ନେଇ ଚଳଚ୍ଚିତ୍ର ନିର୍ମାଣ ଓ ଏଠାକାର ସ୍ଥାନୀୟ କଳାକାରଙ୍କୁ ଅଭିନୟ ସୁଯୋଗ ଦିଆଯିବ ବୋଲି ଜ୍ୟୋତିପ୍ରକାଶ କହିଛନ୍ତି ା ମାଓବାଦୀ ସମସ୍ୟା ଉପରେ ତିଆରି ହେବାକୁ ଥିବା ବଲିଡଡ୍‌ ପିଚର ଫିଲ୍ମ ବଲାଙ୍ଗୀର ଓ କନ୍ଧମାଳ ଜିଲାର ବିଭିନ୍ନ ସ୍ଥାନରେ ସୁଟିଂ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ା ଏଥିପାଇଁ ସ୍ବତନ୍ତ୍ର ଭାବେ ଅଡିସନ କରାଯିବ ଓ ସେଥିରୁ ଚୟନ ହୋଇଥିବା କଳାକାରମାନେ ବଲିଉଡ୍‌ର ବରିଷ୍ଠ କଳାକାରମାନଙ୍କ ସହ କାମ କରିବାର ସୁଯୋଗ ପାଇପାରିବେ ବୋଲି ସେ କହିଛନ୍ତି ା ବଲାଙ୍ଗୀରରେ ଜନ୍ମଗ୍ରହଣ କରିଥିବା ଜ୍ୟୋତିପ୍ରକାଶ ବେଲପଡା ନବୋଦୟ ସ୍କୁଲ ଓ ସମ୍ବଲପୁର ଜିଏମ କଲେଜରେ ପାଠ ପଢ଼ିବା ପରେ ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲେ ା ବାୟୁସେନାରୁ ସେବା ନିବୃତ୍ତ ହେବା ପରେ ୨୦୧୭ ମସିହାରୁ ପ୍ରଖ୍ୟାତ ଫିଲ୍ମ ନିର୍ଦ୍ଦେଶକ ମହେଶ ଭଟ୍ଟ ସହ କାମ କରିବାର ସୁଯୋଗ ପାଇଥିଲେ ା ଜ୍ୟୋତି ପ୍ରକାଶ ୭ଟି ସର୍ଟଫିଲ୍ମ ନିର୍ମାଣ କରି ଜାତୀୟ ଓ ଆନ୍ତର୍ଜାତିକସ୍ତରରେ ପୁରସ୍କୃତ ହୋଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ି ଏମିତି କହିଲେ ବିଜୟଲକ୍ଷ୍ମୀ

ଭୁବନେଶ୍ୱର,୧୮।୧୦: ବିଜେଡିକୁ ପୁଣି ଝଟ୍‌କା ଲାଗିଛି । ଜଣଙ୍କ ପରେ ଜଣେ ଦଳ ଛାଡ଼ୁଥିବା ବେଳେ ଶୁକ୍ରବାର  ବିଜେଡିରୁ ଇସ୍ତଫା ଦେଇଛନ୍ତି ବିଜୟଲକ୍ଷ୍ମୀ ମହାପାତ୍ର।ଭୁବନେଶ୍ବର ମହିଳା...

ବିବାହ କରିବାକୁ ମନା କରିବାରୁ ଯୁବତୀଙ୍କୁ ଅପହରଣ କରି ମାଡ ମାରିଲେ ଯୁବକ

ଭୁବନେଶ୍ୱର,୧୮ା୧୦(ସୂର୍ଯ୍ୟକାନ୍ତ ବେହେରା) – ବିବାହ କରିବାକୁ ମନା କରିବାରୁ ଜଣେ ଯୁବତୀଙ୍କୁ ଅପହରଣ କରି ମାଡ ମାରିବା ଅଭିଯୋଗରେ ଖାରବେଳନଗର ଥାନା ପୋଲିସ ଜଣେ ଯୁବକଙ୍କୁ...

କେବେ ଘୋଷଣା ହେବ ନୂଆ ପିସିସି ସଭାପତିଙ୍କ ନାଁ ?

  ଭୁବନେଶ୍ୱର, ୧୮।୧୦(ସୁନିତ୍‌ ମିଶ୍ର): ଓଡ଼ିଶାର ପିସିସି(ପ୍ରଦେଶ କଂଗ୍ରେସ କମିଟି) ସଭାପତି ଚୟନ ପ୍ରକ୍ରିୟା ଖୁବ୍‌ଶୀଘ୍ର ଶେଷ ହେବ। ୨ ଜଣ ବରିଷ୍ଠ ନେତାଙ୍କୁ ଏନେଇ...

ଭଡାଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ: ଜଣେ ଅଟକ, ରହସ୍ୟ ଘେରରେ….

ଭବାନୀପାଟଣା,୧୮।୧୦ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ବାହାଦୁର ବଗିଚା ପଡାର ଏକ ଭଡ଼ା ଘରୁ ଶୁକ୍ରବାର ସକାଳରେ ଜଣେ ଯୁବତୀଙ୍କ ଝୁଲନ୍ତା...

୨୪ରେ ଉପକୂଳ ଅତିକ୍ରମ କରିପାରେ ସାମୁଦ୍ରିକ ଝଡ଼: ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ)- ବଙ୍ଗୋପସାଗରରେ ବାତ୍ୟା ଦାନା ବାନ୍ଧୁଛି। ବର୍ଷା ହେଲେ ଧାନଚାଷ ସୁଧୁରିଯିବ। ଝଡ଼ ହେଲେ ଉଜୁଡ଼ିଯିବ। ସମ୍ଭାବ୍ୟ ବାତ୍ୟାକୁ ନେଇ ଚାଷୀକୁଳ ଶଙ୍କାରେ ପଡ଼ିଛନ୍ତି।...

ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ: କହିଲେ ମଣ୍ଡିରୁ ଧାନ କିଣିପାରିବେନି…

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ)- ଚଳିତ ଥର ମିଲରମାନେ ମଣ୍ଡିରୁ ଧାନ କିଣିପାରିବେନି। କେନ୍ଦ୍ରୀୟ ସଂସ୍ଥା କିମ୍ବା ସମବାୟ ସଂସ୍ଥା ମଣ୍ଡିରୁ ଧାନ କିଣିବେ। ଧାନ କ୍ରୟ ବ୍ୟବସ୍ଥାକୁ...

ବୁଦ୍ଧାଦିତ୍ୟଙ୍କ ନାଁରେ ଏଫଆଇଆର, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗକୁ ନେଇ ଲେଖିଲେ…

ଭୁବନେଶ୍ୱର,୧୮।୧୦: ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତିଙ୍କ ନାଁରେ ଥାନାରେ ମାମଲା। କ୍ୟାପିଟାଲ ଥାନାରେ ତାଙ୍କ ବିରୋଧରେ ଅଭିଯୋଗ ହୋଇଛି। ସୋସିଆଲ ମିଡିଆରେ ଏକ ପୋଷ୍ଟକୁ ନେଇ ଥାନାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri